ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁରରେ ପଲ୍ସ ପୋଲିଓ ଟୀକାକରଣ ଅଭିଯାନର ଶୁଭାରମ୍ଭ, ବିଧାୟକ ନିଜେ ଶିଶୁକୁ ପୋଲିଓ ବୁନ୍ଦା ଖୁଆଇଲେ 

ନବରଙ୍ଗପୁରରେ ପଲ୍ସ ପୋଲିଓ ଟୀକାକରଣ ଅଭିଯାନର ଶୁଭାରମ୍ଭ, ବିଧାୟକ ନିଜେ ଶିଶୁକୁ ପୋଲିଓ ବୁନ୍ଦା ଖୁଆଇଲେ 

ନବରଙ୍ଗପୁର:(ତା.୨୮.୦୬.୨୦୨୬) (ରବି ନାରାୟଣ ମହାନ୍ତି)ଆଜି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲାସ୍ତରୀୟ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମାନ୍ୟବର ବିଧାୟକ, ନବରଂଗପୁର ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଅଭିଯାନକୁ ଶୁଭ ଉଦଘାଟନ କରିଥିଲେ। ଉଦଘାଟନ ଅବସରରେ ବିଧାୟକ ନିଜେ ଏକ ଶିଶୁକୁ ପୋଲିଓ ବୁନ୍ଦା ଖୁଆଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଏହି ଅବସରରେ ବିଧାୟକ ଶ୍ରୀ ମାଝୀ କହିଥିଲେ, “ପୋଲିଓ ମୁକ୍ତ ସୁସ୍ଥ ଭାରତ ଗଠନ ଆମ ସମସ୍ତଙ୍କ ଦାୟିତ୍ୱ। ଗୋଟିଏ ବି ଶିଶୁ ଯେପରି ଟୀକାକରଣରୁ ବାଦ ନ ପଡେ, ସେଥିପାଇଁ ସମସ୍ତେ ସହଯୋଗ କରନ୍ତୁ। ଦୁଇ ବୁନ୍ଦା ଜୀବନ ପାଇଁ।”ଏହି ଟୀକାକରଣ ଅଭିଯାନ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (FW) ଡା. ମଳୟ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ହେଉଛି। କାର୍ଯ୍ୟକ୍ରମର ସମନ୍ୱୟ ଦାୟିତ୍ୱରେ ADPHCO ରାମହରି ପଣ୍ଡା ଉପସ୍ଥିତ ଥିଲେ।ଡା. ତ୍ରିପାଠୀ ସୂଚନା ଦେଇ କହିଛନ୍ତି ଯେ, ଜିଲ୍ଲାର ସମସ୍ତ ବ୍ଲକ, ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ନିର୍ଦ୍ଧାରିତ ପୋଲିଓ ବୁଥରେ ୦ ରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଯିବ। ଏଥିପାଇଁ ଆସନ୍ତା କାଲି ଠାରୁ ଆଶା, ଅଙ୍ଗନବାଡି କର୍ମୀ ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ଯାଇ ଟୀକାକରଣ କରିବେ।ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଅଭିଭାବକଙ୍କୁ ଅନୁରୋଧ କରାଯାଇଛି ଯେ, ନିଜ ନିଜର ଶିଶୁଙ୍କୁ ନିକଟସ୍ଥ ପୋଲିଓ ବୁଥକୁ ନେଇ ନିଶ୍ଚିତ ଭାବେ ଦୁଇ ବୁନ୍ଦା ପୋଲିଓ ଟୀକା ଖୁଆନ୍ତୁ। ପୂର୍ବରୁ ଟୀକା ନେଇଥିଲେ ମଧ୍ୟ ପୁନର୍ବାର ବୁନ୍ଦା ଖୁଆଇବା ଜରୁରୀ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଚିକିତ୍ସାଳୟର ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀମାନେ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

Related posts

ଝିରପାଣି ରେ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ 

masiha

ସାବିତ୍ରୀ ବ୍ରତ ଦିନ ଚାଲିଗଲା ସ୍ୱାମୀଙ୍କ ଜୀବନ, ପରିଚିତ ମହଲରେ ଶୋକର ଛାୟା  ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସମାଜସେବୀ କ୍ଷମାନିଧି ବିଶୀଙ୍କ ପରଲୋକ 

ଏନ୍‌ଆଇଟି ରାଉରକେଲାର ଦ୍ରୁତ ବିକାଶ ଗାଥା ର ମଙ୍ଗୁଆଳ – ପ୍ରଫେସର ଉମାମହେଶ୍ଵର ରାଓ

Sunil Chandra Nayak

Leave a Comment

error: Content is protected !!