ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାତୀ ଆକ୍ରମଣ ପୀଡିତ ପରିବାରକୁ ଧମକ। ବଙ୍ଗୋମୁଣ୍ଡା ରେଞ୍ଜ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ 

ହାତୀ ଆକ୍ରମଣ ପୀଡିତ ପରିବାରକୁ ଧମକ। ବଙ୍ଗୋମୁଣ୍ଡା ରେଞ୍ଜ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ 

କଣ୍ଟାବାଞ୍ଜି : ତୁରେକେଲା ବ୍ଲକ ଅନ୍ତର୍ଗତ ସାନବାଙ୍କି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ପରେ ପୀଡିତ ପରିବାରକୁ ମିଳିବାକୁ ଥିବା ସରକାରୀ ସହାୟତା ରାଶି ପାଇଁ ଯାଇଥିବା ସମୟରେ ବଙ୍ଗୋମୁଣ୍ଡା ରେଞ୍ଜ ଅଧିକାରୀଙ୍କ ଦ୍ୱାରା ଧମକ ଓ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହେଉଛି।ଅଭିଯୋଗ ଅନୁସାରେ,ପୀଡିତ ପରିବାର ସହାୟତା ରାଶି ସମ୍ପର୍କରେ ରେଞ୍ଜ ଅଧିକାରୀଙ୍କୁ ଭେଟିବାକୁ ଯାଇଥିବାବେଳେ ବଙ୍ଗୋମୁଣ୍ଡା ରେଞ୍ଜ ଅଧିକାରୀ ହଠାତ୍ ପରିବାର ଲୋକଙ୍କୁ ଗାଳିଗୁଲଜ କରିଥିଲେ।ଏହା ସହ ହାତୀ ଆକ୍ରମଣରେ ତମ ସ୍ତ୍ରୀର ମୃତ୍ୟୁ ଘଟି ନାହିଁ,ପରିବାର ଲୋକେ ନିଜେ ମହିଳାଙ୍କୁ ହତ୍ୟା କରିଥିବା ଓ କେମିତି ହତ୍ୟା କରାଯାଇଛି ତାହା ସେ ଜାଣିଛନ୍ତି ବୋଲି ପରିବାର ଲୋକଙ୍କୁ ଧମକାଇ ଥିବା ଭିଡିଓ ରେ ଦେଖିବାକୁ ମିଳୁଛି। 

 ପରିବାର ଲୋକଙ୍କ ସହ ଦୁର୍ବ୍ୟବହାର କରାଯାଇଥିବା ଏକ ଭିଡିଓ ସାମାଜିକ ମାଧ୍ୟମରେ ଭାଇରାଲ୍ ହେଉଥିବାରୁ ମାମଲାଟି ଅଧିକ ଗୁରୁତ୍ୱ ନେଇଛି। ତେବେ କେଉଁ ଉଦ୍ଦେଶ୍ୟରେ ଓ କାହିଁକି ରେଞ୍ଜ ଅଧିକାରୀ ଏପରି ମନ୍ତବ୍ୟ କରିଥିଲେ, ସେଥିପାଇଁ ତଦନ୍ତ ଆବଶ୍ୟକ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।

ପୀଡିତ ପରିବାର ସହ ସାଧାରଣ ଜନତା ମଧ୍ୟ ଲୋକଙ୍କ ପ୍ରତି ଏଭଳି ଦୁର୍ବ୍ୟବହାର କରୁଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନଙ୍କୁ ଦାବି କରିଛନ୍ତି। 

ମୀନକେତନ ନିଆଲ୍ ଙ୍କ ରିପୋର୍ଟ୍ 

Related posts

ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା ପାଇଁ ବିଲ୍ୱ ବରଣ ଓ ଅଧିବାସ ଅନୁଷ୍ଠିତ 

Sunil Chandra Nayak

ରିଙ୍ଗରୋଡ଼ ଛେଣ୍ଡ ଭି. ଏସ. ଏସ ମାର୍କେଟ ଛକ ନିକଟରେ “ବ୍ୟାସବାଟିକା” ନିର୍ମାଣ ତଥା ଛକର ନାମ “ବ୍ୟାସଛକ” ହେଉ…

masiha

କଲମ ଡ଼ଙ୍ଗରଗଡ଼ ସୁରକ୍ଷା ପରିଷଦ ଟ୍ରଷ୍ଟ ତରଫରୁ,ମୋ ଜଙ୍ଗଲ ଜମି ଯୋଜନା କର୍ମଶାଳା

Sunil Chandra Nayak

Leave a Comment

error: Content is protected !!