ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏରିଆ ଖବର ପକ୍ଷରୁ ୭ମ ସ୍ଵନକ୍ଷତ୍ର ଦିବସ ପାଳିତ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ପଞ୍ଚାୟତ ସଭାଗୃହ ଠାରେ ଏରିଆ ପାକ୍ଷୀକ ଖବର କାଗଜ ପକ୍ଷରୁ ୭ମ ସ୍ଵନକ୍ଷତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଦେବୀ ମିଶ୍ର , ସମ୍ମାନିତ ଅତିଥି ଭାବେ ଡଃ ରଶ୍ମୀ ରଞ୍ଜନ ମିଶ୍ର , ସମାଜ ସେବୀ ବିଭୂତି ସାହୁ , ବିରଞ୍ଚି ସାହୁ , ପ୍ରଗତି ମହିଳା ମଣ୍ଡଳର ସଭାନେତ୍ରୀ ଡଲି ମିଶ୍ରା , ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଧୀର ମୋହନ ରାୟ ଏବଂ ଏରିଆ ଖବରର ସମ୍ପାଦକ ସୌଭାଗ୍ୟ ଚନ୍ଦ୍ର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଥମେ ସଭାଗୃହରେ ପ୍ରବେଶ କରି ଜଗତରନାଥ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଆନୁଷଙ୍ଗିକ ଭାବେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପରେ ସହିଦ ମାନସ ରଞ୍ଜନ ମହାନ୍ତିଙ୍କ ପ୍ରତିମୃତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଅତିଥି ମାନଙ୍କ ଉପସ୍ଥିତିରେ ଖବର କାଗଜର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ କରାଯାଇଥିଲା । ପରେ ମଞ୍ଚାସୀନ ଅତିଥି ମାନେ ଅଭିଭାଷଣ ମାଧ୍ୟମରେ ଖବର କାଗଜ ସମ୍ପର୍କରେ ଆଲୋଚନା ପୂର୍ବକ ମତ ପୋଷଣ କରିଥିଲେ କି ଖବର କାଗଜ ଟିଏ ସମାଜର ପରିବର୍ତ୍ତନ କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ବର୍ତ୍ତମାନ ଡିଜିଟାଲ ଯୁଗରେ ଛାତ୍ରଛାତ୍ରୀ ଏବଂ ଯୁବପିଢି ମାନେ ଖବର କାଗଜ ଠାରୁ ଦୂରେଇ ରହି ମୋବାଇଲ , ଇଣ୍ଟରନେଟ ମଧ୍ୟରେ ନିଜକୁ ସିମୀତ ରଖିଥିବା ବେଳେ ଖବର କାଗଜକୁ ପ୍ରତ୍ୟହ ପଠନ କରିବା ପାଇଁ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ଶିକ୍ଷା , ସାମ୍ବାଦିକତା , ସମାଜସେବା , ସ୍ବାସ୍ଥ୍ୟସେବା ଇତ୍ୟାଦି କ୍ଷେତ୍ରରେ କୃତ୍ତିତ୍ୱ ଅର୍ଜନ କରିଥିବା ୩୦ ଜଣଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମନୋରଞ୍ଜନ ଦାସ , ବାସୁଦେବ ପ୍ରଧାନ , ତ୍ରିଲୋଚନ ନାୟକ , ପ୍ରଦୀପ ନାୟକ , ସନାତନ କର , ଦିନାନାଥ ସା ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ଖବର କାଗଜର ସମ୍ପାଦକ ସୌଭାଗ୍ୟ ଚନ୍ଦ୍ର ନାୟକ ଉପସ୍ଥିତ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅପରପକ୍ଷେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ଵନକ୍ଷତ୍ର ପାଳନ ପୂର୍ବରୁ ତାଳଚେର ସରକାରୀ ଆଇଟିଆଇ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା ।

ତାଳଚେର ରୁ ଆର୍ତ୍ତତ୍ରାଣ ପାଣି ଙ୍କ ରିପୋର୍ଟ 

Related posts

ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖା, ଢେଙ୍କାନାଳ ପକ୍ଷରୁ ବର୍ଣ୍ଣାଢ଼୍ୟ ଶହୀଦ ବୀର ବାଜିରାଉତଙ୍କ ଶତବାର୍ଷିକୀ ଜୟନ୍ତୀ ସମାରୋହ -୨୦୨୫ ଅନୁଷ୍ଠିତ

Sunil Chandra Nayak

ଧର୍ମଗଡ ରେ ଜାତୀୟ କନ୍ୟା ସନ୍ତାନ ଦିବସ

Sunil Chandra Nayak

ନବରଙ୍ଗପୁର ଠାରେ ଧରତିଆବା ଭଗବାନ ବିର୍ସା ମୁଣ୍ଡା ଙ୍କର ୧୫୦ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଜନଜାତୀୟ ଗୌରବ ଦିବସ 

masiha

Leave a Comment

error: Content is protected !!