ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ନୀତି ବିରୋଧୀ ଅଭିଯାନ ର ଜିଲ୍ଳାସ୍ତରୀୟ ବୈଠକ

ଜଗତସିଂହପୁର :- ବର୍ତ୍ତମାନ ର ଶାସକ ସରକାର ବିକାଶ ନାମରେ କରୁଥିବା ଦୁର୍ନୀତି ସକାଶୁ ବଂଚୁଛନ୍ତି ଠିକାଦାର, ଦୁରବସ୍ଥା ଭୋଗୁଛନ୍ତି ସାଧାରଣ ଜନତା ! ଅଭିଯୋଗ କଲେ ଶୁଣୁ ନାହିଁ ପ୍ରଶାସନ ! ଯିଏ ଆଗକୁ ବାହାରି ପ୍ରତିବାଦ କଲା ତା ନାମରେ ମିଥ୍ୟା କେସ ଲଗେଇ ଫସେଇ ଦିଆଯାଉଛି ତ କାହାକୁ ମୃତ୍ୟୁର ଧମକ ମିଳୁଛି ! ନିରପେକ୍ଷ ସମ୍ବାଦ ପରିବେଷଣ କଲେ ଗୁଣ୍ଡା ଲଗେଇ ଆକ୍ରମଣ କରାଯାଉଛି ! ସତ୍ୟର ମୁଖକୁ ବନ୍ଦ କରିବାକୁ ଚାପ ପ୍ରୟୋଗ କରାଯାଉଛି ! ସରକାର ନିରବଦ୍ରଷ୍ଟା ସାଜିଥିବା ବେଳେ,ପ୍ରଶାସନ ଠାରୁ ରାଜନୈତିକ ଦଲାଲ ପର୍ଯ୍ୟନ୍ତ ଯୋଉ ଭଳି ଭାବରେ ଦୁର୍ନୀତି ବଢ଼ି ବଢ଼ି ଚାଲିଛି ! ତାର ବିରୋଧ କରିବାକୁ ଆଗେଇ ଆସିଛି ଏକ ଦୁଃସାହାସିକ ସଂଗଠନ ! ଆର. ଟି.ଆଇ. ମାଧ୍ୟମରେ ତଥ୍ୟ ସଂଗ୍ରହ କରି ଦୁର୍ନୀତିର ପର୍ଦାଫାଶ କରାଇବାକୁ ଦୃଢ଼ ସଂକଳ୍ପ ନେଇ ଆରମ୍ଭ କରାଯାଇଛି,ଦୁର୍ନୀତି ବିରୋଧୀ ଅଭିଯାନ ! ଏହି ସଂଗଠନର ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ, ବରିଷ୍ଠ ଉପଭୋକ୍ତା କର୍ମୀ ଗୋବିନ୍ଦ ଓଝାଙ୍କ ଆବାହନ ରେ ଅନୁଷ୍ଠିତ ହୋଇଯାଇଛି। ଖବର ଅନୁସାରେ , ଜଗତସିଂହପୁର ଜିଲ୍ଲାର କଣ୍ଟାବଲ୍ଲଭପୁର ଅଭିରାମ ପରମହଂସ ପାଦୁକା ମନ୍ଦିର ପ୍ରାଙ୍ଗଣରେ ପୂର୍ବାହ୍ନ ୧୦ ଘଟିକା ସମୟରେ ବରିଷ୍ଠ କର୍ମୀ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ସଭାପତିତ୍ବ ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକରେ ଜିଲାସ୍ତରରେ ଯେଉଁ ଦୁର୍ନୀତି ହେଉଛି,ତାକୁ ମିଳିତ ଭାବରେ ସୂଚନା ଅଧିକାର ଆଇନ ୨୦୦୫ କୁ ବ୍ୟବହାର କରି ଦୁର୍ନୀତି ହୋଇଥିବା କାର୍ଯ୍ୟକୁ ଲୋକ ଲୋଚନକୁ ଆଣିବା ଏବଂ ଦୁର୍ନୀତି ପୂର୍ଣ୍ଣ କାର୍ଯ୍ୟକୁ ନେଇ ବିଭିନ୍ନ ଅଦାଲତକୁ ଯିବା ପାଇଁ ଆଜିର ସଭାରେ ସ୍ଥିର କରାଗଲା। ଜିଲ୍ଲାର ପ୍ରତି ବିଭାଗକୁ ଖୁବ୍ ଶୀଘ୍ର ବହୁଳ ଭାବରେ ସୁଚନା ମଗାଯିବ ବୋଲି ମତ ପ୍ରକାଶ ପାଇଥିଲା। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାର ସମସ୍ତ ବ୍ଲକ୍ ଓ ମୁନିସିପାଲଟିରେ ବହୁଳ ଭାବରେ ପ୍ରସାର କରିବା ପାଇଁ ସ୍ଥିର କରାଗଲା।ଏଥିରେ ଜିଲ୍ଲାର ସମସ୍ତ ବ୍ଲକ, ଜଗତସିଂହପୁର ଓ ପାରାଦ୍ଵୀପ ମୁନିସି ପାଲଟିର ଆବାହକମାନେ ଯଥା ସାମାଜିକ କର୍ମୀ ହେମନ୍ତ କୁମାର ସାହୁ, ସରିତ୍ ମହାପାତ୍ର,ନିରଞ୍ଜନ ବାରିକ୍,ସୁରେଶ ସ୍ବାଇଁ, ଗୋବିନ୍ଦ ଓଝା,ଉମେଶ ଚନ୍ଦ୍ର ଖଟୁଆ,ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇ ସୁଚିନ୍ତିତ ମତ ରଖିଥିଲେ।ଶେଷରେ ଜିଲ୍ଲା ଆବାହିକା ବିଜୟ ଲକ୍ଷ୍ମୀ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ତଥା ଭାରତୀୟ ପ୍ରସାଶନିକ ସେବା ଅଧିକାରୀ ଶ୍ରୀ ବିଭୁତି ଭୂଷଣ ନାୟକ .ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

Sunil Chandra Nayak

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ଶିବିର ଅନୁଷ୍ଠିତ ୧୦୪୪ ହିତାଧିକାରୀଙ୍କୁ ୫ କୋଟି ୧୩ ଲକ୍ଷ ୬୯ ହଜାର ୨୦୦ ଟଙ୍କାର ସହାୟତା

masiha

ବିଷ୍ଣୁପ୍ରିୟା ଚାରି ଟେବୁଲ୍ ଟ୍ରଷ୍ଟ,ଓଡ଼ିଶାର ୧୦ମ ପ୍ରତିଷ୍ଠା ଦିବସ 

masiha

Leave a Comment

error: Content is protected !!