ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୁହାଶିଳା ପଞ୍ଚାୟତ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଆଭାଷୀ କାର୍ଯ୍ୟକ୍ରମରେ ଆମ ବ୍ୟାଙ୍କ ଉଦଘାଟିତ

ଲୁହାଶିଳା ପଞ୍ଚାୟତ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଆଭାଷୀ କାର୍ଯ୍ୟକ୍ରମରେ ଆମ ବ୍ୟାଙ୍କ ଉଦଘାଟିତ

 ମୟୂରଭଞ୍ଜ -୨୮/୧୧ ( ମସିହା)ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଳକର ଲୁହାଶିଳା ପଞ୍ଚାୟତ କାର୍ଯ୍ୟାଳୟରେ ଆଜିବ୍ୟାଙ୍କ ଅଫ୍ ଇଣ୍ଡିଆ ର ଶାଖା ମୁଖ୍ୟମନ୍ତ୍ରୀଙ୍କ ଆଭାଷୀ ମାଧ୍ୟମରେ ମଙ୍ଗଳବାର ଦିନ ଅପରାହ୍ନରେ ଶୁଭ ଉଦ୍ଘାଟିତ ହୋଇଯାଇଛି l । ଏହି ସମୟରେ ବ୍ୟାଙ୍କ ଅଫ ଇଣ୍ଡିଆର ମେନେଜର ରାମଚନ୍ଦ୍ର ମାରାଣ୍ଡି ଏବଂ ଵିଜାତଳା ବ୍ଳକର ବିଡ଼ିଓ ବଂଶୀଧର ଖୋସଲା ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ପୂଜକ ପୂଜାର୍ଚ୍ଚନା କରିଥିଲେ । ପରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କୁମାରୀ ଅର୍ପିତା ମୁର୍ମୁ ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ ।ଉଦ୍ଘାଟନ ସମୟରେ ଆମ ବ୍ୟାଙ୍କର ଷ୍ଟାଫ୍ଫ ଅନିଲ କୁମାର ମାଝୀ ଏବଂ ମେଘରାୟ ସୋରେନ, , ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ସାମ୍ବାଦିକ ଅକ୍ଷୟ ବିଶ୍ବାଳ,ନିରଜ ସାହୁ, ସୁରେନ୍ଦ୍ର ମୁଣ୍ଡାଏଵଂଆଖପାଖ ଅଞ୍ଚଳର ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ । ବ୍ୟାଙ୍କ ମେନେଜର କହିଥିଲେ ଲୁହାଶିଳା ଠାରୁ ବ୍ୟାଙ୍କ ଗୁଡିକ ବହୁ ଦୂରରେ । ଏଠାରେ ଆଦର୍ଶ ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ,ବାଳିକା ଉଚ୍ଚ ବିଦ୍ୟାଳୟ, ଯୁକ୍ତ ୨ ବିଦ୍ୟାଳୟ, ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଇମେରୀ ବିଦ୍ୟାଳୟ ଅବସ୍ଥିତ ‌ତେଣୁ ଅଂଚଳବାସୀଙ୍କ ସ୍ବାର୍ଥ କୁ ରଖି ନିକଟରେ ବ୍ୟାଙ୍କ ସେବା ଲୋକେ ପାଇଁ ପାରିବେ ।ରାଜ୍ୟ ଏବଂ କେନ୍ଦ୍ର ସରକାର ବ୍ୟାଙ୍କସେବା ଯେମିତି ପଞ୍ଚାୟତ ବାସୀ ସୁବିଧାରେ ପାଇଁ ପାରିଵେ ସେଥିପାଇଁ ପ୍ରତି ପଞ୍ଚାୟତରେ ଯେମିତି ବ୍ୟାଙ୍କ ଖୋଲିବା ସେଥିପାଇଁ ତତ୍ପର ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏଠାରେ ବ୍ୟାଙ୍କ ଆଦି ଖୋଲାଯାଇଛି ।ଅଂଚଳବାସୀ ବ୍ୟାଙ୍କ ଆସି ଆକାଉଣ୍ଟ ଖୋଲିବା ସହ ସମସ୍ତ ବ୍ୟାଙ୍କର ବ୍ୟବସ୍ଥା ପ୍ରତି ସଚେତନ ହେବା ସହ ଅନ୍ୟ ମାନଙ୍କୁ ମଧ୍ୟ ଜଣାନ୍ତୁ । ବ୍ୟାଙ୍କ ସବୁବେଳେ ଗ୍ରାହକଙ୍କୁ ଉତ୍ତମ ଓ ତ୍ଵରିତ ସେବା ଯୋଗାଇବାକୁ ପ୍ରଚେଷ୍ଟା କରିବ ।ଶେଷରେ ସେ ଅଂଚଳବାସୀଙ୍କର ସହଯୋଗ କାମନା କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଶଙ୍କରାଖୋଲା ଆଞ୍ଚଳିକ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ରେ ଛାତ୍ରୀ ଙ୍କର ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବ୍ରହ୍ମପୁରରେ ନାରୀ ଶକ୍ତି ବନ୍ଦନ, ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଲେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କ ସମେତ ଜିଲ୍ଲାର ମାନ୍ୟବର ମନ୍ତ୍ରୀ, ସାଂସଦ, ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ 

Sunil Chandra Nayak

ଶ୍ରୀ ନିତାଇ ସଂକୀର୍ତ୍ତନ କଳାକାର ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!