ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଜେୟୁ ତରଫରୁ ଜିଲାପାଳଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା । ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ଓଜେୟୁ ତରଫରୁ ଜିଲାପାଳଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା । ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ 

ନବରଙ୍ଗପୁର:( ୫।୮)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲାର ନୂତନ ଜିଲାପାଳ ଡ଼ଃ. ମହେଶ୍ବର ସ୍ବାଇଁ ଙ୍କୁ ଓଡ଼ିଶା ସାମ୍ବାଦିକ ସଙ୍ଘ (ଓଜେୟୂ), ନବରଙ୍ଗପୁର ଜିଲ୍ଲା ଶାଖା ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଏହି ଅବସରରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କର ଉଦ୍ଦେଶ୍ୟରେଏକ ଦାବୀପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ଗୁଡ଼ିକ ବିଚାର କରି ତାର ସମାଧାନ ପାଇଁ ପଦକ୍ଷେପ ନେବା ପାଇଁ ଉଲ୍ଲେଖ କରାଯାଇଛି । ସମ୍ବିଧାନର ଚତୁର୍ଥ ସ୍ତମ୍ଭ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଓ ରାଜ୍ୟର ସାମ୍ବାଦିକ ମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ନିମ୍ନ ଲିଖିତ ଦାବୀ ପୂରଣ କରିବା ପାଇଁ ଅନୁରୋଧ କରାଯାଇଛି ।ସାମ୍ବାଦିକ ସୁରକ୍ଷା ପାଇଁ ସରକାର ଆଇନ୍ ପ୍ରଣୟନ କରିବା, ସାମ୍ବାଦିକଙ୍କୁ ୬୦ ବର୍ଷ ପରେ ପେନସନ ଲାଗୁ କରାଯିବା, ଭୁବନେଶ୍ୱର ଠାରେ ସାମ୍ବାଦିକ ଭବନ ନିର୍ମାଣ କରି ଜିଲ୍ଲା ମାନଙ୍କରୁ ଯାଉଥିବା ସାମ୍ବାଦିକ ମାନଙ୍କ ସେଠାରେ ରହିବା ବ୍ୟବସ୍ଥା କରାଯିବା,ପ୍ରତି ଜିଲାରେ ପ୍ରେସ କ୍ଲବ୍ ନିର୍ମାଣ କରାଯିବା, ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଅଧୀନରେ ସାମ୍ବାଦିକଙ୍କ ପିତା ମାତାଙ୍କୁ ସାମିଲ କରାଯିବା ସହ ଏହାକୁ ପାଞ୍ଚ ଲକ୍ଷରୁ ଦଶଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା, ସାମ୍ବାଦିକଙ୍କୁ ସରକାରୀ ବସ ମାନଙ୍କରେ ମାଗଣା ଯାତାୟତ ବ୍ୟବସ୍ଥା କରାଯିବା ଇତ୍ୟାଦି ବିଷୟରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି।

ଏହା ସହ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ସାମ୍ବାଦିକଙ୍କ ପାଇଁ ପ୍ରେସ କ୍ଲବ୍ ନିର୍ମାଣ, ସହରାଞ୍ଚଳ ରାସ୍ତା ଘାଟ ପ୍ରଶସ୍ତିକରଣ, ଜିଲ୍ଲାରେ ପୁଅ ଅନୁପାତରେ ଝିଅ ସଂଖ୍ୟା କମିବା ସମସ୍ୟା, ଛୋଟ ଛୁଆଙ୍କୁ ଚେଙ୍କ ଦେବା ସମସ୍ୟା, ଦାଦନ ଶ୍ରମିକ ସମସ୍ୟା, ସ୍ବାସ୍ଥ୍ୟ ବ୍ୟବସ୍ଥା ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା।ଓଡ଼ିଶା ସାମ୍ବାଦିକ ସଙ୍ଘ ଜିଲ୍ଲା ସଭାପତି ଶିବ ଶଙ୍କର ତ୍ରିପାଠୀ, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ବାଙ୍କ ବିହାରୀ ବିଷୋୟୀ, ରାଜ୍ୟ ଉପସଭାପତି ରାକେଶ ଗୁପ୍ତା, ଜିଲ୍ଲା ସାଂଗଠନିକ ସମ୍ପାଦକ ବେଣୁ ଗୋପାଳ ରାଓ, ତପନ କୁମାର ପଟ୍ଟନାୟକ, ସୁଜିତ ରଥ,ଶ୍ରୀହରି ବିଷୋୟୀ, ପପୁ ପଟ୍ଟନାୟକ, ଭବାନୀ ଶଙ୍କର ପଣ୍ଡା, ରାମ ପ୍ରସାଦ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

Rayagada Pioneers Doorstep Governance  PVTGs to Receive Pensions at Doorsteps Under PM Janman

Sunil Chandra Nayak

ନର୍ଲାରେ ଉପନିବନ୍ଧନ କାର୍ଯ୍ୟାଳୟ ଉଦଘାଟିତ

Sunil Chandra Nayak

*ଟାଲେଣ୍ଟ ସ୍କୁଲ ର ଦ୍ଵୀତୀୟ ବାର୍ଷିକ ଉତ୍ସବ ପାଳିତ

masiha

Leave a Comment

error: Content is protected !!