ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ପରିବେଶର ସୁରକ୍ଷା ପାଇଁ ବୃକ୍ଷ ରୋପଣ ନିତ୍ୟାନ୍ତ ଆବଶ୍ୟକ – ବିଧାୟକ ଦୁର୍ଗାଚରଣ ତନ୍ତୀ , ୨- ଇସ୍ପାତ ସହରାଞ୍ଚଳର ବୁଥ ନମ୍ବର-୧୬ ରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ..

ପରିବେଶର ସୁରକ୍ଷା ପାଇଁ ବୃକ୍ଷ ରୋପଣ ନିତ୍ୟାନ୍ତ ଆବଶ୍ୟକ – ବିଧାୟକ ଦୁର୍ଗାଚରଣ ତନ୍ତୀ

ରାଉରକେଲା : ରାଉରକେଲା ର ଅନ୍ୟତମ ସାମାଜିକ ସଂଗଠନ ଅଖିଳ ଭାରତୀୟ ଅଗ୍ରୱାଲ ମହିଳା ସମିତି ଦ୍ୱାରା ଆଜି ରେଲୱେ କଲୋନୀ ଅଞ୍ଚଳରେ ବୃହତ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି ଅବସରରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜେ ବୃକ୍ଷ ରୋପଣ କରିବା ସହିତ ଆୟୋଜିତ ଏକ ଉତ୍ସବରେ ନିଜ ବକ୍ତବ୍ୟରେ ସୁସ୍ଥ ସମାଜ ଗଠନରେ ସୁସ୍ଥ ପରିବେଶ ନିର୍ମାଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏକ ସୁସ୍ଥ ପରିବେଶ ନିର୍ମାଣ କରିବା ପାଇଁ ବ୍ୟାପକ ମାତ୍ରାରେ ବୃକ୍ଷ ରୋପଣ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ମତ ରଖିଥିଲେ । ସ୍ମାର୍ଟ ଲେଡିଜ କ୍ଲବର ସହଯୋଗରେ ଆୟୋଜିତ ଏହି ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଉଭୟ ସଂଗଠନର ବହୁ କର୍ମକର୍ତ୍ତା ମାନେ ମଧ୍ୟ ଉପସ୍ଥିତ ଥିଲେ ।

ଇସ୍ପାତ ସହରାଞ୍ଚଳର ବୁଥ ନମ୍ବର-୧୬ ରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ…..

ରାଉରକେଲା : ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳର ସେକ୍ଟର-୮ ଅନ୍ତର୍ଗତ ବୁଥ ନମ୍ବର-୧୬ ରେ ଆଜି ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୩୫ତମ ମନ-କି-ବାତ କାର୍ଯ୍ୟକ୍ରମର ସିଧା ପ୍ରସାରଣର ଆୟୋଜନ କରାଯାଇଥିଲା । ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଉପସ୍ଥିତିରେ ଆୟୋଜିତ ଏହି ମନ କି ବାତ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ବହୁ ବରିଷ୍ଟ ପଦାଧିକାରୀ ଏବଂ କର୍ମୀମାନେ ଯୋଗଦେଇଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପି ଏମ୍ ଶ୍ରୀ ବି.ବି.ହାଇସ୍କୁଲ,ଢେଙ୍କାନାଳରେ ସମର କବି ବ୍ରଜନାଥ ବଡ଼ଜେନା ଓ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡଃ ଆମ୍ବେଦକରଙ୍କ ଜୟନ୍ତୀ – ୨୦୨୫ ପାଳିତ

masiha

ଧର୍ମଗଡ ରେ ନୂତନ ତହସିଲଦାର ଙ୍କ ଯୋଗଦାନ  ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ତରଫରୁ ସମ୍ବର୍ଦ୍ଧନା

masiha

ରାଇରଙ୍ଗପୁରରେ ମୟୂରଭଞ୍ଜ କ୍ୟାମ୍ପ ସମବାୟ ସମିତି କର୍ମଚାରୀ ସଂଘର ବୈଠକ

Sunil Chandra Nayak

Leave a Comment

error: Content is protected !!