ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନଳିନୀକାନ୍ତ ମହାନ୍ତି ସ୍ମୃତି କ୍ରିକେଟ ପ୍ରତିଯୋଗିତା : ବାଲାବା, କେନ୍ଦ୍ରାପଡ଼ା ବିଜୟୀ

ନଳିନୀକାନ୍ତ ମହାନ୍ତି ସ୍ମୃତି କ୍ରିକେଟ ପ୍ରତିଯୋଗିତା : ବାଲାବା, କେନ୍ଦ୍ରାପଡ଼ା ବିଜୟୀ

ରାଜନଗର : ୦୯ । ୦୨ // ଦିବଙ୍ଗତ ରାଜନେତା ଓଡ଼ିଶାର ପୂର୍ବତନ ମନ୍ତ୍ରୀ ନଳିନୀକାନ୍ତ ମହାନ୍ତିଙ୍କ ସ୍ମୃତି କମିଟି ଆୟୋଜିତ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତାର ଉଦଘାଟନୀ ମ୍ୟାଚରେ ଡାଇନାମିକ୍ କ୍ରିକେଟ କ୍ଲବ୍ ବରିକୁ ୪ ଉଇକେଟରେ ହରାଇ ବାଲାବା କ୍ରିକେଟ କ୍ଲବ୍ ବିଜୟୀ ହୋଇ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ବରି। ସମସ୍ତ ଉଇକେଟ ହରାଇ ସଂଗ୍ରହ କରିଥିଲା ମାତ୍ର ୭୧ ରନ । ଜବାବରେ ବାଲାବା କ୍ରିକେଟ କ୍ଲବ୍ କେନ୍ଦ୍ରାପଡ଼ା ପ୍ରଥମେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଆଲୋକ ମହାନ୍ତିଙ୍କ ୨୯ ଏବଂ ଦଳର ଅଧିନାୟକ ସୁଧାଂଶୁ ପତିଙ୍କ ଧୈର୍ଯ୍ୟପୂର୍ଣ ୧୮ ରନ ଓ ବ୍ୟାଟିଂ ବଳରେ ୬ ଉଇକେଟ ହରାଇ ଵିଜୟ ହାସଲ କରିଥିଲା। ଆଜିର ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ ରାଜନଗର ଥାନା ଅଧିକାରୀ ଅଜୟ କୁମାର ଜେନା, ସମ୍ମାନିତ ଅତିଥି ଭାବରେ କଣସରା ବିଦ୍ୟାଶ୍ରମର ପ୍ରଧାନ ଶିକ୍ଷୟତ୍ରୀ ଆଲୋକ ମଞ୍ଜରୀ ରାଉତ,ପତ୍ରକାର ଭାସ୍କର ରାଉତରାୟ,ବନପାଳ ବିଜୟ ପାତ୍ର,ଯୁବନେତା ମନ୍ମଥ ମଲ୍ଲିକ । ମ୍ୟାଚର ଶେଷରେ ଆଜିର ମ୍ୟାଚରେ ୧୧ ରନ ଦେଇ ୬ ଟି ଉଇକେଟ ନେଇଥିବା ଲକ୍ଷ୍ମୀଧର ପ୍ରଧାନଙ୍କୁ ମଦନପୁର ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ପୁଷ୍ପକ ବେହୁରା ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ସ୍ମୃତିକମିଟିର ସଭାପତି ଗାଳ୍ପିକ ପ୍ରଦୀପ ନାୟକ, ମ୍ୟାନେଜର ଶଚ୍ଚିଦାନନ୍ଦ ପାତ୍ର, ଭାଷ୍ୟକାର ଅସିତ୍ ତ୍ରିପାଠୀ,ରାଜକିଶୋର ସାହୁ,ସୁଧୀର ବେହୁରା ଅମ୍ପାୟାର ନିରଞ୍ଜନ ଦାଶ,ଅଞ୍ଜନ ଵେହୁରା ,ତନୁଜ ସାହୁ ଖେଳକୁ ପରିଚାଳନା କରିଥିଲେ।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ନରେନ୍ଦ୍ର ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ଶୁଭାରମ୍ଭ

କଳାହାଣ୍ଡି କପ୍ ନିମନ୍ତେ ଜିଲ୍ଲା କ୍ରିକେଟ ଦଳ ଘୋଷଣା

masiha

ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କବାଡିଚମ୍ପିୟାନସିପରେ ପି ସି ପୂର ସ୍କୁଲର ଦୁଇ ଖେଳାଳି 

Sunil Chandra Nayak

Leave a Comment

error: Content is protected !!