ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ ଷଷ୍ଠ ରାଜ୍ୟ ଅର୍ଥ କମିଶନ,    ଓଡ଼ିଶା ରାଜ୍ୟ ଅର୍ଥ କମିଶନର ୱେବସାଇଟ୍ ଉନ୍ମୋଚିତ

ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ ଷଷ୍ଠ ରାଜ୍ୟ ଅର୍ଥ କମିଶନ,  

 ଓଡ଼ିଶା ରାଜ୍ୟ ଅର୍ଥ କମିଶନର ୱେବସାଇଟ୍ ଉନ୍ମୋଚିତ

ଭୁବନେଶ୍ବର – ୧୬ ଜୁନ୍ ୨୦୨୫ —  ଷଷ୍ଠ ରାଜ୍ୟ ଅର୍ଥ କମିଶନ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟର ସ୍ଥାନୀୟ ନିକାୟ ସଂସ୍ଥାଗୁଡ଼ିକୁ ସଶକ୍ତ କରିବା ପାଇଁ ତାଙ୍କର ବହୁମୂଲ୍ୟ ପରାମର୍ଶ ଲୋଡ଼ିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ରାଜ୍ୟ ଅର୍ଥ କମିଶନ ର ୱେବସାଇଟ୍ (https://sfc.odisha.gov.in) ଉନ୍ମୋଚନ କରିଛନ୍ତି । ଏହି ୱେବସାଇଟ୍ ନିର୍ବାଚିତ ପ୍ରତିନିଧି, ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ, ନଗର ନିଗମ, ପୌରପାଳିକା, ବିଜ୍ଞାପିତ ଅଞ୍ଚଳ ପରିଷଦ, ବୁଦ୍ଧିଜୀବୀ, ବିଶ୍ୱବିଦ୍ୟାଳୟ ଏବଂ ଗବେଷଣା ସଂଗଠନ, ସାମାଜିକ ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କଠାରୁ ପରାମର୍ଶ / ମତାମତ ଆହ୍ଵାନ କରିବା ପାଇଁ ବିକଶିତ କରାଯାଇଛି । ଏହି ୱେବସାଇଟ୍ ରେ ଜନସାଧାରଣଙ୍କ ସୂଚନା ପାଇଁ ପୂର୍ବ ଏବଂ ବର୍ତ୍ତମାନର ରାଜ୍ୟ ଅର୍ଥ କମିଶନ, ଅଧ୍ୟୟନ ରିପୋର୍ଟ, ପୂର୍ବ ରାଜ୍ୟ ଅର୍ଥ କମିଶନ ର ରିପୋର୍ଟ ଇତ୍ୟାଦିର ବିବରଣୀ ମଧ୍ୟ ରହିଛି । 

      ଏହି ବୈଠକରେ, ଷଷ୍ଠ ରାଜ୍ୟ ଅର୍ଥ କମିଶନର ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପଣ୍ଡା, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ, ଷଷ୍ଠ ରାଜ୍ୟ ଅର୍ଥ କମିଶନ ର ସଦସ୍ୟ ପ୍ରଫେସର ଅସିତ ରଞ୍ଜନ ମହାନ୍ତି, ପ୍ରଫେସର ଅମରେଶ ସାମନ୍ତରାୟ ଏବଂ ଡକ୍ଟର ବିଭୁ ପ୍ରସାଦ ନାୟକ, କମିଶନ ର ସଦସ୍ୟ ସଚିବ ଡକ୍ଟର ସତ୍ୟ ପ୍ରିୟ ରଥ ପ୍ରମୁଖ ଉପସ୍ଥିତ ଥିଲେ । 

ସୂଚନାଯୋଗ୍ୟ ଯେ ମାନ୍ୟବର ରାଜ୍ୟପାଳ, ଭାରତୀୟ ସମ୍ବିଧାନର ଧାରା 243-I ଏବଂ ଧାରା 243-Y ଅନୁଯାୟୀ, ଡକ୍ଟର ଅରୁଣ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଷଷ୍ଠ ରାଜ୍ୟ ଅର୍ଥ କମିଶନ ଗଠନ କରିଛନ୍ତି, ଯାହା ୧ ଏପ୍ରିଲ, ୨୦୨୬ ଠାରୁ ୫ ବର୍ଷ ପାଇଁ ରାଜ୍ୟ ସରକାରଙ୍କଠାରୁ ସ୍ଥାନୀୟ ନିକାୟ ସଂସ୍ଥା (ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ, ନଗର ନିଗମ, ପୌରପାଳିକା, ବିଜ୍ଞାପିତ ଅଞ୍ଚଳ ପରିଷଦ)ଗୁଡିକୁ ସମ୍ବଳ ହସ୍ତାନ୍ତର ପାଇଁ ସୁପାରିଶ କରିବେ ।

ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବନ୍ଧୁଗାଁରେ  ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଅନୁଷ୍ଠିତ 

masiha

କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମରେ ରାବଣପୋଡି

masiha

ଵହଳଦାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ବରୀ ମନ୍ଦିର ଉନ୍ନତ୍ତି କରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୦’ ଲକ୍ଷ ଟଙ୍କା ଅନୁଦାନ ନେଇ ଅଂଚଳବାସୀକ ତରଫରୁ ଧନ୍ୟବାଦ ଅର୍ପଣ 

Sunil Chandra Nayak

Leave a Comment

error: Content is protected !!