ଆସିକା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ
ଆସିକା,୧୬/୧୧/୨୫ ଗଞ୍ଜାମ ଜିଲ୍ଲାର ଆସିକା ପୋଲିସ ପକ୍ଷରୁ ଅଶୋକ ସିନେମା ହଲ ଠାରେ ସାଇବର ସୁରକ୍ଷା ଅଭିଯାନ ସମ୍ପର୍କରେ କାର୍ଯ୍ୟକ୍ରମ ଅନୁଷ୍ଠିତ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥ୍ ଭାବେ ଚଳଚିତ୍ର ଅଭିନେତ୍ରୀ ମିସ ପୁନମ୍ ମିଶ୍ର, ଅନ୍ୟତମ ଅତିଥି ଭାବେ ଗଞ୍ଜାମ ପୋଲିସର ଅତିରିକୁ ଏସପି ସିମା ସ୍ବାଇଁ, ଆସିକା ପୋଲିସ ଉପଖଣ୍ଡ ଅଧୂକାରୀ ସନ୍ତୋଷ କୁମାର ଜେନା, ଆଇ.ସି ଆଇ.ସି.ଆଇର ଶାଖା ପରିଚାଳକ କାଳୀ ଚରଣ ସାହୁ ମଞ୍ଚାସିନ ଥିଲେ । ଆଜି କାଲି ସମାଜ ରେ ସାଇବର ଠକେଇ କୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖ୍ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଇବର ଠକ ମାନଙ୍କ କବଳରୁ ସୁରକ୍ଷିତ ରହିବା ପାଇଁ ସତର୍କତା ଅବଲମ୍ବନ ନିମନ୍ତେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। କାରଣ ପରିବର୍ଷିତ ସମୟ ଅନୁସାରେ ବର୍ତ୍ତମାନ ପ୍ରତେକ କ୍ଷେତ୍ରରେ ଉନ୍ନତ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ସାଙ୍ଗକୁ ଇଣ୍ଟେର୍ନେଟ ଓ ସ୍ମାର୍ଟ ଫୋନ୍ ର ବହୁଳ ବ୍ୟବହାର ସମସ୍ତଙ୍କ ପାଇଁ ଅପରିହାର୍ଯ୍ୟ ହୋଇ ପଡିଛି । ଏହାର ସୁଯୋଗ ନେଇ ସାଇବର ଠକ ମାନେ ନୂଆ ନୂଆ ତରିକାରେ ଠକୁଛନ୍ତି।
ବିଶେଷ କରି ଲୋକମାନଙ୍କ ବ୍ୟାଙ୍କ ଖାତାରୁ ଜମା ରାଶିହଡପ କରିନେଇ ଲୋକଙ୍କୁ ଭୀଷଣ ଆର୍ଥକ କ୍ଷତି ପହଞ୍ଚାଉଛନ୍ତି। ସ୍ବଳ୍ପ ସମୟରେ ଜମା ଅର୍ଥ ଦୁଇଗୁଣିତ କରି ଫେରସ୍ତ କରିବା ଲୋଭ ଦେଖାଇ ପୁଞ୍ଜି ନିବେଶ ପାଇଁ ମତେଇ ଲୋକଙ୍କୁ ଲୁଟୁଛନ୍ତି । ତେଣୁ ସାମାଜିକ ଗଣମାଧ୍ଯମ ବ୍ୟବହାର ସମୟରେ, ଅନ ଲାଇନ ସପିଙ୍ଗ ସମୟରେ, ଅନଲାଇନ ଆର୍ଥକ କରିବାର ସମୟରେ, ଅନଲାଇନ ରେ କ୍ରୟ ବିକ୍ରୟ ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା, ପିତାମାତା ମାନେ ସେମାନଙ୍କ ପିଲାମାନଙ୍କ ଦ୍ବାରା ବ୍ୟବହୃତ ବିଭିନ୍ନ ଆପ ଗୁଡ଼ିକ ନିୟମିତ ଯାଞ୍ଜ କରିବା, ପିଲାମାନଙ୍କୁ ଯଥା ସମ୍ଭବ ଅନଲାଇନ ଗେମରୁ ନିବୃତ କରାଇବା ନେଇ ସଚେତନତା କରାଯାଉଛି।ବହୁ ସମୟରେ ଫୋନ କଲ ମାଧ୍ୟମରେ ଏଟିଏମ /ପ୍ୟାନ/ ଆଧାର କାର୍ଡ ଇତ୍ୟାଦି ଅପଡେଟ ପାଇଁ ପିନ ପାସ ୱାର୍ଡ଼, ଓଟିପି ସେୟାର କରବା ପାଇଁ, ଟିଭି ଟାୱାର ବସାଇବା ନେଇ ଆର୍ଥକ ପ୍ରଲୋଭନ ଦେଖାଇବା, ଚାକିରୀ ଦେବା ନାଁ ରେ କିଛି ଅର୍ଥ ପୈଠ ପ୍ରବର୍ତ୍ତାଇବା, ମାର୍ଟିମନିଆଲ, ସାଇଟ ରେ ତଥ୍ୟ ସେୟାର କରିବା ପାଇଁ କହିବା, ମାଗଣାରେ କୌଣସି ଉପହାର ଦେବା, ବିଭିନ୍ନ ଆପ ଯୋଗେ ବିନା ସୁଧରେ ଋଣଦେବା,ସିମ ସ୍ବାପ,ଡିଜିଟାଲ ଆରେଷ୍ଟ ସନ୍ଦେଶ ଦେବା, ଲୋଭ ଦେଖାଇ ସନ୍ଦେହଜନକ ଅଜଣା ଲିଙ୍କ ରେ କ୍ଲିକ ପାଇଁ କହିବା, କୌଣସି ଅଜଣାବ୍ୟକ୍ତିଙ୍କ ସହ ବ୍ୟକ୍ତିଗତ ତଥ୍ୟ ବା ଫୋଟ/ଭିଡିଓ ସେୟାରକରିବା ଇତ୍ୟାଦି ଠକାମୀର ଶିକାର ନହେବା ପାଇଁ ସଚେତନ କରାଯାଉଛି । ଏତବ୍ୟତୀତ ନିଜର ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ କଠିନ ପାସ ୱାର୍ଡ଼ ବ୍ୟବହାର କରିବା ସହିତ ଯଦି ଅଜଣା ଫୋନ ନମ୍ବର ରୁ କିଛି ସନ୍ଦେଶ ବା କଲ ଆସେ ତେବେ ତରବରିଆ ଭାବେ ନିଷ୍ପତ୍ତି ନନେଇ ଭାବିଚିନ୍ତିକାର୍ଯ୍ୟ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି। ସାଇବର ଠକାମୀ ରୁ ସୁରକ୍ଷିତ ରହିବେ। ଯଦି ଦୁର୍ଭାଗ୍ଯବଶତଃ କୌଣସି ସାଇବର ଠକେଇର ଶିକାର ହୁଅନ୍ତି, ତେବେ ତୁରନ୍ତି ୧୯୩୦ ରେ କଲ କରି ଅଭିଯୋଗ କରିବାପାଇଁ ସଚେତନତା କରାଯାଉଛି । ଏହି କାର୍ଯ୍ୟକ୍ରମ ରେ ଆସିକା ପୋଲିସ ଉପଖଣ୍ଡ ଇଲାକାର ସମସ୍ତ ଅଧୂକାରୀଙ୍କ ସମେତ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ଆସିକା ଥାନା ଅଧୂକାରୀ କୁଳମଣି ସେଠି ପରିଚାଳନାକରିଥିଲେ।
ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

