ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵହଳଦାରେ ମାଣ୍ଡିଆ ମଣ୍ଡି ଉଦଘାଟିତ

ଵହଳଦାରେ ମାଣ୍ଡିଆ ମଣ୍ଡି ଉଦଘାଟିତ

 ମୟୂରଭଞ୍ଜ-୦୯/୦୨ ( ମସିହା) ଵହଳଦା ଲ୍ଯାମ୍ପରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଣ୍ଡିଆ ମଣ୍ଡି ଉଦଘାଟିତ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲାରେ ୫ ବର୍ଷ ହେବ ମାଣ୍ଡିଆ ଚାଷ ହୋଇଥିଲେ ମଧ୍ୟ ଚଳିତ ବର୍ଷ ପ୍ରଥମ ଥର ପାଇଁ ଵହଳଦା ବ୍ଲକରେ ଓଡିଶା ସରକାରଙ୍କ କାର୍ଯ୍ୟକ୍ରମରେ ଓଡିଶା ମିଲେଟ ମିଶନ କାର୍ଯ୍ୟକ୍ରମ ୨୦୨୩- ୨୪ ଆର୍ଥିକ ବର୍ଷର ବହଳିଆ ବ୍ଲକରେ ସ୍ବେଛାସେବୀ ସଂସ୍ଥା ‘ ସମ୍ବନ୍ଧ ‘ ଅନୁଷ୍ଠାନ କାର୍ଯ୍ଯକାରୀତା ଓ ଆତ୍ମା ମୟୂରଭଞ୍ଜ ଆର୍ଥିକ ସହାୟତାରେ ବ୍ଳକର ପ୍ରଥମ ମଣ୍ଡି ଵହଳଦା ଲ୍ଯାମ୍ପରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟିଡିସିସି ବ୍ରାଞ୍ଚ ମେନେଜର ,ଓ୍ବାସନ ସଂସ୍ଥା,ଏଡିପିସି ଶ୍ରୀକାନ୍ତ ମହାନ୍ତ, ତ୍ରିଲୋଚନ ଶବର,କୃଷି ବିଭାଗ ର ମାନସ ବାବୁ,ସମ୍ବନ୍ଧ ସଂସ୍ଥାର ବ୍ଳକ ସଂଯୋଯକ ଦୁଖୀଶ୍ଯାମ ନାୟକ,ସହ ସଂଯୋଜକ କାହ୍ନୁ ଚରଣ ହତାଇ,ସିଇଓ ସ୍ବାଗତ କୁମାର ରାଉତ ସହିତ ସିଆରପି ଓ ଚାଷୀଙ୍କ ଉପସ୍ଥିତରୃ ମାଣ୍ଡିଆ ମଣ୍ଡି ଉଦଘାଟିତ ହୋଇଯାଇଛି । ଏଥିରେ ଚାଷୀମାନଙ୍କ ବଜାର ସୁବିଧା ଓ କ୍ଷୁଦ୍ର ଶସ୍ଯ ଅମଳ ବୃଦ୍ଧି ଓ ଘରୋଇ ବ୍ୟବହାର ସାଙ୍ଗକୁ ବିକ୍ରି ବଟା ଉପରେ ଅଧିକ ଗୁରୁତ୍ବ ଆରୋପ କରାଯାଇଥିଲା ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ନିଆଁ ଲାଗି ପାଳଗଦା ଜଳିଗଲା

Sunil Chandra Nayak

ଜଳକା ନଦୀରୁ ମିଳିଥିବା ଡଲଫିନର ମୃତ୍ୟୁ ବନ ବିଭାଗ ହତାଶ

masiha

ସଂଯୋଗୀ ସାହିତ୍ୟ ସମ୍ମାନ ପାଇବେ ରସିକ ଚନ୍ଦ୍ର ବେହେରା ଓ ଯଦୁନାଥ ଜେନା

masiha

Leave a Comment

error: Content is protected !!