ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଳାନ୍ଯାସକୁ ନେଇ ହେଲା ସାମ୍ବାଦିକ ସମ୍ମିଳନୀ

ଶିଳାନ୍ଯାସକୁ ନେଇ ହେଲା ସାମ୍ବାଦିକ ସମ୍ମିଳନୀ

ବାଲେଶ୍ଵର, ୦୫/୧୨/୨୩- ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବୋଳଂ ଗ୍ରାମରେ ଗୋଟିଏ ପୋଲ ନିର୍ମାଣ ନିମନ୍ତେ ଦୁଇ ଥର ଶିଳାନ୍ଯାସ । ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା । ସରପଞ୍ଚଙ୍କ ସ୍ୱାମୀ କାର୍ତ୍ତିକ ମଲ୍ଲିକ ଏବଂ ସମିତି ସଭ୍ୟାଙ୍କ ସ୍ୱାମୀ ତପନ ରାଉତ ଓ ସମର୍ଥକ ମାନଙ୍କୁ ନେଇ ବୋଳଂ ପଞ୍ଚାୟତ ଅଫିସ ବୈଠକ ହଲରେ ସାମ୍ବାଦିକ ସମ୍ମିଳନୀ ।

         ଏଠାରେ ସ୍ମରଣଯୋଗ୍ୟ କି ବାଲିଆପାଳ ବ୍ଲକ ଅନ୍ତର୍ଗତ ବୋଳଂ ପଞ୍ଚାୟତ ଦେଇ ଯାଇଥିବା ଓଡିଶା କୋଷ୍ଟ କେନାଲ ଉପରେ ଏକ ପାଦ ଚଲା ପୋଲ ନିର୍ମାଣ ପାଇଁ ଦୀର୍ଘ ବର୍ଷ ଧରି ଅଞ୍ଚଳବାସୀ ଦାବି କରି ଆସୁଥିଲେ । ଚାଷଜମିକୁ ଯିବା ପାଇଁ କୋଷ୍ଟ କେନାଲ ପ୍ରତିବନ୍ଧକ ସାଜୁଥିବା ଥିଲା । ଅଞ୍ଚଳବାସୀ ଯାତାୟତ ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ଓଡିଶା କୋଷ୍ଟ କେନାଲ ଉପରେ ଜଳସମ୍ପଦ ବିଭାଗ ପକ୍ଷରୁ ୪୩ ଲକ୍ଷ ୮୦ ହଜାର ୪୬୪ ଟଙ୍କା ବ୍ଯୟ ଅଟକଳରେ ଏକ ପାଦ ଚଲା ପୋଲ ନିର୍ମାଣ ପାଇଁ ତା ଗତ କାଲି ସକାଳେ ବସ୍ତା ବିଧାୟକ ନିତ୍ଯାନନ ସାହୁ ଏବଂ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ମହେଶ୍ବର ସିଂଙ୍କ ସମେତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ଯଙ୍କ ଉପସ୍ଥିତିରେ ବିଧାୟକ ଫିତା କାଟି ଶିଳାନ୍ଯାସ କରିଥିଲେ । ଏହି ପାଦ ଚଲା ପୋଲ ବୋଳଂ ଗ୍ରାମର ବାତ୍ଯା ଆଶ୍ରୟସ୍ଥଳୀ ନିକଟରୁ ଶଙ୍ଖୁଆ ଏବଂ କୁଣ୍ତୁଳୀ ଗ୍ରାମକୁ ସଂଯୋଗ କରିବାକୁ ଥିବା ବେଳେ ଏହା କୋଷ୍ଟ କେନାଲ ଉପରେ ପ୍ଲଟ ନମ୍ବର – ୫୮୨ ମୌଜା ବୋଳଂ, ସଂଲଗ୍ନ ପ୍ଲଟ ନମ୍ବର – ୧୫୧, ମୌଜା ବୋଳଂ ନିକଟରେ ନିର୍ମାଣ ହେବା ପାଇଁ ଗ୍ରାମବାସୀ ଏବଂ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସ୍ଥାନ ନିରୂପଣ କରା ଯାଇଥିଲା । କିନ୍ତୁ ଶିଳାନ୍ୟାସ ପରେ ଠିକାଦାର ଉକ୍ତ ଫଳକଟିକୁ ନେଇ ପଳାଇ ଯାଉଥିଲା ବେଳେ ପ୍ରକଳ୍ପର ସ୍ଥାନକୁ ବିରୋଧ କରି କିଛି ଗ୍ରାମବାସୀ ମାନେ ମିଳିତ ହୋଇ ଫଳକଟିକୁ ନେଇ ସେମାନେ ଯେଉଁ ସ୍ଥାନରେ ପୋଲ ନିର୍ମାଣ ପାଇଁ ଦାବି କରୁଥିଲେ ସଂଧ୍ଯାରେ ଫଳକକୁ ଲଗାଇ ପୂଜାର୍ଚ୍ଚନା କରି ଫିତା କାଟି ପୁଣି ଥରେ ଶିଳାନ୍ଯାସ କରିଥିଲେ । ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର ପରେ ଘଟଣାଟି ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

         ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ, ସମିତି ସଭ୍ୟାଙ୍କ ସ୍ୱାମୀ ଏବଂ କିଛି ଗ୍ରାମବାସୀଙ୍କ କହିବା ଅନୁସାରେ ବର୍ତ୍ତମାନ ବୋଳଂ ଗ୍ରାମକୁ ଲାଗି ଓଡିଶା କୋଷ୍ଟ କେନାଲ ଉପରେ ନିର୍ମିତ ହେବାକୁ ଥିବା ପୋଲର ପ୍ରକଳ୍ପଟି ସେମାନଙ୍କର ପ୍ରଚେଷ୍ଟାରେ ହୋଇଅଛି । ବର୍ତ୍ତମାନର ସରପଞ୍ଚ ଏବଂ ଗ୍ରାମବାସୀଙ୍କ ଦାବି ଓ ଅନୁରୋଧ କ୍ରମେ ୫-ଟି ସଚିବ ଓ ବିଧାୟକଙ୍କ ସୁପାରିଶ କ୍ରମେ ଜଳ ସେଚନ ବିଭାଗ ଦ୍ୱାରା ଉକ୍ତ ପ୍ରକଳ୍ପଟି ଅନୁମୋଦିତ ହୋଇଛି ବୋଲି ଦୃଢ଼କ୍ତି ପ୍ରକାଶ କରିଥିଲେ । ବୋଳଂ ଗ୍ରାମର ଗୋଟିଏ ପାର୍ଶ୍ଵରେ ଭଅଁରେଶ୍ଵର ପୋଲ ଥିବା ବେଳେ ଅନ୍ୟ ପାର୍ଶ୍ଵରେ ମହାପଦା ପୋଲ ଅଛି । ଯେଉଁ ପୋଲ ଦେଇ ଉଭୟ ପାର୍ଶ୍ଵର ଲୋକେ ତାଙ୍କର ଚାଷ ଜମିକୁ ଯାଇ କୃଷି କାର୍ଯ୍ୟ କରିପାରିବା ସହିତ ଅନ୍ୟପାର୍ଶ୍ୱକୁ ସଠିକ ଭାବରେ ଗମନା ଗମନ କରିପାରିବେ । ମାତ୍ର ଭୌଗଳିକ ଦୃଷ୍ଟି କୋଣରୁ ଗ୍ରାମର ମଝି ପାର୍ଶ୍ଵରେ ଅଧିକ ଲୋକେ ବସବାସ କରୁଥିବାରୁ ଗ୍ରାମର ମଝି ଭାଗରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ପାଖ ଦେଇ ଯାଇଥିବା ଓଡିଶା କୋଷ୍ଟ କେନାଲ ଉପରେ ଅନୁମୋଦିତ ପ୍ରକଳ୍ପର ନକ୍ସା ଅନୁସାରେ ପୋଲ ନିର୍ମାଣ ହେଲେ ସମସ୍ତ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଗ୍ରାମବାସୀ ଦାବି ରଖିଥିବାର ସଂଗୃହିତ ଖବରରୁ ଜଣାଯାଇଛି । ଦେଖି ବାକୁ ବାକି ରହିଲା ପ୍ରଶାସନ ଆଗକୁ କି ନିଷ୍ପତି ନେଉଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କେଫ୍ୟୁ ପକ୍ଷ ରୁ ଜାତୀୟ ବନ୍ୟ ପ୍ରାଣୀ ସଚେତନ ସପ୍ତାହ ୨୦୨୪ ଉଦ୍ଘାଟିତ 

masiha

ବରିଷ୍ଠ ଓଡ଼ିଆ ଅଧ୍ୟାପକ ପ୍ରତାପ ଚନ୍ଦ୍ର ନାୟକ ଙ୍କ ଅବସର କାଳୀନ ସଭା

Sunil Chandra Nayak

ଆସନ୍ତା ୨ ଅଗଷ୍ଟରେ କେନ୍ଦ୍ରାପଡ଼ା ର ମୁଖ୍ୟ ଡାକ ଘର ସମେତ ଏହାର ଅଧୀନରେ ଥିବା ସମସ୍ତ ଉପ ଡାକ ଘର ଓ ଶାଖା ଡାକ ଘର ବନ୍ଦ ରହିବ

Sunil Chandra Nayak

Leave a Comment

error: Content is protected !!