ରଶ୍ମି ରଞ୍ଜନ ସିଦ୍ଧାଶ୍ରମରେ ସତ୍ ସଙ୍ଗ ଉତ୍ସବ
ନବରଙ୍ଗପୁର:ତା:(୧୭.୧୦ ୨୦୨୬)(ରବି ନାରାୟଣ ମହାନ୍ତି)ସ୍ଥାନୀୟ ନବରଙ୍ଗପୁର ବ୍ଳକ୍ ଅନ୍ତର୍ଗତ ତାରାଗାଁ ସ୍ଥିତ ରଶ୍ମି ରଞ୍ଜନ ସିଦ୍ଧାଶ୍ରମରେ ଗତ ତା: ୧୦.୧୦.୨୦୨୬ ରେ ” ରଶ୍ମି ରଞ୍ଜନ ଜୟନ୍ତୀ ” ଉତ୍ସବ, ତା: ୧୪.୧୦.୨୦୨୬ ରେ ” ପରିବାର କଲ୍ୟାଣ ଦିବସ ଉତ୍ସବ ” ଏବଂ ଆଜି ତା: ୧୭.୧୦ ୨୦୨୬ ରେ ” ତୁଳା ସଂକ୍ରାନ୍ତି ସତ୍ ସଙ୍ଗ ଉତ୍ସବ ” ଆଶ୍ରମ ସଂପାଦକ ଦଶମୁ ପାତ୍ରଙ୍କ ପରିଚାଳନା ଏବଂ ସହ ସଂପାଦକ ସନ୍ତୋଷ କୁମାର ପୁଜାରୀଙ୍କ ପ୍ରତିନିଧିତ୍ଵ ଓ ଗୁରୁ ମାତା ଇନ୍ଦୁମତୀ ପାଢ଼ୀଙ୍କ ପୈ।ରହିତ୍ୟରେ ଅନୁଷ୍ଠିତ ହୋଇ ଯାଇ ଅଛି । ଉଲ୍ଲିଖିତ ତିନୋଟି ଉତ୍ସବରେ ପୂର୍ବାହ୍ନରେ ଠାକୁରମାନଙ୍କ ମଙ୍ଗଳ ଆରତୀ, ରଶ୍ମି ରଞ୍ଜନ ପଦ୍ଧତି ଓ ଶେଷରେ ପ୍ରସାଦ ବଣ୍ଟନ ପରେ ପ୍ରଥମ ଅଧିବେଶନ ସମ୍ପନ୍ନ କରା ଯାଇ ଅଛି ଏବଂ ସନ୍ଧ୍ୟା ଅଧିବେଶନରେ ରଶ୍ମି ରଞ୍ଜନ ପଦ୍ଧତି, ପ୍ରାର୍ଥନା,ଭଜନ, ରଞ୍ଜନଙ୍କ ଅନୁଭୂତି କଥନ, ଆଶ୍ରମ ଅଧ୍ୟକ୍ଷ ଡ: ନୀଳକଣ୍ଠ ପାଢ଼ୀଙ୍କ ଉଦବୋଧନ, ନୂତନା ନନ୍ଦ ଓ ବିକାଶ ରଞ୍ଜନ ପାଢୀଙ୍କ ଯନ୍ତ୍ର ବାଦ୍ୟ ସଂଗୀତ ମାଧ୍ୟମରେ ଭଜନ ପରିବେଷଣ, ସାରସତ୍ତ୍ବ ବାଣୀ ପାଠ, କୀର୍ତ୍ତନ,ଆରତୀ, ପ୍ରସାଦ ବଣ୍ଟନ ଓ ଶେଷରେ ସାମୂହିକ ଆନନ୍ଦ ବଜାର ପ୍ରସାଦ ସେବନ ପରେ ଉତ୍ସବ ସମାପନ କରା ଗଲା। ଉକ୍ତ ତିନୋଟି ଉତ୍ସବ ଆୟୋଜନରେ ସହଯୋଗ କରିଛନ୍ତି – ଅର୍ଜ୍ଜୁନ ମାଝୀ, ଲଛମନ ଭତ୍ରା, ଭୁବନେଶ୍ୱର ମାଝୀ, ଟି. ଲଛମନ ରାଓ, ଶିବ ଶଙ୍କର ପାତ୍ର, ଦାଶରଥୀ ପଟ୍ଟନାୟକ, ପଙ୍କଜ ମାଝୀ ପ୍ରମୁଖ କର୍ମୀ ଗଣ ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

