ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ଦାବୀ ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ନୂଆପଡା ଛତ୍ରପୁର ଗ୍ରାମବାସୀ

ଗୋଳାମୁଣ୍ଡା/ନିର୍ଭୟ ନିରପେକ୍ଷ ମସିହା/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଦଶପୁର ପଞ୍ଚାୟତ ଅନ୍ତର୍ଗତ ନୂଆପଡା ଛତ୍ରପୁର ଗ୍ରାମର ବିଭିନ୍ନ ସମସ୍ୟା କୁ ନେଇ ଆଜି ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଥିଵା ଦେଖିବାକୁ ମିଳିଛି । ଉଲ୍ଲେଖ ଯେ ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର ରେ ଶୌଚାଳୟ ନିର୍ମାଣ ସହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଥିବା ଶ୍ରେଣୀ କୋଠରୀ ର ଛାତ ଫାଟି ବିପଦ ଅବସ୍ଥାରେ ଥିବା ବେଳେ ଶିକ୍ଷକ ଓ ଛାତ୍ର ଛାତ୍ରୀ ଙ୍କ ଜୀବନ ବିପଦ ଆଶଙ୍କା ରହିଅଛି । ବର୍ଷା ସମୟରେ ଛାତ ଭାଙ୍ଗି ଯିବାର ସମ୍ଭାବନା ରହିଅଛି ତେଣୁ ଶ୍ରେଣୀକୋଠରୀ ର ମରାମତି କିମ୍ୱା ନୂତନ ଶ୍ରେଣୀ କୋଠରୀ ନିର୍ମାଣ ଦାବିରେ ବିଭାଗୀୟ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଥିବା ବେଳେ କୌଣସି ଫଳପ୍ରଦ ହୋଇନ ଥିବାରୁ ଆଜି ଧର୍ମଗଡ ଉପଜିଲ୍ଲାପାଳ ଙ୍କୁ ଲିଖିତ ଭାବରେ ଜଣାଇଛନ୍ତି. ଏହି ଅବସରରେ ଗ୍ରାମର ଚମ୍ପା ଜାଲ, ଟିକେରାମ ମେହେର, ଭୋଳାନାଥ ଗୋପାଳ, ମଙ୍ଗନିଆ ମାଝୀ, ପ୍ରତ୍ୟେକ୍ଷ କଟା, ଭାରତ ଘି, ପ୍ରସନ୍ନ ମେହେର, ଲଛ ଘି, ରୁକ୍ମଣୀ କଟା, ସିନ୍ଧୁ ସୁତା ମେହେର, ଜୟନ୍ତୀ କଟା, ମମତା ଘି, କଳ୍ପନା ଘି, ଚଞ୍ଚଲା ବନ୍ଦୀଛୋଡ, ସଉଦା ପଟେଲ, ହୃଷିକେଶ ମହେର ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ସଅର ସମ୍ପ୍ରଦାୟ କୁ ଆଦିବାସୀ ମାନ୍ୟତା ପ୍ରସଙ୍ଗ , ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ଆଦିବାସୀ ସଅର ସମ୍ପ୍ରଦାୟ 

masiha

ଆସିକା ରେ ନୂତନ ଥାନା ଅଧିକାରୀଙ୍କ ଦାୟିତ୍ଵ ଗ୍ରହଣ 

masiha

ଗରିମା ପରିବାରର ଉତ୍କଳ ଦିବସ ପାଳନ ଆଗାମୀ ଏପ୍ରିଲ ୨ ରେ……

Sunil Chandra Nayak

Leave a Comment

error: Content is protected !!