ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୃତକ ଭରତ ଦେଓଗାମଙ୍କୁ ଭାଜପାର ଜିଲ୍ଲା କମିଟିରେ ସୁଯୋଗ 

ମୃତକ ଭରତ ଦେଓଗାମଙ୍କୁ ଭାଜପାର ଜିଲ୍ଲା କମିଟିରେ ସୁଯୋଗ 

-ହୋ ଭାଷା ଆନ୍ଦୋଳନର ବରିଷ୍ଠ ନେତା ବିର୍ସାଙ୍କୁ ବାଦ 
– ଜିଲ୍ଲା ସଭାପତି ସମେତ ଯୁବ, ମହିଳା ଓ କୃଷକ ମୋର୍ଚ୍ଚା ସଭାପତି ପଦରେ କୁଡୁମି

 ମୟୂରଭଞ୍ଜ -୧୮/୦୧ ( ମସିହା) ଭାରତୀୟ ଜନତା ପାର୍ଟି ତରଫରୁ ପଶ୍ଚିମ ମୟୂରଭଞ୍ଜ ସାଙ୍ଗଠନିକ ସଭାପତି ରୂପେ କରଞ୍ଜିଆ ଅଞ୍ଚଳର କୃପାସିନ୍ଧୁ ମହାନ୍ତଙ୍କୁ ଦାୟିତ୍ୱ ଦିଆଯାଇଛି l ତାଙ୍କୁ ଦାୟିତ୍ୱ ଦିଆଯିବାର ପ୍ରାୟ 3 ମାସ ପରେ ସେ ମକର ସଂକ୍ରାନ୍ତି ଦିନ ତାଙ୍କର ଜିଲ୍ଲା କମିଟି ଏବଂ ବିଭିନ୍ନ ଛାମୁଆ କମିଟିଗୁଡିକରେ ନୂତନ ସଭାପତି, ସଦସ୍ୟମାନଙ୍କୁ ନିଯୁକ୍ତି କରିଥିବା ଘୋଷଣା କରିଛନ୍ତି l ତେବେ ତାଙ୍କର ଜିଲ୍ଲା କମିଟିରେ ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ ଭାବେ ଜାମଦା ବ୍ଲକ ହେଁସଡ଼ା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଭରତ ଦେଓଗାମଙ୍କୁ ସୁଯୋଗ ଦିଆଯାଇଛି l ବାସ୍ତବରେ ଭରତଚନ୍ଦ୍ର ଦେଓଗାମ ପ୍ରାୟ 7ମାସ ହେବ ମୃତ୍ୟୁବରଣ କରି ସାରିଛନ୍ତି l ଜଣେ ମୃତକଙ୍କୁ ଜିଲ୍ଲା କମିଟିରେ ସ୍ଥାନ ମିଳିଥିବାରୁ ଭାଜପାର ବିଭିନ୍ନ କମିଟିରୁ ବାଦ ପଡ଼ିଥିବା ନେତା, କର୍ମୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଯାଇଛି l ଅପର ପକ୍ଷରେ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନରେନ୍ଦ୍ରନାଥ ସାହୁ ଯଶିପୁର ମଣ୍ଡଳର ହୋଇଥିବା ବେଳେ ତାଙ୍କୁ ଶିମିଳିପାଳ ମଣ୍ଡଳର ଦର୍ଶାଇ ଜିଲ୍ଲା ଉପସଭାପତି ରୂପେ ନିଯୁକ୍ତି ଦିଆଯାଇଛି l ସେ ଯଶିପୁର ବିଧାୟକ ଗଣେଶରାମ ଖୁଣ୍ଟିଆଙ୍କ ସହିତ କୁଆଡେ ତାଙ୍କର ସମ୍ପର୍କ ଭଲ ନାହିଁ l ଖୋଦ ଯଶିପୁର ବିଧାୟକ ଗଣେଶରାମଙ୍କ ପୈତୃକ ଘର ଶିମିଳିପାଳ ଅଞ୍ଚଳରେ ହୋଇଥିବା ବେଳେ ତାଙ୍କୁ ଚେକ ଦେବା ପାଇଁ ଏପରି କରାଯାଇଥିବା ରାଜନୈତିକମହଲରେ ଆଲୋଚନା ହେଉଛି l ସେହିପରି ହୋ ଭାଷା ଆନ୍ଦୋଳନର ଜଣେ ଆଗ ଧାଡ଼ିର କର୍ମକର୍ତ୍ତା ରୂପେ ପରିଚିତ ଅଲ ଇଣ୍ଡିଆ ହୋ ଲାଙ୍ଗୁଏଜ ଆକ୍ସନ କମିଟିର ଜିଲ୍ଲା ସଭାପତି ବିର୍ସା କଣ୍ଡାଙ୍କେଲଙ୍କୁ ଆଦିବାସୀ ମୋର୍ଚ୍ଚା ଜିଲ୍ଲା ସଭାପତି ପଦରୁ ଅବ୍ୟାହତି ଦିଆଯାଇଥିବା ବେଳେ ତାଙ୍କୁ କୌଣସି କମିଟିରେ ରଖାଗଲା ନାହିଁ l ବିର୍ସା 1995 ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ଦଳରୁ ବହଳଦା ନିର୍ବାଚନ ମଣ୍ଡଳୀ ଏବଂ 2014 ମସିହାରେ ରାଇରଙ୍ଗପୁର ଆସନ ନିମନ୍ତେ ଆମ ଓଡ଼ିଶା ପାର୍ଟିରୁ ପ୍ରତିଦ୍ବନ୍ଦିତା କରୁଥିଲେ l ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସେ ସକ୍ରିୟ ଥିଲେ ସୁଦ୍ଧା ତାଙ୍କୁ କୌଣସି କମିଟିରେ ସାମିଲ କରାଗଲା ନାହିଁ l ଯାହାକି ହୋ ଭାଷା ଆନ୍ଦୋଳନ ପ୍ରତି ଭାଜପା ନେତୃବୃନ୍ଦଙ୍କ ସମର୍ଥନ ଆଦୌ ନାହିଁ, ଏହା ସ୍ପଷ୍ଟ ଜଣା ପଡୁଛି l ଖୋଦ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ କୁଡୁମି ଜାତିର ହୋଇଥିବା ବେଳେ ବିଭିନ୍ନ ଛାମୁଆ ସଙ୍ଗଠନ ଯୁବ ମୋର୍ଚ୍ଚା, କୃଷକ ମୋର୍ଚ୍ଚା ଏବଂ ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି ରୂପେ କୁଡୁମି ଵା ମହାନ୍ତମାନଙ୍କୁ ନିଯୁକ୍ତି ଦେଉଛନ୍ତି l ବିଭିନ୍ନ କମିଟିରେ ମଧ୍ୟ କୁଡୁମି ଵା ମହାନ୍ତମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ଜଣା ପଡିଛି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳାର ପଞ୍ଚମ ଅର୍ଘ୍ୟ : ଭାରତୀୟ ସମ୍ବିଧାନ, ଅସମାନତା, ବିବିଧତା ଶୀର୍ଷକ ଆଲୋଚନା

masiha

ଲଡୁଗାଁ କଲେଜରେ ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

ଛାତ୍ର/ଛାତ୍ରୀ ଯେମିତି,ବିଦ୍ୟାଳୟ ପରିବେଶ ସେମିତି,ପ୍ରଧାନ ଶିକ୍ଷକଙ୍କ ସହ ସହକାରୀ ଶିକ୍ଷକ ହେବତ ଏମିତି

Sunil Chandra Nayak

Leave a Comment

error: Content is protected !!