ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଣଧାନ ଫସଲ ପ୍ରୋତ୍ସାହନ ରାଶି ଅଣଚାଷୀ ହାତେଇଲେ, ବ୍ୟାପକମାତ୍ରାରେ ଅନିୟମିତତା ଅଭିଯୋଗ,

ଅଣଧାନ ଫସଲ ପ୍ରୋତ୍ସାହନ ରାଶି ଅଣଚାଷୀ ହାତେଇଲେ,

ବ୍ୟାପକମାତ୍ରାରେ ଅନିୟମିତତା ଅଭିଯୋଗ,

ଉଦ୍ୟାନ, କୃଷି ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନର ରିପୋର୍ଟରେ ନାହିଁ ତାଳମେଳ

କଲମପୁର (ମସିହା ) କଳାହାଣ୍ଡି ଜିଲ୍ଲା କଲମପୁର ଅଞ୍ଚଳରେ ଅଣଧାନ ଫସଳ ପ୍ରୋତ୍ସାହନ ରାଶି ପାଇବାରେ ବ୍ୟାପକ ଅନିୟମିତତା ହୋଇଥିବା କୃଷକ ମହଳରେ ଅଭିଯୋଗ ହେଉଛି, ଏହି ଅଞ୍ଚଳର କୃଷକ ମାନଙ୍କ ପାଇଁ ଉଦ୍ୟାନ ବିଭାଗ ଓ କୃଷି ବିଭାଗ ତରଫରୁ ବିପୁଳ ପରିମାଣର ବିହନ ଆବଣ୍ଟନ ହେବା ସହିତ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଇଛି, ହେଲେ ଏସବୁ ସାମଗ୍ରୀ କାଗଜ କଲମରେ ସୀମିତ ବୋଲି ଅଭିଯୋଗ ହୋଇଛି, ଅଭିଯୋଗ ମୁତାବକ ଏହି ଆଅଞ୍ଚଳରେ ଉଦ୍ୟାନ ବିଭାଗ ଓ କୃଷି ବିଭାଗ ତରଫରୁ ଯୋଗାଇ ଦିଆଯାଇଥିବା ବିହନ ସାମଗ୍ରୀ ଗୁଡିକ କୌଣସି ଜମିରେ ଜମିରେ ଚାଷ ହୋଇନାହିଁ, ତେବେ ଏତେ ପରିମାଣର ବିଭାଗକୁ ଆସିଥିବା ସାମଗ୍ରୀ ଗଲା କୁଆଡ଼େ ଏହାହିଁ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଉଦ୍ୟାନ ବିଭାଗକୁ ଟ୍ରକ ଟ୍ରକ ଆଲୁ ସହିତ ହଳଦୀ,ଅଦା ଓ ଅନ୍ୟାନ୍ୟ ସାମଗ୍ରୀ ଆସି ଚାଷୀଙ୍କୁ ଦିଆଯାଇଥିବା ଦର୍ଶା ଯାଇଥିବା ବେଳେ ଏସବୁ ଚାଷ ଜମି ମାନଙ୍କରେ ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ, ସେହିପରି ଉଭୟ ବିଭାଗ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନର ମିଳିତ ଉଦ୍ୟମରେ ଅଣଧାନ ଫସଳ କରିଥିବା ଚାଷୀ ମାନଙ୍କ ପାଇଁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଇଛି, ଅଣଧାନ ଫସଳ ନାମରେ କାଗଜପତ୍ର ପ୍ରସ୍ତୁତ କରି ଅନେକ ହିତାଧିକାରୀ ଏହାର ଫାଇଦା ଉଠାଇ ନେଇ ଥିବା ଜଣାପଡ଼ିଛି, ଶତାଧିକ ଚାଷୀ ଏହି ଅଣଧାନ ଫସଳ କରିଛନ୍ତି ବୋଲି ବିଭାଗ ଦାବି କରୁଥିବା ବେଳେ ସେମାନଙ୍କ ପାଖରୁ ସଠିକ ତଥ୍ୟ ମିଳିପାରୁ ନାହିଁ, ଏହାହିଁ ଅନିୟମିତତା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି,ତେବେ ସେମାନେ ଅଣଧାନ ଫସଳ କରି ପ୍ରୋତ୍ସାହନ ରାଶି ପାଇଛନ୍ତି ନା ଭିତିରି ସଲାସୁତୁରାରେ ହାତେଇଛନ୍ତି ତାହାହିଁ ତଦନ୍ତ ସାପେକ୍ଷ,କୃଷକ ମହଳରେ ଆଲୋଚନା ହେଉଛି ,ରାଧେରାଧେ ଅଧେଅଧେରେ ଏହା ସମ୍ଭବ ହୋଇଥିବା ଚର୍ଚ୍ଚା ହେଉଛି,ବ୍ଳକ ସୁଚନା ଓ କୃଷି ପରାମର୍ଶ ସହକାରୀ ଅଧିକାରୀ ଅଜୟ ବେମାଲ, ଉଦ୍ୟାନ କୃଷି ଓବରସିୟର ସୁର୍ଯ୍ୟ କାନ୍ତି ଶବର ତଥା ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏନେଇ ମୁହଁ ଖୋଲିନଥିବା ବେଳେ ଜମିର ପରିମାଣ ପୂର୍ବ ବର୍ଷ ଭଳି ଚଳିତବର୍ଷ ମଧ୍ୟ ସମାନ ଅନୁପାତ ରହିଥିବା ପ୍ୟାକ୍ସ କର୍ମଚାରୀ ମାନେ ମତବ୍ୟକ୍ତ କରିଛନ୍ତି, ତେବେ କେଉଁ ଅଦୃଶ୍ୟ ସ୍ଥାନରେ ଏସବୁ ଚାଷ ଏତେ ପରିମାଣରେ ସମ୍ଭବ ହେଲା ତାହାହିଁ ବଡପ୍ରଶ୍ନ ପାଲଟିଛି, ପୂର୍ବତନ ସରକାର କୃଷକ ପୋର୍ଟାଲ ଖୋଲି କେଉଁ ଚାଷୀ କି ଚାଷ କରୁଛନ୍ତି ତାହା ପଞ୍ଜିକୃତ କରିଥିଲେ, କିନ୍ତୁ ସେଥିରେ ଯେଉଁ ଚାଷୀ ମାନେ ପଞ୍ଜିକୃତ କରିଥିଲେ ସେମାନଙ୍କ ବ୍ୟତିତ ଅଧିକାଂଶ ଚାଷ ପାଖକୁ ମାଡି ନ ଥିବା ଲୋକେ ଏହି ପ୍ରୋତ୍ସାହନ ରାଶି ପାଇବାରେ ସକ୍ଷମ ହୋଇଛନ୍ତି ବୋଲି ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି, ଚାଷୀଙ୍କ ପାଇଁ ଶାସକ ସାଜିଥିବା ସରକାର ଏହାର ସତ୍ୟତା ଲୋକଲୋଚନକୁ ଆଣିବାକୁ ହେଲେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣରେ ମତ ପ୍ରକାଶ ପାଇଛି,।

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

 

Related posts

ବଦଦିନ ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

Sunil Chandra Nayak

ଦୁର୍ଘଟଣା ରେ ମୃତ୍ୟୁବରଣ କରିଥିବା ପରିବହନ ଶ୍ରମିକ ପରିବାର କୁ  ସି ଆଇ ଟି ୟୁ ପକ୍ଷରୁ ୫ ଲକ୍ଷ ଟଙ୍କାର ବୀମାରାଶି ପ୍ରଦାନ

Sunil Chandra Nayak

ତେରେସିଂହା ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!