ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜି ବି ଉଜ୍ଜୀବିତ ରହିଛି ବହୁ ପୁରାତନ କାଳର ତାଳପତ୍ର ପୋଥି

କାମାକ୍ଷାନଗର -(ମନିସ )3/5/23// କାମାକ୍ଷନଗର ଵ୍ଲକ, କୁଷିଆ ଗ୍ରାମର ଵୈଦ୍ୟଭୂଷଣ କଵିରାଜ ପ୍ରାପ୍ତ ବୟସ୍କ ସଦାଶିବ ରାଉଳଙ୍କ ପାଖରେ ଏବେବି ରହିଛି ଵହୁପୁରାତନ ତାଳପତ୍ର ପୋଥି , ରେଡ଼ିଓ ଏଵଂ ଶୁନୁଗାଡି। 

ସଦାଶିବ ରାଉଳ ବୟସର ଅପରାହ୍ନରେ ୯୦ ବର୍ଷରେ ପାଦ ଦେଇଥିଲେ ମଧ୍ୟ ଯୁବକଙ୍କ ଭଳି ସେ ଭାରି ଚଳ ଚଞ୍ଚଳ । କବିରାଜ କାର୍ଯ୍ୟ କରନ୍ତି ସେ ,ବହୁ ଅସାଧ୍ୟ ରୋଗକୁ ଚେରମୂଳି ଜଡ଼ିବୁଟି ମାଧ୍ୟମରେ ବହୁ ରୋଗୀଙ୍କୁ ଭଲ କରିଛନ୍ତି ସେ, ପ୍ରତିଦିନ ତାଳପତ୍ର ପୋଥିକୁ ଅଧ୍ୟୟନ କରନ୍ତି ସେ,ରେଡ଼ିଓ ଶୁଣନ୍ତି ଏବଂ ଶୁନୁଗାଡି ରେ ପ୍ରତିଦିନ ୩୦ କିଲୋମିଟର ବୁଲନ୍ତି ମଧ୍ୟ ଆଧୁନିକ ଯୁଗରେ ଓଡ଼ିଆ ପରମ୍ପରା ସଂସ୍କୃତି ସ୍ମୃତି ଅସ୍ମିତାକୁ ଉଜ୍ଜୀବିତ ରଖିଥିଵା ସଦାଶିବ ରାଉଳଙ୍କ ଭଳି ଅନୁଭଵୀ ଅଭିଜ୍ଞ ମହାନୁଭାଵ ଵ୍ୟକ୍ତି ସମାଜ ପାଇଁ ପ୍ରେରଣାର ପ୍ରତୀକ ।

ଏହି ଅଵସରରେ କାମାକ୍ଷନଗର ସ୍ମୃତି ଅସ୍ମିତା ସମିତି ତରଫରୁ ସମିତିର କର୍ମକର୍ତ୍ତା ବରିଷ୍ଠ ଲଉଡୀ ଖେଳାଳୀ ଗୋପାଳ ସାସମଲ୍ ,ଵ୍ୟଙ୍ଗକାର ଶେଷଦେବ ରାଉଳ ଏଵଂ ଯୁବ ସୁଲଭ ଇଞ୍ଜିନିୟର ହିମାଦ୍ରି ଦାସ ଵଵୁଲ୍ ଙ୍କ ଭଳି ସଂସ୍କୃତି ପ୍ରେମୀ ମାନେ ପ୍ରାପ୍ତ ବୟସ୍କ ଵୈଦ୍ୟଭୂଷଣ କଵିରାଜ ସଦାଶିବ ରାଉଳଙ୍କୁ ଉତ୍ତରୀୟ ଉପଢ଼ୌକନ ପୁଷ୍ପ ହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ଏହାସହିତ ଦେଶୀ କାଳୀ ଗାଇର ଦୁଗ୍ଧ ପିଆଇ ଆଶୀର୍ବାଦ ଭିକ୍ଷା କରିଥିଲେ।

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପଶ୍ଚିମବାର୍ଡରେ ଭୟାବହ ଅଗ୍ନିକାଣ୍ତ ଘଟି ଜଳି ଗଲା ୨୦ରୁ ଉର୍ଦ୍ଧ୍ୱ ଦୋକାନ ଓ ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡି ପାଂଉଶ  

ଖଡିଆଳ ମହୋତ୍ସବ ୨୦୨୬ ପାଳନ ନେଇ ଶାନ୍ତି କମିଟି ବୈଠକ, ପୋଲିସ ଆରକ୍ଷୀ ଅଧିକ୍ଷକ ଙ୍କ ଉପସ୍ଥିତି ରେ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା

Sunil Chandra Nayak

ରାଇରଙ୍ଗପୁର ଗୋଷ୍ଠୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମାଣ୍ଡିଆ ପୁଷ୍ଟିକର ଖାଦ୍ୟ ମେଳା

Sunil Chandra Nayak

Leave a Comment

error: Content is protected !!