ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଶ୍ରୀ ବୁଢୀମଙ୍ଗଳା ଯୁବକସଂଘ,ଗଳିଦାଣ୍ଡର ନବମ ରଜ ମହୋତ୍ସବ ‐ ୨୦୨୪

ଶ୍ରୀ ଶ୍ରୀ ବୁଢୀମଙ୍ଗଳା ଯୁବକସଂଘ,ଗଳିଦାଣ୍ଡର ନବମ ରଜ ମହୋତ୍ସବ ‐ ୨୦୨୪

ରାଜନଗର । ତା ୧୬/୦୬/୨୦୨୪ । ସାରା ଓଡିଶାରେ ବିଶେଷତଃ ଉପକୂଳ ଓ ଉତ୍ତର ଓଡିଶାରେ ତିନିଦିନ ଧରି ଖୁବ୍ ଧୁମ୍ ଧାମରେ ପାଳିତ ହୋଇଯାଇଛି ଗଣପର୍ବ ରଜ। ଗାଁ ଗାଁରେ ଦୋଳି,ପୁଚି,ବାଗୁଡି ସାଙ୍ଗକୁ ଟକ୍କର ଦେଇ ଆଗେଇ ଚାଲିଛି ନୃତ୍ଯଗୀତ ସଂଗୀତର ନୂଆ ପରମ୍ପରା। ଏହି କ୍ରମରେ ରାଜନଗରର ଶ୍ରୀ ଶ୍ରୀ ବୁଢୀମଙ୍ଗଳା ଯୁବକସଂଘ,ଗଳିଦାଣ୍ଡ ତରଫରୁ ନୃତ୍ଯ ଓ ସଂଗୀତର ମନୋରଞ୍ଜନ ମାଧ୍ଯମରେ ଦୁଇଦିନ ଧରି ପାଳିତ ହୋଇଯାଇଛି ନବମ ବାର୍ଷିକ ରଜ ମହୋତ୍ସବ ‐ ୨୦୨୪। ପ୍ରଥମଦିନ ଉଦ୍ଘାଟନୀ ସନ୍ଧ୍ଯାରେ ମୁଖ୍ଯଅତିଥି ଭାବେ ରାଜ୍ଯପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ପଣ୍ଡିତ ଶରତ ଚନ୍ଦ୍ର ମହାପାତ୍ର ମା ବୁଢୀମଙ୍ଗଳାଙ୍କ ପୀଠରୁ ଅନୁକୂଳ ପ୍ରଦୀପ ଆଣି ସଭାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଯୁବକସଂଘର ସଭାପତି ଶିବାନନ୍ଦ ରାଉତଙ୍କ ଅଧ୍ଯକ୍ଷତାରେ ସଭାରେ ମୁଖ୍ଯବକ୍ତା ଭାବେ ପଣ୍ଡିତ ସଂକର୍ଷଣ ମିଶ୍ର, ସମ୍ମାନିତ ଅତିଥି ଭାବେ ସରପଞ୍ଚ ସୁଶ୍ରୀସଂଗୀତା ମହାପାତ୍ର,ସମିତିସଭ୍ଯା ସୁମିତ୍ରା ସେଠୀ ଓ ଗ୍ରାମ୍ଯକମିଟିର ସଦସ୍ଯ ଜୟୀରାମ ସେଠୀ ଯୋଗ ଦେଇ ରଜଉତ୍ସବ ଉପରେ ଆଲୋଚନା କରିଥିଲେ।ପରେପରେ ସଂଗୀତଶିଳ୍ପୀ ଅମରେଶ ମହାରଣାଙ୍କ ପରିଚାଳନାରେ କଣ୍ଠଶିଳ୍ପୀ ଯଶୋମତୀ ସାହୁ…..