ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବି.ଜେ.ବି. ୭୪ର ସାଧାରଣ ଅଧିବେଶନ

ବି.ଜେ.ବି. ୭୪ର ସାଧାରଣ ଅଧିବେଶନ

ଭୁବନେଶ୍ୱର ,(ଲିପିକା ରାଣୀ ରାଉତ);ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରସଙ୍ଘ ବି.ଜେ.ବି. ୭୪ର ୩୫ତମ ସାଧାରଣ ଅଧିବେଶନ ସ୍ଥାନୀୟ ଓଡିଶା ପ୍ରଶାସନିକ ସେବା (ଓ.ଏ.ଏସ.) ଭବନରେ ତାରିଣୀ ପ୍ରସାଦ ମହାନ୍ତିଙ୍କ ସଭାପତିତ୍ୱରେ ତା ୧୨.୦୭.୨୦୨୬ ରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦକ କେଦାର ପଟ୍ଟନାୟକ ବିଷଦ ବିବରଣୀ ପାଠ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଜିନେସ ସେଶନରେ ଅଂଶ ଗ୍ରହଣ କରିଥିବା ସଭ୍ୟ ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜୀବି ମନୋଜ ମିଶ୍ର ଓ ପୂର୍ବତନ ବ୍ୟାଙ୍କ ପ୍ରବନ୍ଧକ ଅଜୟ ମହାପାତ୍ର “ପ୍ରତିଭା” ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାର ପ୍ରତିଶୃତି ପ୍ରଦାନ କରିଥିଲେ। ଉକ୍ତ ସଭାରେ ୧୯୭୦ ଦଶକରେ ବି.ଜେ.ବି. କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସେମାନେ ଓଡିଶା ପ୍ରଶାସନିକ ସେବା, ସର୍ବ ଭାରତୀୟ ସେବା, ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଧ୍ୟାପକ, ଜାତୀୟକରଣ ବ୍ୟାଙ୍କରେ ସର୍ବୋଚ୍ଚ ପଦବୀ ସହିତ ବ୍ୟବସାୟିକ ସଫଳତା ଅର୍ଜନ କରି ବର୍ତ୍ତମାନ ପରିଣତ ବୟସରେ ମଧ୍ୟ ଦୀର୍ଘ ପଚିଶ ବର୍ଷ ଧରି ବି.ଜେ.ବି. ୭୪ ସଙ୍ଘ ମାଧ୍ୟମରେ ନିଜ କଲେଜର ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ପ୍ରେରଣା ଓ ପ୍ରୋତ୍ସାହନ ପାଇଁ ଲକ୍ଷାଧିକ ଟଙ୍କାର ଅର୍ଥରାଶି, ଦେଶର ବରେଣ୍ୟ ପ୍ରତିଭାଙ୍କୁ ସମ୍ମାନିତ କରିବା, ସ୍ୱାସ୍ଥ୍ୟ ଶିବିର, ବୃକ୍ଷରୋପଣ ଏବଂ ଅନାଥାଶ୍ରମକୁ ସାହାଯ୍ୟ ଯୋଗାଇ ଆସୁଛନ୍ତି। ସଂଘର ବିଧି ବ୍ୟବସ୍ଥା (Bye-Laws) ଉପରେ ସଭ୍ୟ ଭୁବନ ପଟ୍ଟନାୟକ, ଡଃ ସଂଘମିତ୍ରା ଖୁଣ୍ଟିଆ, ଗୀତା ମହାନ୍ତି, ଡଃ ବିଶ୍ୱବିଜୟୀ ପାଣିଗ୍ରାହୀ, ଅପର୍ଣ୍ଣା ମହାପାତ୍ର, ଇଂ ଗୋଲକ ପଣ୍ଡା ମତାମତ ପ୍ରଦାନ କରିଥିଲେ ଓ ଆଗାମୀ ଦିନରେ ସଂଘକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା। କୋଷାଧକ୍ଷ ଲକ୍ଷ୍ମୀଧର ଜେନା ବିଗତ ଦିନର ଆୟବ୍ୟୟ ଉପସ୍ଥାପନ କରିଥିଲେ। ଯୁଗ୍ମ ସମ୍ପାଦକ ଡଃ ନାରାୟଣ ସାହୁ, ଉପସଭାପତି ବିଦ୍ୟୁତ ରାୟ, ଇଂ ଅସୀମାନନ୍ଦ ମହାନ୍ତି, ପ୍ରଦୋଷ ମହାପାତ୍ର, ଚିତ୍ତ ମହାନ୍ତି, ପ୍ରଭାତ ରଥ, ଭବାନୀ ପଟ୍ଟନାୟକ ଏବଂ ରବି ମହାନ୍ତି ଇତ୍ୟାଦି ସଭ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

Related posts

ଓରାମ ସାଂସ୍କୃତିକ ସମାଜର ବାର୍ଷିକ ସାଧାରଣ ସଭାରେ ଜୁଏଲ ଓରାମଙ୍କ କର୍ଣ୍ଣ ମନ୍ତ୍ର

masiha

ଥୁଆମୂଳ ରାମପୁର ଠାରେ କ୍ରାନ୍ତିଯାତ୍ରା 

Sunil Chandra Nayak

ରାଇରଙ୍ଗପୁର କୁଡୁମି ଭବନ ପରିସରରେ ବୈଦ୍ୟ ମାନଙ୍କ କର୍ମଶାଳା

Leave a Comment

error: Content is protected !!