ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲ୍ୟାଣସିଂହପୁର ପ୍ରେସ୍ କ୍ଳବ ର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

କଲ୍ୟାଣସିଂହପୁର-୧୨/୨/୨୩ // ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା କଲ୍ୟାଣମଣ୍ଡପ ଠାରେ ଆଜି ମହା ଆଡମ୍ବର ସହ ପ୍ରେସ କ୍ଳବ କଲ୍ୟାଣସିଂହପୁରର ପ୍ରଥମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ପ୍ରଥମେ ବିନିଶ୍ ପୁର୍ ଠାରେ ଥିବା ସହିଦ୍ ପୀଠର ସହିଦ୍ ସ୍ତମ୍ବରେ ଅତିଥି ଓ ସଂଘ ସଦସ୍ୟ ଙ୍କ ଦ୍ଵାରା ପୁଷ୍ପ ମାଲ୍ୟାର୍ପଣ କରି ସାରିବା ପରେ ପାରମ୍ପାରିକ ବାଦ୍ୟର ତାଳେ ତାଳେ ଆଦିବାସୀ ନୃତ୍ୟରେ ଅତିଥି ମାନଙ୍କୁ ସ୍ଵାଗତ କରି କଲ୍ୟାଣସିଂହପୁରର କଲ୍ୟାଣ ମଣ୍ଡପ କୁ ଆମନ୍ତ୍ରଣ କରାଯାଇଥିଲା ଏହାପରେ ଅତିଥି ମାନେ ମଞ୍ଚାସିନ ହୋଇଥିଲେ ଏବଂ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହି ପ୍ରେସ୍ କ୍ଳବର ସଭାପତି ସନ୍ତୋଷ କୁମାର ବଛାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୋମନାଥ ପ୍ରଧାନ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଦେବଗିରି ବାବା ପୂଜ୍ୟ ସ୍ବାମୀ କ୍ରାନ୍ତିଗିରି ମହାରାଜ ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲ କୁମାର ଖରା, କଲ୍ୟାଣସିଂହପୁର କ ଜୋନ ଜିଲା ପରିଷଦ ସଦସ୍ୟ ବାରାଟାମ୍ ୱାରା ପ୍ରସାଦ ରାଓ , ସିଆରପିଏଫ କ୍ୟାମ୍ପ ଆସିଷ୍ଟାଣ୍ଡ କମାଣ୍ଡର ବି. କ୍ରିଷ୍ଣା ରାଓ ଏବଂ ଥାନା ଅଧିକାରୀ ମୁକୁନ୍ଦ ଦେବ ନାୟକ ମଞ୍ଚାସିନ ରହିଥିଲେ। ଏହାପରେ ଅତିଥି ମାନେ ନିଜ ନିଜର ଅଭିଭାଷଣ ରଖିଥିଲେ। ଏଥିରେ ସମସ୍ତ ଗଣମାଧ୍ୟମର ଭୂମିକା ,ଦାୟିତ୍ୱ ବିଷୟରେ ମତ ଦେବା ସହ ଅଞ୍ଚଳର ସାମ୍ବାଦିକ ମାନେ ନିଷ୍ଠାର ସହ ଖବର ପରିବେଷଣ କରୁଛନ୍ତି ବୋଲି ଅତିଥି ମାନେ ମତ ଦେଇଥିଲେ। ସମାଜରେ ବିଶେଷ ଅବଦାନ ରଖିଥିବା ହେତୁ ବରିଷ୍ଠ ସାମ୍ବାଦିକ ଏଙ୍କେଟେଶ୍ୱର ପାଢ଼ୀ ଙ୍କ ସହ ମାଉଡି ବାରିକ, ସ୍ବାସ୍ଥ୍ୟ କର୍ମୀ ୧୦୮ ରୋଗିବୁହା ଗାଡିର ଜରୁରୀକାଳୀନ ଚିକିତ୍ସା ଅଧିକାରୀ କାର୍ଯ୍ୟରତ ଦୁର୍ଗା ପ୍ରସାଦ ଜେନା, କଳାକାର ଭାବେ ଅବସରପ୍ରାପ୍ତ ଶିକ୍ଷକ ତଥା ଆକାଶବାଣୀ ଓ ଦୂରଦର୍ଶନର ସ୍ଵୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ଗଗନ ବିହାରୀ ସ୍ୱାଇଁ, ଯୁବ ମହିଳା କଣ୍ଠଶିଳ୍ପୀ ସସ୍ମିତା ଛତ୍ରିଆ, ଅନ୍ତର୍ଜାତୀୟ କବାଡି ଖେଳରେ ଅଂଶଗ୍ରହଣ କରି ସ୍ଵର୍ଣ୍ଣପଦକ ବିଜେତା ଦିଲୀପ କୁମାର ପରିଡ଼ାଙ୍କୁ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ପ୍ରେସ କ୍ଳବ୍ କଲ୍ୟାଣସିଂହପୁର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉଚ୍ସବରେ ତନ୍ୱି ଅଗ୍ରବାଲ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରେସ କ୍ଳବର ଉପସଭାପତି ମାଲେସ୍ କୌଶଲ୍ୟା, ସମ୍ପାଦକ ସନ୍ତୋଷ କୁମାର ଲମ୍ବତା, ସାଧାରଣ ସମ୍ପାଦକ ପ୍ରଦୀପ ଦଳେଇ ଏବଂ ସଦସ୍ୟ ମିଣ୍ଟୁ ଦଣ୍ଡସେନା, ପ୍ରଶାନ୍ତ କୁମାର ନାହାକ ଙ୍କ ସହ ସମସ୍ତ ସଦସ୍ୟ, ଏସ ୟୁ ଜେ ଜିଲ୍ଲା ଶିବ ନାରାୟଣ ଗୌଡ଼ଙ୍କ ସହ ବରିଷ୍ଟ ସାମ୍ବାଦିକ ସରୋଜ ସାହୁ, ଦୟାନନ୍ଦ ଖାଡାଙ୍ଗା, ମନୋଜ ସାହୁ, ମୋହନ ଗରଡ଼ିଆ ସହଯୋଗ କରିଥିଲେ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଡାବୁଗାଁ ବ୍ଲକ ରେ ଥିବା ଭୈରବ ସ୍ନାତକ ମହାବିଦ୍ୟାଳୟରେ “ଜାତୀୟ ସମର ଶିକ୍ଷାର୍ଥୀ” ଶିବିରର ନୂତନ ଶାଖା ଅନୁଷ୍ଠିତ

Sunil Chandra Nayak

ରାଷ୍ଟ୍ରୀୟ ମତଦାତା ଦିବସ ପାଇଁ ପ୍ରସ୍ତୁତି ବୈଠକ 

masiha

ଜଙ୍ଗଲ ନିଆଁ ପ୍ରତିରୋଧ ଓ ପ୍ରତିକାର ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!