ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ଦିବସ ଓ ଶିଶୁ ଶିବିର ପାଳିତ

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ଦିବସ ଓ ଶିଶୁ ଶିବିର ପାଳିତ

ଭବାନୀପାଟଣା ଭବାନୀପାଟଣାସ୍ଥିତ ବ୍ରଜବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ନଭେମ୍ବର ୧୪ ତାରିଖ ଶନିବାର ଦିନ ପବିତ୍ର ଶିଶୁ ଦିବସ ଅବସରରେ ଶିଶୁ ଶିବିର ଓ କନ୍ୟା ଶିବିର ଆୟୋଜିତ ହୋଇଯାଇଛି।

ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ମନୋଜ କୁମାର ମୁଣ୍ଡଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ବାଟିକା ବିଭାଗର ପ୍ରମୁଖ ଶ୍ରୀମତୀ ସୁକାନ୍ତି ଦାଶ, ଆଚାର୍ଯ୍ୟ ପ୍ରତିନିଧି ଶ୍ରୀ ମନୋଜ କୁମାର ନାୟକ ଏବଂ କନ୍ୟା ଶିବିରର ପ୍ରମୁଖ ଶ୍ରୀମତୀ ରଶ୍ମିତା ପଣ୍ଡାଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା।

ଏହି ଅବସରରେ କୁନି କୁନି ଶିଶୁମାନଙ୍କ ବିଭିନ୍ନ କ୍ରିୟାକଳାପ, ନୃତ୍ୟ ଓ ସଙ୍ଗୀତ ପରିବେଷଣ ସମସ୍ତଙ୍କ ମନ ମୋହିଥିଲା। ଷଷ୍ଠରୁ ଦଶମ ଶ୍ରେଣୀର ଛାତ୍ରୀମାନେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ଏଥିସହ ଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍, କୌତୁକିଆ ଖେଳ, ହସ୍ତକଳା, ଅନ୍ତାକ୍ଷରୀ ଓ ଝୋଟି ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ପ୍ରଥମ ପର୍ଯ୍ୟାୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଡ. ମାନସ୍ୱିନୀ ପାଣିଗ୍ରାହୀ ଏବଂ ସମ୍ମାନିତ ଅତିଥି ଭାବେ ବିଦ୍ୟାମନ୍ଦିର ପ୍ରମୁଖ ଶ୍ରୀମତୀ ସୁମତି ମୁଣ୍ଡ ଯୋଗଦେଇଥିଲେ। ଶ୍ରୀମତୀ ସୁମତି ମୁଣ୍ଡ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଅଭିଭାଷଣ ରଖିଥିବା ବେଳେ ଡ. ପାଣିଗ୍ରାହୀ ଶିଶୁ ଓ କିଶୋରୀମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ଉପଯୋଗୀ ତଥ୍ୟ ପ୍ରଦାନ କରିଥିଲେ।

ଦ୍ୱିତୀୟ ପର୍ଯ୍ୟାୟରେ ଏ.ଏସ୍.ଆଇ. ଶ୍ରୀମତୀ କୁନି ପାଢ଼ୀ ଅତିଥି ଭାବେ ଯୋଗଦେଇ ଆଇନ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ସହ ଛାତ୍ରୀମାନଙ୍କ ସୁରକ୍ଷା, ସଚେତନତା ଓ ଆତ୍ମରକ୍ଷା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ।

ସମାରୋପ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ କୁମାରୀ ପ୍ରଧାନ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ଝିଅମାନେ କିପରି ସାହସ ଓ ଆତ୍ମବିଶ୍ୱାସର ସହିତ ପରିସ୍ଥିତିର ସାମ୍ନା କରିବେ, ସେ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ।

କାର୍ଯ୍ୟକ୍ରମକୁ ବନଶ୍ରୀ ଦାଶ ପରିଚାଳନା କରିଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ ସନ୍ତୋଷିନୀ ଆଚାରୀ, ମୋନାଲି ମହାପାତ୍ର, ଜ୍ୟୋତିର୍ମୟୀ ମହାପାତ୍ର, ଲକ୍ଷ୍ମୀପ୍ରିୟା ସାହୁ, ପ୍ରମୋଦିନୀ ମହାରଣା, ରଶ୍ମି ମିଶ୍ର, ରାଜେଶ୍ୱରୀ ରଥ, ଅନିତା ପଣ୍ଡା, ସୁନିତା ରାଉଳ, ସବିତା ପାଳ, ସ୍ୱାଗତିକା ପାଳ, ରଶ୍ମିରେଖା ସାମନ୍ତରାୟ ଏବଂ ବାଟିକା ବିଭାଗର ସମସ୍ତ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିଲେ।

ଶେଷରେ ଶ୍ରୀମତୀ ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସେବକ, ସେବିକା ଏବଂ ସମସ୍ତ ଗୁରୁଜୀ ଓ ଗୁରୁମାଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

କାମାକ୍ଷାମାଟିର ଗର୍ବ ଗୌରବ ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ

Sunil Chandra Nayak

ରାୟଗଡ଼ ଜିଲ୍ଲାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ

masiha

ପରିବେଶ ସଚେତନତା ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!