ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘୁମାଳ ଗାଁରେ ଵୀର ଶହୀଦ ଗଙ୍ଗା ନାରାୟଣ ସିଂଙ୍କ ୨୨୩ ତମ ଜନ୍ମ ଜୟନ୍ତୀ ସମାରୋହର

 ମୟୂରଭଞ୍ଜ – ୨୭/୪ (ମସିହା) ଭାରତୀୟ ଭୂମିଜ ସମାଜ(ଭାରତୀୟ ସେ ଆଦିବାସୀ ଭୂମିଜ ସମାଜ,ଓଡ଼ିଶା) ଶାଖା ଆନୁକୁଲ୍ୟରେ ସମାଜସେବୀ ଦୁଃଖୀରାମ ସର୍ଦ୍ଦାର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଭୂମିଜ ସମାଜର ମହାନ ଜନ ନାୟକ ଵୀର ଶହୀଦ ଗଙ୍ଗା ନାରାୟଣ ସିଂଙ୍କ ୨୨୩ ତମ ଜନ୍ମ ଜୟନ୍ତୀ ସମାରୋହ ମୟୂରଭଞ୍ଜ ଜିଲ୍ଲାର ଯାମଦା ବ୍ଳକର ଘୁମାଳ ଗାଁରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଓଡିଶା, ଝାଡଖଣ୍ଡ,ବିହାର, ପଶ୍ଚିମବଙ୍ଗରୁ ବହୁ ସଂଖ୍ୟାରେ ଭୂମିଜ ସଂପ୍ରଦାୟର ଲୋକଙ୍କ ସମେତ କୋହ୍ଲ,ମାଝୀ, ଆଦିବାସୀ ସମସ୍ତଙ୍କ ଉପସ୍ଥିତିରେ ଶହୀଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା ।ଭୂମିଜ ସଂପ୍ରଦାୟର ଲୋକେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ପାରମ୍ପରିକ ବାଦ୍ୟ,ମାଦଳ, ଯନ୍ତ୍ର,ନାଚ,ଗୀତରେ ଉତ୍ସବ ପାଳିଥିଲେ ।ଏହି ଶହୀଦଙ୍କ ପ୍ରତିମୂର୍ତ୍ତି ପ୍ରଥମ ଥର ପାଇଁ ମୟୂରଭଞ୍ଜ ଜିଲ୍ଲାରେ ଯାମଦା ବ୍ଳକର ଘୁମାଳ ଗ୍ରାମରେ ସ୍ଥାପିତ ହୋଇଛି ।ଏହି ପ୍ରତିମୂର୍ତ୍ତିକୁ ତିରିଂ ଵ୍ଳକ ଅଧ୍ୟକ୍ଷ ତଥା ମୟୂରଭଞ୍ଜ ଜିଲ୍ଲାର ବିଶିଷ୍ଟ ଆଦିବାସୀ ଯୁବନେତା ପରମେଶ୍ଵର ସାମଦ ଭୂମିଜ ସମାଜକୁ ଦାନ କରିଥିଲେ ।ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତିରିଂ ବ୍ଳକ ଅଧ୍ୟକ୍ଷ ପରମେଶ୍ବର ସାମଦ,ଜାମଦା ତହସିଲଦାର ବିକାଶ ମୁଣ୍ଡାରୀ,ପୂଜକ ତୁଷାର ସର୍ଦାର,କୁଲୁଘୁଟୁ ସମିତି ସଭ୍ୟ ଚାମ୍ବରୁ ହେମ୍ବ୍ରମ,ଅଲଗୁରୁ ମହେନ୍ଦ୍ର ସର୍ଦ୍ଦାର,ଲକ୍ଷ୍ମଣ ମାର୍ଣ୍ଡୀ,ଦୁର୍ଗା ପ୍ରସାଦ ହେମ୍ବ୍ରମ,ଦିଶମ ଗୁରୁ ଗୁଲାପ ସିଂ, ନିମାଇଁ ଶଙ୍କର ସୋରେନ,ବଡ଼ କୁଲେଇବିରା ପଞ୍ଚାୟତ ସମିତି ସଭ୍ୟ ମଧୁସୂଦନ ଟୁଡୁ,ଜାରକାଣି ସମିତି ସଭ୍ୟ ଶୁକୁରମଣି ସର୍ଦ୍ଦାର, ଅଭିମନ୍ୟୁ ସର୍ଦାର ପ୍ରମୁଖ ଯୋଗ ଦେଇଥିଲେ । ଅତିଥିବୃନ୍ଦ କହିଥିଲେ ଯେଉଁ ଜାତି ତାଙ୍କର ଦିବଂଗତ ମହାପୁରୁଷଙ୍କୁ ସମ୍ମାନ ଦିଏ ସେ ଜାତୀର ସଂସ୍କୃତି ସେତେ ଉଚ୍ଚ । ଆଗକୁ ଆହୁରି ଇତିହାସର ଆଢ଼ୁଆଳରେ ଲୁଚି ଯାଇଥିବା ବୀର ପୁରୁଷ ମାନଙ୍କୁ ସ୍ମରଣ କରିବା ସେମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯିବା ସହ ଏହି ଜାତି ସେମାନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବେ ବୋଲି ଅତିଥିବୃନ୍ଦ ବକ୍ତବ୍ୟ ରଖିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନାବରା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ -ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ, ଯୋଗଦେଲେ ମନ୍ତ୍ରୀ 

masiha

ରାଜ୍ୟ ସ୍ତରୀୟ ଯୁବ ରେଡକ୍ରସ୍ ଶିବିରରେ କଳାହାଣ୍ଡି ଜିଲ୍ଲାର କୃତିତ୍ବ

Sunil Chandra Nayak

ନୂଆପଡ଼ାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ ସମୀକ୍ଷା: ଲକ୍ଷପତି ଦିଦି ସୃଷ୍ଟି, ବ୍ୟାଙ୍କ ଲିଙ୍କେଜ୍ ଓ ପ୍ରବାସୀ ପରିବାରର ଜୀବିକା ସଶକ୍ତୀକରଣ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

Leave a Comment

error: Content is protected !!