ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜି ବି ଉଜ୍ଜୀବିତ ରହିଛି ବହୁ ପୁରାତନ କାଳର ତାଳପତ୍ର ପୋଥି

କାମାକ୍ଷାନଗର -(ମନିସ )3/5/23// କାମାକ୍ଷନଗର ଵ୍ଲକ, କୁଷିଆ ଗ୍ରାମର ଵୈଦ୍ୟଭୂଷଣ କଵିରାଜ ପ୍ରାପ୍ତ ବୟସ୍କ ସଦାଶିବ ରାଉଳଙ୍କ ପାଖରେ ଏବେବି ରହିଛି ଵହୁପୁରାତନ ତାଳପତ୍ର ପୋଥି , ରେଡ଼ିଓ ଏଵଂ ଶୁନୁଗାଡି। 

ସଦାଶିବ ରାଉଳ ବୟସର ଅପରାହ୍ନରେ ୯୦ ବର୍ଷରେ ପାଦ ଦେଇଥିଲେ ମଧ୍ୟ ଯୁବକଙ୍କ ଭଳି ସେ ଭାରି ଚଳ ଚଞ୍ଚଳ । କବିରାଜ କାର୍ଯ୍ୟ କରନ୍ତି ସେ ,ବହୁ ଅସାଧ୍ୟ ରୋଗକୁ ଚେରମୂଳି ଜଡ଼ିବୁଟି ମାଧ୍ୟମରେ ବହୁ ରୋଗୀଙ୍କୁ ଭଲ କରିଛନ୍ତି ସେ, ପ୍ରତିଦିନ ତାଳପତ୍ର ପୋଥିକୁ ଅଧ୍ୟୟନ କରନ୍ତି ସେ,ରେଡ଼ିଓ ଶୁଣନ୍ତି ଏବଂ ଶୁନୁଗାଡି ରେ ପ୍ରତିଦିନ ୩୦ କିଲୋମିଟର ବୁଲନ୍ତି ମଧ୍ୟ ଆଧୁନିକ ଯୁଗରେ ଓଡ଼ିଆ ପରମ୍ପରା ସଂସ୍କୃତି ସ୍ମୃତି ଅସ୍ମିତାକୁ ଉଜ୍ଜୀବିତ ରଖିଥିଵା ସଦାଶିବ ରାଉଳଙ୍କ ଭଳି ଅନୁଭଵୀ ଅଭିଜ୍ଞ ମହାନୁଭାଵ ଵ୍ୟକ୍ତି ସମାଜ ପାଇଁ ପ୍ରେରଣାର ପ୍ରତୀକ ।

ଏହି ଅଵସରରେ କାମାକ୍ଷନଗର ସ୍ମୃତି ଅସ୍ମିତା ସମିତି ତରଫରୁ ସମିତିର କର୍ମକର୍ତ୍ତା ବରିଷ୍ଠ ଲଉଡୀ ଖେଳାଳୀ ଗୋପାଳ ସାସମଲ୍ ,ଵ୍ୟଙ୍ଗକାର ଶେଷଦେବ ରାଉଳ ଏଵଂ ଯୁବ ସୁଲଭ ଇଞ୍ଜିନିୟର ହିମାଦ୍ରି ଦାସ ଵଵୁଲ୍ ଙ୍କ ଭଳି ସଂସ୍କୃତି ପ୍ରେମୀ ମାନେ ପ୍ରାପ୍ତ ବୟସ୍କ ଵୈଦ୍ୟଭୂଷଣ କଵିରାଜ ସଦାଶିବ ରାଉଳଙ୍କୁ ଉତ୍ତରୀୟ ଉପଢ଼ୌକନ ପୁଷ୍ପ ହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ଏହାସହିତ ଦେଶୀ କାଳୀ ଗାଇର ଦୁଗ୍ଧ ପିଆଇ ଆଶୀର୍ବାଦ ଭିକ୍ଷା କରିଥିଲେ।

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବି ଏ ଚ ଆର୍ ସି ର ହସ୍ତକ୍ଷେପ ଫଳରେ ପଞ୍ଚାୟତି ରାଜ ପାନୀୟ ଜଳ ବିଭାଗ କତ୍ତୃପକ୍ଷ ଙ୍କ ତରଫରୁ ଚିଠି ,  ଆବାସ ଯୋଜନାରେ ସାମିଲ ହେଲେ ଭିନ୍ନକ୍ଷମ ଦୁଇ ଭଉଣୀ

Sunil Chandra Nayak

ଜିଲ୍ଲାସ୍ତରୀୟ ବିସିଜି ଟୀକାକରଣର ଶୁଭାରମ୍ଭ

masiha

ମହିଳା ସ୍ବାସ୍ଥ୍ୟ ପରିଦର୍ଶିକା ଶ୍ରୀମତୀ ସନ୍ଧ୍ୟାରାଣୀ ଦାଶଙ୍କ ଅବସରକାଳୀନ ସମ୍ବର୍ଧନା ସଭା 

Sunil Chandra Nayak

Leave a Comment

error: Content is protected !!