ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଟେସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ପୋଟେସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

କଲମପୁର:୨୯/୦୧ : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପୋଟେସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ମାଝୀ ଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଣ୍ଡିଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଚୌଧୁରୀ,ସମ୍ମାନିତ ଅତିଥି ଭାବେ ପଣ୍ଡିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ର ନାଏକ,ବରଦୋଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନକୁଲ ଶବର,ସାମ୍ୱାଦିକ ଶରତ ଚନ୍ଦ୍ର ସୁନାନୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଶାନ୍ତ ବାଗ ପ୍ରମୁଖ ମଞ୍ଚରେ ମଞ୍ଚାସିନ ହୋଇଥିଲେ। ପିଲାଙ୍କ ପାଠ ପଢିବା ସଙ୍ଗେ ମାନସିକ ଓ ଶାରିରୀକ ବୃଦ୍ଧି ନିମନ୍ତେ ବିଦ୍ୟାଳୟ ମାନଙ୍କରେ କ୍ରିଡ଼ା ପ୍ରତିଯୋଗିତା ଗୁଡ଼ିକ ଆୟୋଜିତ ହେଉଥିବାରୁ ପିଲାଙ୍କ ଲୋକାୟିତ ପ୍ରତିଭା ଲୋକ ଲୋଚନ କୁ ଆସିପାରୁଛି,ତେଣୁ ପ୍ରତ୍ୟେକ ବିଦ୍ୟାଳୟରେ କ୍ରୀଡା ଉତ୍ସବ ଅନୁଷ୍ଠିତ କରିବା ଜରୁରୀ ବୋଲି ଅତିଥି ମାନେ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିବା ସହ ନିଜ ଉଦ୍ୟମରେ ପ୍ରାଥମିକ ବିଦ୍ୟାଳୟ ସ୍ତରରେ କ୍ରୀଡା ଉତ୍ସବ ଅୟୋଜନ କରିଥିବାରୁ ପୋଟେସ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ମାଝୀ ଙ୍କୁ ପ୍ରଶଂସା କରିଥିଲେ। ଏହି ବାର୍ଷିକ କ୍ରୀଡା ଉତ୍ସବରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ୧୦୦ ମିଟର ଓ ୫୦ ମିଟର ଛାତ୍ର ଛାତ୍ରୀ ଙ୍କ ଦୌଡ, ମ୍ୟୁଜିକ ଚ୍ୟାୟାର୍,ଗଣିତ ଦୌଡ,ଲେମନ୍ ରେସ୍,ପୁଚିଖେଲ,ଦଉଡ଼ି ଡ଼ିଆଁ,ହାଇଜମ୍ପ, ଲଙ୍ଗଜମ୍ପ, ଜେଭ୍ଲିଙ୍ଗ ଥ୍ରୋ, ସଟ୍ ଫୁଟ୍ ପ୍ରଭୃତି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମାନପତ୍ର ଦେଇ ପୁରସ୍କୃତ କରାଯିବ ବୋଲି ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମାଝୀ ସୂଚନା ଦେଇଛନ୍ତି। ଉକ୍ତ ବାର୍ଷିକ କ୍ରୀଡା ଉତ୍ସବର ମଞ୍ଚ ପରିଚାଳନା ସୌମ୍ୟ ରଞ୍ଜନ ରାଉତ କରିଥିବା ବେଳେ ଗୁମାବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସମୀର କୁମାର ମେହେର,ବରଦୋଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୂର୍ଯ୍ୟକାନ୍ତ ବେହେରା,ପୋଟେସ ବିଦ୍ୟାଳୟର ଶିକ୍ଷୟିତ୍ରୀ ମଲ୍ଲିକା ନାଏକ ଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି,ଅବିଭାବକ, ଅବିଭାବିକା ଉପସ୍ଥିତ ରହି କ୍ରୀଡା ଉତ୍ସବ ପରିଚାଳନାରେ ସମ୍ପୂର୍ଣ ସହଯୋଗ କରିଥିଲେ। 

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ହିନ୍ଦୁ ଜାଗରଣ ମଞ୍ଚ ଓ ସ୍ମାଇଲ ଫର ଏଭର୍ ର ସାମାଜିକ କାର୍ଯ୍ୟକ୍ରମ 

Sunil Chandra Nayak

ପଣ୍ଡରାମାଳି ସମାଜ ଭବନ ନିର୍ମାଣ ପାଇଁ ନିଜସ୍ୱ ଜମି ଦାନ କଲେ ଯୁବ ବାହିନୀ ସଭାପତି ଦୁର୍ଗା ପ୍ରସାଦ ନାଏକ 

masiha

ଲାଞ୍ଜିଗଡ଼ରେ ଜେଏମ୍ଏଫ୍ ସି କୋର୍ଟ ସ୍ଥାପନ ଦାବି : ରାଜ୍ୟ ଆଇନମନ୍ତ୍ରୀଙ୍କୁ ଭେଟିଲେ ଅଞ୍ଚଳବାସୀ

masiha

Leave a Comment

error: Content is protected !!