ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦଯାପିତ 

ପାପଡାହାଣ୍ଡି,24/1, ମନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି l ଦୀର୍ଘ 8ଦିନ ଧରି ଏହି ପ୍ରଶିକ୍ଷଣ ଚାଲିଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ମୈଦଲପୁର ଥାନା ଅଧିକାରୀ ନଟବର ନନ୍ଦ, ମୁଖ୍ୟ ବକ୍ତା ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ଡ଼. ଲିପିକା ମାଝୀ , ଟ୍ରେନର ସୂର୍ଯ୍ୟକାନ୍ତି ହରିଜନ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଅଧକ୍ଷ୍ୟ ଗଣେଶ୍ୱର ସାହୁ ମଞ୍ଚ ପରିଚାଳନା କରିଥିଲେ l ଯୁକ୍ତ ଦୁଇ ବର୍ଷ ର 88ଜଣ ଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ବେଳେ ସମସ୍ତ ଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା l ବୀଣାପାଣି ପଟନାୟକ କାର୍ଯ୍ୟକ୍ରମ କୁ ପରିଚାଳନା କରୁଥିବା ବେଳେ ବିଦ୍ୟାଳୟ ର କର୍ମଚାରୀ ମାନେ ସହଯୋଗ କରିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନ ଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ପ୍ରତ୍ୟାହାର ଦାବିରେ ୧୨ ଫେବୃୟାରୀ ଦେଶବ୍ୟାପୀ ସାଧାରଣ ଧର୍ମଘଟ ସଫଳ କରିବା ପାଇଁ ସି ଆଇ ଟି ୟୁ ର ସାଧାରଣ ସଭା

Sunil Chandra Nayak

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ଓ ଆଇଆଇପିଏମ୍ କାଂସବାହାଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଦାନପ୍ରଦାନ କାର୍ଯ୍ୟକ୍ରମ

masiha

ଆଦିବାସୀ ଅନୁସୂଚିତ ଜନଜାତି ମୋର୍ଚ୍ଚା ସମ୍ମିଳନୀ ଅନୁଷ୍ଠିତ

masiha

Leave a Comment

error: Content is protected !!