ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୨ ବାଟାଲିୟନ ସି ଆର୍ ପି ଏଫ୍ ତରଫରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ

ଯବାନ କାନ୍ଧରେ କାନ୍ଧ ମିଶାଇ ଜନତାଙ୍କ ସହ ସମାଜ ଓ ଦେଶର ବିକାଶ ନେଇ ସର୍ବଦାରହିଅଛି 

ନବରଙ୍ଗପୁର ଜିଲ୍ଲା ଝରିଗାଁ ସଦମହକୁମାରେ ରହିଥିବା ସିଆର୍‌ପିଏଫ୍ ୧୨ ବାଟାଲିୟାନ୍‌ ପକ୍ଷରୁ ମଙ୍ଗଳବାର ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ ସେକେଣ୍ଡେ କମାନଣ୍ଡେଣ୍ଡ କୃଷ୍ଣ କୁମାର ସିଂ ଯୋଗଦେଇଥିବା ବେଳେ କମ୍ପାନୀ କୋମାଣ୍ଡେଟ (ଇନ୍ସପେକ୍ଟର) ଶୁକବିର ସିଂ, ସି ଆର୍ ପି ଏଫ୍ ଇନ୍ସପେକ୍ଟର ପ୍ରଦୀପ ପାଳ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ସିଂହ ଅଞ୍ଚଳର ଯବକ ମାନଙ୍କୁ ହିଂସା ଛାଡି ଶୃଙ୍ଖଳିତ ଓ ସୁରକ୍ଷିତ ସଭ୍ୟା ସମାଜ ଗଢିତୋଳିବା ରେ ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ଆଗେଇଆସିବା କୁ ନିଜ ଅଭିଭାଷଣରେ ଆହ୍ଵାନ କରିଥିଲେ। ସେହିପରି ନକ୍ସଲ ବିରୋଧି ଅଭିଯାନ ସକାଶେ ନବରଙ୍ଗପୁର ଜିଲ୍ଲାର ୪ଟି ସ୍ଥାନ – ରାଇଘର, ପୁଟନଡ଼ା, ଝରିଗାଁ ଏଵଂ ନୂତନ ଭାବେ ଚାନ୍ଦାହାଣ୍ଡି ଠାରେ ମୁତୟନ କରାଯାଇଅଛି l ଜନତାଙ୍କ ମଧ୍ୟରେ ଜାଗୃତି ଆଣିବା ନେ଼ଇ ଏଵଂ ସାଧାରଣ ଜନତାଙ୍କ ସହ କିପରି ସୁସମ୍ପର୍କ ଗଢ଼ିବା ସହ ଗ୍ରାମାଞ୍ଚଳ ହିତ ସକାଶେ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ନିଜକୁ ସାମିଲ କରିବା ସହ ଜନତାର ସୁରକ୍ଷା ଲାଗି ପ୍ରତି ବର୍ଷ ଏହି ଭଳି ଜନସଂପର୍କ ଶିବିର ଆୟୋଜନ କରାଯାଇଥିବା ନେଇ ସେକେଣ୍ଡେ କମାନଣ୍ଡେଣ୍ଡ କୃଷ୍ଣ କୁମାର ସିଂ ପ୍ରକାଶ କରିଛନ୍ତି l ଯବାନ କାନ୍ଧରେ କାନ୍ଧ ମିଶାଇ ଜନତାଙ୍କ ସହ ସମାଜ ଓ ଦେଶର ବିକାଶ ନେଇ ସର୍ବଦା ରହିଅଛି ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଛନ୍ତି l ସେହିପରି ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିବା ଝରିଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମାଝୀ ଗ୍ରାମାଞ୍ଚଳରେ ସର୍ବଦା ଶାନ୍ତି ଶୃଙ୍ଖଳା ନେଇ ସଚେତନତା ଆଣିବାରେ ଚେଷ୍ଟା କରୁଥିବା ନେଇ ସେମାନଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ l ସେହିପରି ଏହି କାର୍ଯ୍ୟକ୍ରମ ଦ୍ବାରା ଯବାନ ଏବଂ ସାଧାରଣ ଲୋକେ ଉପକୃତ ହେବା ସହ ରହିଥିବା ଭୟ ଦୂର ହେବାରେ ସହାୟକ ହୋଇପାରିଛି ବୋଲି ସ୍ଥାନୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶିବ ପ୍ରସାଦ ପଟ୍ଟନାୟକ ପ୍ରକାଶ କରିଛନ୍ତି l ଏହି ଅବସରରେ ଝରିଗାଁ ସରପଞ୍ଚ ଯୋଗେଶ୍ୱର ପୂଜାରୀ, ଥାନା ଅଧିକାରୀ ତପନ କୁମାର ପତି, ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଅନିଲ ମେହେର.ଝରୀଗାଁ ପ୍ରମୁଖ ଉପସ୍ଥିତ ରହିଥିଲେ l ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିଆର୍‌ପିଏଫ୍ ୧୨ ବାଟାଲିୟାନ୍‌ ର ଏମ ଡି ଅକ୍ତର, ଉତ୍ତମ କୁମାର ନାଏକ,ପ୍ରଦୀପ ପଟ୍ଟନାୟକ,ଗୌତମ ମୁଦୁଲି ,ଜୟନ୍ତ ଚୌଧୁରୀ, ଆଲୋକ ନାୟକଙ୍କ ସହ ବହୁ ଯବାନ ଶିବିର ଯୋଗ ଦେଇ ପରିଚାଳନା କରିଥିଲେ l

ଝରିଗାଁ ରୁ କିଶୋର ଚନ୍ଦ୍ର ମଣ୍ଡଳ ଙ୍କ ରିପୋର୍ଟ 

Related posts

ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

Sunil Chandra Nayak

ବନମାଳି ଧୂପାଳ ଚାରିଟେବୁଲ ଟ୍ରଷ୍ଟ ଏବଂ ଆପୋଲୋ ହସ୍ପିଟାଲର ମିଳିତ ଆନୁକୁଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ 

masiha

ରାଉରକେଲା ଚାମ୍ବର ଅଫ୍ କମର୍ସର ସଭାପତି ମଳୟ ମଣ୍ଡଳ, ସାଧାରଣ ସମ୍ପାଦକ ଶୁଭମ କପୁର ନିର୍ବାଚିତ 

masiha

Leave a Comment

error: Content is protected !!