ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମର୍ମନ୍ତୁଦ ସଡକ ଦୁର୍ଘଟଣା ,  ୨ ମୃତ ୨ ଆହତ

ମର୍ମନ୍ତୁଦ ସଡକ ଦୁର୍ଘଟଣା ,  ୨ ମୃତ ୨ ଆହତ

 କୋକସରା,୧୭/୧୨ // କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବେହେରା- ଖପରାମାଲ ରାସ୍ତାରେ ରବିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଦୁଇ ବାଇକ ମୁହାଁମୁହିଁ ହେବା ଫଳରେ ଦୁଇ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗଭୀର ଆହତ ହୋଇଥିବା ଜଣା ପଡ଼ିଛି । ସୂଚନା ଅନୁସାରେ ମୁଷାପାଲି ଗ୍ରାମର ଜିତେନ୍ଦ୍ର ଦୁର୍ଗା(୨୪) ଓ ଜିତେନ୍ଦ୍ର ସାଗର (୨୩) ବେହେରା ହାଟରୁ ସଉଦା କରି ମୁଷାପାଳି ଫେରୁ ଥିବା ବେଳେ ଡ଼ହଗାଁର ପବିତ୍ର ବାଗ (୩୫) ଓ ନୂଆଗୁଡାର ଗୁପ୍ତେଶ୍ଵର ବାଗ (୩୫) ଏକ ବାଇକରେ ବେହେରା ହାଟ ଯାଉଥିବା ବେଳେ ଖପରାମାଲ ରାସ୍ତାରେ ଉଭୟଙ୍କ ବାଇକ (ଓଡ଼ି୦୮ ଏଫ୬୧୯୧),( ଓଡ଼ି୦୮ଇ ୭୧୯୬) ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲା । ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ପର୍ଲା ଡାକ୍ତରଖାନାକୁ ନିଆଯାଇଥିଲା । ଡହଗାଁର ପବିତ୍ର ବାଗ (୩୫) ଓ ମୁଷାପାଲିର ଜୀତେନ୍ଦ୍ର ଦୁର୍ଗାକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ମୁଷାପାଲିର ଜିତୁ ସାଗର (୨୩) ଓ ନୂଆଗୁଡା ଗାଁର ଗୁପ୍ତେଶ୍ୱର ବାଗ (୩୫) ଗୁରୁତର ଥିବାରୁ ପ୍ରଥମେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଭବାନୀପାଟଣା ଜିଲ୍ଲା ମୂଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣାସ୍ଥଳରେ କୋକସରା ପୋଲିସ ଥାନା ଏସ ଆଇ ହେମନ୍ତ କୁମାର ପାତ୍ର, ଦିବ୍ୟ ମାଝୀ, ଉଦିତ ଗହୀର, ପୂର୍ଣ୍ଣ ସୌରା ପ୍ରମୁଖ ପହଞ୍ଚି ବାଇକ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରି ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା ପଠାଯାଇଥିବା ସୂଚନା ଦେଇଥିଲେ ।

ଓଡ଼ି୦୮ ଏଫ୬୧୯୧ ନମ୍ବର ର ଏଚ୍ ଏଫ୍ ଡିଲକ୍ସ ବାଇକରେ ଜୀତେନ୍ଦ୍ର ଦୁର୍ଗା ଓ ଜିତୁ ସାଗର ବସି ବେହେରା ହାଟରୁ ଫେରୁଥିବା ବେଳେ ଓଆର ୦୮ ଇ ୭୧୯୬ ନମ୍ବରର ଏକ ପେସନ ପ୍ରୋ ବାଇକରେ ପବିତ୍ର ବାଗ ଓ ଗୁପ୍ତେଶ୍ୱର ବାଗ ବେହେରା ହାଟକୁ ଯାଉଥିବା ବେଳେ ଉଭୟଙ୍କ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଉଭୟ ଗାଡିର ଚାଳକ ଜୀତେନ୍ଦ୍ର ଦୁର୍ଗା ଓ ପବିତ୍ର ବାଗଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଦୁଇ ଗୁରୁତର ଆହତ ହୋଇଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟିତ 

masiha

ପ୍ରବୀଣ ଖମାରୀ (ମୁନା)ଙ୍କ ଦେହାନ୍ତ ରେ ବିଜେଡ଼ି ପକ୍ଷରୁ ଶୋକ 

Sunil Chandra Nayak

ଧର୍ମଗଡ ଏନଏସି ର ୧୪ ଗୋଟି ୱାର୍ଡ ରେ ସୋନ୍ଦର୍ଯ୍ୟ ଓ ଆଲୋକିକରଣ କାର୍ଯ୍ୟ ତ୍ଵରାନିତ୍ଵ

masiha

Leave a Comment

error: Content is protected !!