ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ବିଧାନ ଦିବସ ଉପଲକ୍ଷେ ପଦଯାତ୍ରା

ସମ୍ବିଧାନ ଦିବସ ଉପଲକ୍ଷେ ପଦଯାତ୍ରା

ଭବାନୀପାଟଣା : ତା-26.11.2024, ସ୍ଥାନୀୟ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଏନ୍ ଏସ୍ ଏସ୍ ଆନୂକୁଲ୍ୟରେ ସମ୍ବିଧାନ ଦିବସ ଉପଲକ୍ଷେ ସମ୍ବିଧାନ ପ୍ରସ୍ତାବନା ପଠନ କରିବା ସହିତ ସହର ମଧ୍ୟରେ ଏକ ପଦଯାତ୍ରା, କାର୍ଯ୍ୟକ୍ରମ ସଂଯୋଜକ ଡ. ଚିତ୍ତରଞ୍ଜନ ଖୁଣ୍ଟିଆ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଅଛି । ଏହି ପଦଯାତ୍ରା ବିଶ୍ୱବିଦ୍ୟାଳୟ ପରିସରରୁ ବାହାରି ସହର ପରିକ୍ରମା କରି ସାରିବା ପରେ ସ୍ଥାନୀୟ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ସମ୍ବିଧାନ ପ୍ରଣେତା ଡ. ବି. ଆର୍‌ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଏନ୍‌ ଏସ୍‌ ଏସ୍‌ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଜୟନ୍ତ କୁମାର ଦନସନା, ଡ. ପ୍ରିୟ ରଞ୍ଜନ ବେହେରା ଏବଂ ମିସ୍‌ ରୋଜ୍‌ ମେରୀ ଏକ୍କା ପ୍ରମୁଖ ସୂଚାରୁରୂପେ ସମ୍ପାଦନା କରିଥିଲେ ।  ( ମ ନି ସ )

Related posts

କଳାହାଣ୍ଡିରେ ପୁସ୍ତକମେଳା ଆୟୋଜନ ପାଇଁ ‘ଲାଇଫ୍‌ରେଚର୍‌’ର ଦାବି

masiha

ରାଇରଙ୍ଗପୁରରେ ଶ୍ରୀ ସତ୍ୟସାଇ ବାବାଙ୍କ ୯୮ତମ ଜନ୍ମ ଜୟନ୍ତୀ      

masiha

ବିଶ୍ଵ ଜଳ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!