ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ପନ୍ଦନ ଆୟୋଜିତ ଶିଶୁ ମହୋତ୍ସବର ୨ୟ ସଂଧ୍ୟା   

ସ୍ପନ୍ଦନ ଆୟୋଜିତ ଶିଶୁ ମହୋତ୍ସବର ୨ୟ ସଂଧ୍ୟା           

ରାଉରକେଲା: ସ୍ପନ୍ଦନ,ରାଉରକେଲା ଆୟୋଜିତ ୨୦ତମ ଶିଶୁ ମହୋତ୍ସବ ଅବସରରେ ନଭେମ୍ବର୧୭ ତାରିଖ ଦ୍ବିତୀୟ ଦିବସ ଅପରାହ୍ଣରେ ସିଭିକ୍ ସେଣ୍ଟର ମଂଚରେ ମଂଚସ୍ଥ ହୋଇଥିଲା ୯ ଟି ନାଟକ । ସର୍ବ ପ୍ରଥମେ ସେକ୍ଟର ୧୭ସ୍ଥିତ ମଧୁସୂଦନ ଶିକ୍ଷା ନିବାସ ପରିବେଷଣ କରିଥିଲା ନାଟକ “ଗ୍ୟାନ ନା ଷ୍ଟାଟସ୍” ,ପରେ ଡି.ଏ.ଭି ପବ୍ଲିକ୍ ସ୍କୁଲ,ସେକ୍ଟର୧୬ ଦ୍ବାରା ନାଟକ” ଅପେକ୍ଷା” ମଂଚସ୍ଥ ହୋଇଥିବା ବେଳେ ,୩ୟ ନାଟକ ଲକ୍ଷ୍ମୀର ଅଭିସାର ମଂଚନ କରିଥିଲେ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ସେକ୍ଟର ୬ର ଛାତ୍ର ଛାତ୍ରୀମାନେ,୪ର୍ଥ ନାଟକ ରାଣୀ ସୁ ଶୁକଦେଇ ଉପସ୍ଥାପନ କରିଥିଲେ ଚିନ୍ମୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ, ପରେପରେ ନାଟକ ନାମୋଫୋବିଆ ପରିବେଷଣ କରିଥିଲେ ଇଣ୍ଡୋ ଇଂରାଜୀ ବିଦ୍ୟାଳୟର ବିଦ୍ୟାର୍ଥୀଗଣ,ତାପରେ ମଂଚସ୍ଥ ହୋଇଥିଲା ନାଟକ ଏମାନେ ବି ମଣିଷ ଦିଲ୍ଲୀ ପବ୍ଲିକ୍ ସ୍କୁଲର ପିଲାଙ୍କ ଦ୍ବାରା ,ପରେ ପରେ ନିଶାପ ନାଟକ ମଂଚସ୍ଥ କରିଥିଲେ ବାଜି ରାଉତ ଶିକ୍ଷା ନିକେତନ ,ସେକ୍ଟର ୩ର ବିଦ୍ୟାର୍ଥୀମାନେ।ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଉଦ୍ଘୋଷିକା ଝିଲିମା ମହାନ୍ତି ଏବଂ ସହଯୋଗ କରିଥିଲେ କ୍ଷୀରୋଦ ବାଡତ୍ୟା,ଶିଶିର ମୁଦାଲି,ମିହିର ମେହେର,ରମେଶ ଗୌଡ,ଅମୂଲ୍ୟ ବେହେରା,ସୁଦୀଶ ମିଶ୍ରା,ନିତ୍ୟାନନ୍ଦ ଜେନା,ସାରଂଗ ବରାଳ । ଆସନ୍ତା କାଲି ଉଦଯାପନୀ ଦିବସରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଅପରାହ୍ନ ୪ରେ ପରିବେଷଣ କରାଯିବ ଦଳଗତ ନୃତ୍ୟ(ଗ୍ରୁପ) ଏବଂ ପରେ ପରେ ଛଉ ନୃତ୍ୟ ପରିବେଷଣ କରାଯିବ ମୟୁରଭଂଜର ଉତ୍ତରସାହି ପ୍ରତିଷ୍ଠାନର କଳାକାରମାନଙ୍କଦ୍ବାରା । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାୟଗଡ ଜିଲ୍ଲାର ଦୁଇଟି ଆକାଂକ୍ଷି ବ୍ଲକର ଶୁଭାରମ୍ଭ

Sunil Chandra Nayak

ବିପିୟୁଟି ପୁଣି ରଚିଲା ଇତିହାସ : ପରୀକ୍ଷା ଶେଷ ହେବାର ଦୁଇ ଦିନ ମଧ୍ୟରେ ପ୍ରକାଶ କଲା ପରୀକ୍ଷା ଫଳ

Sunil Chandra Nayak

ଆଠ ଫୁଟର ଅଜଗର ସାପ ଉଦ୍ଧାର

masiha

Leave a Comment

error: Content is protected !!