କଟକରେ କାର୍ଲି ଗ୍ରାମର ଯୁବକ ନିଖୋଜ
ଚିଲିଗୁଡା ,କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମ ପଞ୍ଚାୟତର କାର୍ଲି ଗ୍ରାମର ଯୁବକ ମୋହନ ମାଝି ୪୦ ନିଜ ପୁଅ ମୁକ୍ତେଶ୍ଵର ମାଝି ଙ୍କୁ ଏକ କମ୍ପାନି ରେ ଭର୍ତ୍ତି କରିବା ପାଇଁ ଦୁହେଁ ବାପ ପୁଅ ଗତ ୨୬ ତାରିଖ ଦିନ ନିଜ ଗାଁରୁ କେନ୍ଦୁଝର କୁ ବାହାରିଥିଲେ । ସେଠାରେ ପହଞ୍ଚି ଲା ପରେ ମୋହନ ମାଝି ର ପୁଅ ମୁକ୍ତେଶ୍ଵର ମାଝି ଙ୍କୁ କମ୍ପାନୀ ଡାକି କି ନେଇଥିଲେ ଏବଂ ମୋହନ ମାଝି ଙ୍କୁ ଗାଁ କୁ ଯିବା ପାଇଁ କହିଥିଲେ କିନ୍ତୁ କୌଣସି କାରଣ ବଶତଃ ମୋହନ ମାଝି ଗାଁ କୁ ଏଯାଏଁ ଆସି ପାରି ନାହିଁ ।ପରିବାର ଲୋକେ ଲୋକଙ୍କ କହିବାନୁଯାୟୀ ମୋହନ ମାଝି କଟକରେ ହି ନିଖୋଜ ହୋଇଥିବା ପ୍ରକାଶ କରିଛନ୍ତି ।ଦୀର୍ଘ ୧୨ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ମୋହନ ମାଝି ର କୌଣସି ଖୋଜ ଖବର ଜଣା ପଡି ନାହିଁ ।ନିଜ ସମ୍ପର୍କୀୟ ଲୋକ ତଥା କଟକ ସହରରେ ପରିବାର ଲୋକ ଖୋଜିଲେ ମଧ୍ୟ ମିଳି ନ ଥିବା ଜଣା ପଡ଼ିଛି । ସେ ଯିବା ସମୟରେ ଲାଲ ରଙ୍ଗର ସାର୍ଟ ଏବଂ କଲା ରଙ୍ଗର ଫୁଲ ପ୍ୟାଣ୍ଟ ପିନ୍ଧିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି ।ମୋହନ ମାଝି ଙ୍କୁ ନ ପାଇବାରୁ ପରିବାର ଲୋକେ ଜୁନାଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଏବଂ ଯେ କୌଣସି ବ୍ୟକ୍ତି ଏହାର ସନ୍ଧାନ ପାଇଲେ 6370936750 ଏବଂ 9668151192 ରେ ଯୋଗାଯୋଗ କରିବା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି ।