ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶୋଇଥାନା!-ଖଡମବେଡାରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ! ଜଣେ ଛାତ୍ର ମୃତ,ଜଣେ ଗୁରୁତର

ବିଶୋଇଥାନା!-ଖଡମବେଡାରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ! ଜଣେ ଛାତ୍ର ମୃତ,ଜଣେ ଗୁରୁତର

  ମୟୂରଭଞ୍ଜ- ୫/୧୨ ( ମସିହା) ମୟୂରଭଞ୍ଜ ଜିଲ୍ଲାର ଜାତୀୟ ରାଜପଥ ୪୯ ନମ୍ବରରେ ବିଶୋଇ ଥାନା ଅନ୍ତର୍ଗତ ଖଡମଵେଡା ପାଖରେ ସୋମବାର ପୂର୍ବାହ୍ନ ୧୧ ଟା ପାଖାପାଖି ସମୟରେ ବାଇକ ଦୁର୍ଘଟଣା ଗ୍ରସ୍ତ ।କୌଣସି ଅଜଣା ଗାଡ଼ି ଧକ୍କାରେ ଦୁର୍ଘଟଣା କିମ୍ବା ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ରାଲିରେ ଧକ୍କା! ରକ୍ତ ଜୁଡୁବୁଡୁ ଅବସ୍ଥାରେ ୧୦୭ ଆମ୍ବୁଲାନ୍ସରେ ଦୁଇ ଜଣଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ଅଣା ଯାଇଥିଲା । ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ଜଣଙ୍କୁ ଗୁରୁତର ଯୋଗୁଁ ବାରିପଦା ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନାଯୋଗ୍ୟ ଯଶିପୁର ଅଂଚଳର ଜଗବନ୍ଧୁ ଦାସଙ଼୍କ ପୁଅ ଜ୍ଞାନ ବଂଧୁ ଦାସ (୧୬) ଯାମୁକେଶ୍ବର ହାଇସ୍କୁଲ ହାଇସ୍କଲର ୧୦ ମ ଶ୍ରେଣୀ ଛାତ୍ର ସୋମବାର ଦିନ ଯଶିପୁର ରୁ ଏକ ବସରେ ଯାମୁକେଶ୍ଵରସ୍କୁଲକୁ ଆସିଥିଲେ ।ସମୟ ୯ ଟା ପାଖାପାଖି । ସ୍କୁଲ ଭିତରକୁ ଯିବା ପୂର୍ବରୁ ତାର ଚିହ୍ନା ପରିଚୟ ଯଶିପୁର ଅଂଚଳର ମାଂସ ବେପାରୀ ସୁନିଲ ମାଝୀ ଏକ ବାଇକ୍ ରେ ଆସି ତାଙ୍କୁ ବାରିପଦା ଆଡ଼କୁ ନେଇଯାଇଥିଲେ । ସମୟ ୧୧ ଟା ପାଖାପାଖି ସମୟରେ ଜାତୀୟ ରାଜପଥ ୪୯ ରେ ଖଡମଵେଡା ପାଖରେ ଦୁର୍ଘଟଣାରେ ଶିକାର ହୋଇଥିଲେ । ବିଶୋଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ।ଆଜି ମଙ୍ଗଳବାର ଦିନ ପୋଲିସ ଏକ ମାମଲା କେଶ ନମ୍ବର ୨୨୬/୨୩ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।ପିଲାର ମୃତ ଦେହକୁ ତାର ଅଜାଘରେ ରାଇରଙ୍ଗପୁର ପୌରାଞ୍ଚଳର ସାକିଲାଡିହି ଗ୍ରାମକୁ ଶେଷ ଦର୍ଶନ ପାଇଁ ଅଣାଯାଇ ପରେ ତାଙ୍କ ପୈତୃକ ଗ୍ରାମ ଯଶିପୁର ଥାନା ଅନ୍ତର୍ଗତ ଚମ୍ପଆବଳଦା ଗ୍ରାମକୁ ନିଆଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଛି । ଜ୍ଞାନ ଭାରି ମେଳାପି,ନମ୍ର ,ସରଳ,ଅମାୟିକ ପିଲା ଥିଲା । ସତେ ଯେମିତି ସ୍କୁଲ ପାଖରେ ଯମ ଲୁଚିକରି ଥିଲା । ତାକୁ ଖଡମଵେଡାକୁ ଡାକି ନେଇଗଲା ।ତା’ର ମୃତ୍ୟୁରେ ତାଙ୍କର ଅଜା ମୃତ୍ୟୁଞ୍ଜୟ ଦାସ,ହରିହର ଦାସ,,ଆଇମାନେ ମାମୁଁ ଟିକି,ରାଜା ଏବଂ ଅନ୍ୟମାନେ ଭାଙ୍ଗି ପଡିଥିବାଵେଳେ ତାଙ୍କ ଗ୍ରାମରେ ଓ ସ୍କୁଲରେ ଶୋକରେ ଛାୟା ଖେଳିଯାଇଛି ।ଗୁରୁତର ସୁନିଲ ମାଝି ହେଉଛନ୍ତି ଯଶିପୁର ଥାନା ଅନ୍ତର୍ଗତ ଧୋଵାଡିହି ଗ୍ରାମର ପ୍ରଦୀପ ମାଝୀଙ୍କ ପୁଅ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବରମୁଣ୍ଡା ଶାରଦୀୟ ଦୁର୍ଗାପୂଜା, ସାଂସ୍କୃତିକ ସନ୍ଧ୍ୟା,ମନ ମୋହିଲା କଳିଙ୍ଗାୟନ ତୌର୍ୟତ୍ରିକମ ଅନୁଷ୍ଠାନ ର ନୃତ୍ୟାଙ୍ଗନା ମାନଙ୍କ ଓଡ଼ିଶୀ ନୃତ୍ୟ

Sunil Chandra Nayak

ବାଘୁଆ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ସଂସ୍କୃତିକ ମହୋତ୍ସବ ଅନୁଷ୍ଠିତ

masiha

ଲୁହାଶିଳା ଆର.କେ. କଲେଜରେ ନୂଆ-ଓ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତିଯୋଗିତା ଉଦଯାପନୀ ଉତ୍ସବ

masiha

Leave a Comment

error: Content is protected !!