ପ୍ରଭୃତିଙ୍କ ସଂଗୀତ ପରିବେଷଣ ଶ୍ରୋତାମଣ୍ଡଳୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଦ୍ବିତୀୟଦିନ ଉଦ୍ ଯାପନୀ ସନ୍ଧ୍ଯାରେ ମୁଖ୍ଯଅତିଥି ଭାବେ ଓଡିଶା ଯୁଗ୍ମ ବାଣିଜ୍ଯକର ଆୟୁକ୍ତ ଡଃ ପଦ୍ମଲୋଚନ ରାଉତ,ମୁଖ୍ଯବକ୍ତା ଭାବେ ରାଜନଗର କଲେଜ ଅବସରପ୍ରାପ୍ତ ଅଧ୍ଯକ୍ଷ ଅତୁଲ ବଳ,ସମ୍ମାନିତ ଅତିଥି ଭାବେ ପଣ୍ତିତ ଶରତ ଚନ୍ଦ୍ର ମହାପାତ୍ର ଓ ପ୍ରଧାନଶିକ୍ଷକ ମାନସ ମିଶ୍ର ଯୋଗ ଦେଇ କୃଷିପର୍ବ ରଜ ଓ ମଣିଷଜୀବନରେ ନୃତ୍ଯସଂଗୀତ ମନୋରଞ୍ଜନର ଆବଶ୍ଯକତା ଉପରେ ବକ୍ତବ୍ଯ ରଖିଥିଲେ।ଏହି ଅବସରରେ ଅତିଥିମାନଙ୍କ ହାତରେ ଯୁବକସଂଘର ବାର୍ଷିକ ସ୍ମୃତିପତ୍ର “ମଙ୍ଗଳାୟନ”ର ଲୋକାର୍ପଣ କରାଯାଇଥିଲା।ଉଭୟମଞ୍ଚରେ ସଂଘର ଆବାହକ ଡାଃ ଅମିୟ ରଞ୍ଜନ ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଧନ୍ଯବାଦ ଅର୍ପଣ କରିଥିଲେ ସଂପାଦକ ଚନ୍ଦ୍ରକାନ୍ତ ସେଠୀ। ସଭା ପରିଚାଳନାରେ ସହଯୋଗ କରିଥିଲେ ବୁଢୀମଙ୍ଗଳା ଗ୍ରାମ୍ଯକମିଟିର ସଂପାଦକ ଅଭିରାମ ସାହୁ। ସଭାଶେଷରେ ସାଂସ୍କୃତିକ କାର୍ଯ୍ଯକ୍ରମରେ ଭାବଗ୍ରାହୀ କଳା ନିକେତନ,ବାରୋର ନୃତ୍ଯଶିଳ୍ପୀମାନେ ନୃତ୍ଯ ପରିବେଷଣ ଦ୍ବାରା ଦର୍ଶକମାନଙ୍କର ମନୋରଞ୍ଜନ କରିଥିଲେ।ସଦସ୍ଯ ଅମ୍ରିତ ପତି,ପ୍ରିୟବ୍ରତ ସାହୁ,ସତ୍ଯବ୍ରତ ପ୍ରଧାନ,ଅଭିରାମ ଦାସ,ସହଦେବ ସେଠୀ,ସୁମନ୍ତ ବେହେରା,ସମୀର ସିଂ,ଅନୀଲ ପରିଡ଼ା,ସରୋଜ ବଳ,ପବିତ୍ର ଦାସ,ଅନୀଲ ସାହୁ,ମନୋରଞ୍ଜନ ମିଶ୍ର ପ୍ରଭୃତି ଓଗଳିଦାଣ୍ଡର ଗ୍ରାମବାସୀମାନେ କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ବନ୍ଧୁଗାଁ ବ୍ଲକରେ ନୂତନ ସିଡିପିଓଙ୍କ ଯୋଗଦାନ

Sunil Chandra Nayak

ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତାରେ ପଡିଥିଲେ ଛାତ୍ରୀ, ଥାନା ଅଧିକାରୀ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଲେ

masiha

ସବୁଜ ଭାରତ ଗଠନ ପାଇଁ ଦେଶ ସେବା ଫାଉଣ୍ଡେସନ ପରିବାର କରିଲେ ଚାରା ବୃକ୍ଷ ବଣ୍ଟନ 

masiha

Leave a Comment

error: Content is protected !!