ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡଃ ନାରାୟଣ ସେନାପତିଙ୍କୁ ମିଳିଲା ଶ୍ରେଷ୍ଠ ଓଡ଼ିଆ ସମ୍ମାନ -୨୦୨୪

ଡଃ ନାରାୟଣ ସେନାପତିଙ୍କୁ ମିଳିଲା ଶ୍ରେଷ୍ଠ ଓଡ଼ିଆ ସମ୍ମାନ -୨୦୨୪

କେନ୍ଦୁଝର,୧୭/୬/୨୪- ରାଜଧାନୀ ଭୁବନେଶ୍ବରର ବୁଦ୍ଧ ମନ୍ଦିର ସଭଗୃହରେ କଳ୍ପନା, ସାହିତ୍ୟ, ସଂସ୍କୃତି ଓ ସାମାଜିକ ପରିଷଦ ପକ୍ଷରୁ ଆୟୋଜିତ ୨୨ ତମ ରଜ ମହୋତ୍ସବ ଅବସରରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ଜମ୍ଭରା ଗ୍ରାମର ବିଶିଷ୍ଟ ସାହିତ୍ୟିକ ତଥା ତେଲକୋଇ ବ୍ଲକର ସୁନାମଧନ୍ୟ ଶିକ୍ଷକ ଡଃ ନାରାୟଣ ଚନ୍ଦ୍ର ସେନାପତିଙ୍କୁ ମିଳିଛି ଶ୍ରେଷ୍ଠ ଓଡ଼ିଆ ସମ୍ମାନ – ୨୦୨୪ ।

  ଏହି ରଜ ଉତ୍ସବ ଅବସରରେ ଅନୁଷ୍ଠିତ ୩ଟି ଅଧିବେଶନରେ ଯଥାକ୍ରମେ ପିଠା ମିଠା ପାନ ପ୍ରତିଯୋଗିତା, କବିତା ଆସର ଓ ସାହିତ୍ୟ ସଂସ୍କୃତି ଆଲୋଚନା ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଡଃ ଅଜୟ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଉଦ୍ଘାଟକ, ଡ଼ା ମୂରଲୀଧର ଦାଶ ମୁଖ୍ୟ ଅତିଥି, ଡଃ ରବି ନାରାୟଣ ପଣ୍ଡା ମୁଖ୍ୟ ବକ୍ତା, ଡଃ ଆନନ୍ଦା ପଟ୍ଟନାୟକ ସମ୍ମାନିତ ଅତିଥି, ଡଃ ନାରାୟଣ ଚନ୍ଦ୍ର ସେନାପତି ବରେଣ୍ୟ ଅତିଥି ଓ ବିଜୟ ଲକ୍ଷ୍ମୀ ସାହୁ ବରେଣ୍ୟ ଅତିଥି ଭାବେ ମଞ୍ଚ ମଣ୍ଡନ କରିଥିଲେ । ଏଥିରେ ଡଃ ନାରାୟଣ ଚନ୍ଦ୍ର ସେନାପତିଙ୍କୁ ଶିକ୍ଷା, ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତିରେ ଅବର୍ଣ୍ଣନୀୟ ପାରଦର୍ଶିତା ପାଇଁ ଶ୍ରେଷ୍ଠ ଓଡ଼ିଆ ସମ୍ମାନ – ୨୦୨୪ ରୂପେ ମାନପତ୍ର, ଉପଢୌକନ, ମୁକୁଟ, ସ୍ମାରକୀ, ଟ୍ରଫି, ଉତ୍ତରୀୟ ଓ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଇ ସମ୍ବର୍ଦ୍ଧନା ପାଇଁ ପ୍ରଚଣ୍ଡ ପ୍ରତିଭାଧର ଡଃ ସେନାପତିଙ୍କୁ ଓଡ଼ିଶାର କୋଣେ ଅନୁକୋଣୁ ଓ ଓଡ଼ିଶା ବାହାରୁ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟୁଛି ।

      ପ୍ରକାଶ ଥାଉ କି ଡଃ ସେନାପତି ଶଙ୍କରାଚାର୍ଯ୍ୟ ସମ୍ମାନ, ରାଜ୍ୟପାଳ ସମ୍ମାନ, ଗୁରୁଵ୍ରହ୍ମା ସମ୍ମାନ, ନେଶନ ବିଲଡର ଆୱାର୍ଡ଼, ଆନ୍ତର୍ଜାତିକ ଗ୍ଲୋବାଲ ଏଯୁକେଶନ ଆୱାର୍ଡ଼, ପ୍ରକୃତି ବନ୍ଧୁ ସମ୍ମାନ, ସମାଜସେବା ସମ୍ମାନ ସହ ଶ୍ରେଷ୍ଠ କବି, ଲେଖକ, ଅଭିନେତା, ନାଟ୍ୟକାର, ପ୍ରାବନ୍ଧିକ, ଗାଳ୍ପିକ ସମ୍ମାନ ପାଇବା ସଙ୍ଗେ ସଙ୍ଗେ ବ୍ୟାସକବି ଫକୀରମୋହନ ସ୍ମୃତି ସମ୍ମାନ, କବିରତ୍ନ ସମ୍ମାନ ସହ ୭୫ଟି ସାହିତ୍ୟ ସମ୍ମାନର ଅଧିକାରୀ ହୋଇ ପାରିଛନ୍ତି ।।

ବାଲେଶ୍ଵର/କେନ୍ଦୁଝରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଜଳସେଚନ ବିଭାଜନ ସ୍ତରୀୟ ପାଣିପଞ୍ଚାୟତ ପକ୍ଷପାଳନ ସମାରୋହ ଅନୁଷ୍ଠିତ

Sunil Chandra Nayak

ପବିତ୍ର ଚାରି ବେଦ ଅନୁସାରେ ବ୍ରହ୍ମା, ବିଷ୍ଣୁ ଓ ଶିବ ସୃଷ୍ଟିର ସର୍ଜନା ପାଇଁ ସୃଷ୍ଟି 

ବିଶିଷ୍ଟ ଶିକ୍ଷାବିତ୍ ଜଗଦୀଶ ଦାସଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଂଜଳି ଅର୍ପଣ 

masiha

Leave a Comment

error: Content is protected !!