କୀଟ ପୋକ କାମୁଡ଼ା ର ଉପଚାର ସମ୍ବନ୍ଧୀୟ ସଚେତନତା ଶିବିର
ଭବାନୀପାଟଣା :ଏସବିଆଇ ଓ ରାମକୀ ଫାଉଣ୍ଡେସନ ପକ୍ଷରୁ ଶନିବାର ଦିନ କେସିଙ୍ଗା ବ୍ଲକ ଚିଚର୍ଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବର୍ଷା ଦିନରେ କୀଟ ପୋକ କାମୁଡ଼ାରେ ହେଉଥିବା ରୋଗ ଓ ତାହାର ଉପଚାର ସମ୍ବନ୍ଧୀୟ ବିଷୟରେ ଏକ ସଚେତନତା ଶିବିର ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ନାଏକ ଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା।ରାମକୀ
ଫାଉଣ୍ଡେସନ ର ଡାକ୍ତର ବିମଳ ଚରଣ ଷଡଙ୍ଗୀ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ କିପରି କୀଟ ପୋକ କାମୁଡ଼ା ରୁ ନିଜକୁ ସୁରକ୍ଷିତ ରଖିବେ ଓ କିପରି ଉପଚାର କରିବେ ଉକ୍ତ ବିଷୟ ଉପରେ ବୁଝାଇବା ସହିତ ଯେତେବେଳେ ବି କିଛି କୀଟ ପୋକ କାମୁଡ଼ିଲେ ଯଥା ଶୀଘ୍ର ନିକଟସ୍ଥ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଯିବା ପାଇଁ ପରାମର୍ଶ ଓ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ରାମକୀ ଫାଉଣ୍ଡେସନ ର ଜିଲ୍ଲା ପିସି, ଫାର୍ମାସିଷ୍ଟ ଜୋସ୍ନାରାଣୀ ବେହେରା,ଏସ ଏନ୍ ପଙ୍କଜିନୀ ରଣା ,ଏଲ ଟି ନୀତୁ ନାଏକ, ନିରଞ୍ଜନ ହାତୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ତପସ୍ଵନି ସାହୁ ଓ ଲକ୍ଷ୍ମୀଧର ବାଇ। ଏସ ବି ଆଇ ଏବଂ ରାମକୀ ଫାଉଣ୍ଡେସନ ର ଉକ୍ତ କାର୍ଯ୍ୟକ୍ରମ କୁ ଗ୍ରାମବାସୀ ମାନେ ପ୍ରଶଂସା କରିଥିଲେ।
ବିଦ୍ୟାଧର ସାହୁ ରିପୋର୍ଟ…

