ସାହିତ୍ୟ ପତ୍ରିକା ମହୁରିର ‘ଦେବାର୍ପଣ’
ଓଡିଶାର ବହୁ ଚର୍ଚ୍ଚିତ ସାହିତ୍ୟ ପତ୍ରିକା ‘ମହୁରି’ଶାରଦୀୟ ସଂଖ୍ୟାର ‘ଦେବାର୍ପଣ ଉତ୍ସବ’ କଳାହାଣ୍ଡିର ଆରାଧ୍ୟା ଦେବୀ ମା ମାଣିକେଶ୍ବରୀଙ୍କଠାରେ ଅନୁଷ୍ଠିତ ହୋଇଯାଇଛି। ୨୦୦୭ରୁ ମା ମାଣିକେଶ୍ବରୀଙ୍କ ପୀଠରେ ଜନ୍ମ ଲାଭ କରିଥିବା ଏଇ ପତ୍ରିକା ଅଧୁନା ନିଜର ସ୍ୱତନ୍ତ୍ର ଉପସ୍ଥାପନା ପାଇଁ ଓଡିଶାର ଏକ ଶ୍ରେଷ୍ଠ ସାହିତ୍ୟ ପତ୍ରିକା ଭାବେ ପରିଚୟ ପାଇଛି। ଓଡିଶାର ବିଭିନ୍ନ ଅଂଚଳର ନବୀନ-ପ୍ରବୀଣ ଲେଖକଙ୍କ କବିତା,ଗପ,ଆଲୋଚନା, ଉପନ୍ୟାସ, ରମ୍ୟରଚନା, ସାକ୍ଷାତକାର, ପ୍ରବନ୍ଧ ଆଦିକୁ ନେଇ ଏଥର ୪୭୦ ପୃଷ୍ଠା ବିଶିଷ୍ଟ ବୃହତ କଳେବର ସହ ପ୍ରଚ୍ଛଦ ବେଶ ଆକର୍ଷଣୀୟ ହୋଇଛି। ଦେବାର୍ପଣ ଉତ୍ସବରେ ମୁଖ୍ୟ ସମ୍ପାଦକ ଡ. ଭବାନୀ ଶଙ୍କର ନିଆଲ ଓ ସମ୍ପାଦକ ସୁକାନ୍ତ ସାହୁଙ୍କ ପରିଚାଳନାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ତଥା ଲେଖକ ହେମସାଗର ମହାନନ୍ଦ, ସାହିତ୍ୟିକ ନୀରୋଦ ପଟ୍ଟନାୟକ, ସ୍ୱାଧୀନ ପାତ୍ର, ସଂଜୀବ କୁମାର ପଣ୍ଡା, ସଂହିତା ରଥ ,ଦୀପ୍ତି ମୁଣ୍ଡ ଅଶୋକ କୁମାର ନେଗୀ, କୃଷ୍ଣଚନ୍ଦ୍ର ପଧାନ, ପ୍ରଦୀପ ଦାସ,ଭାସ୍କର ଜ୍ୟୋତିରଆଦିତ୍ୟ ନିଆଲ,,ଖୁସିରାମ ସାହୁ ପ୍ରମୁଖ ମଂଚାସୀନ ହୋଇଥିଲେ। ମା ମାଣିକେଶ୍ବରୀଙ୍କଠାରେ ପୂଜାବିଧି ପରେ ପତ୍ରିକା ଅର୍ପଣ କରାଯାଇଥିଲା।ଏଇ ଅବସରରେ ବହୁ ସାହିତ୍ୟିକ, କଳାକାର, ସାମ୍ବାଦିକ ଉପସ୍ଥିତ ଥିଲେ। ପତ୍ରିକାର ସହ ସମ୍ପାଦକ ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ସଂଯୋଜନା କରିଥିବା ବେଳେ… ଧନ୍ୟବାଦ ଅର୍ପଣ କରିଥିଲେ।

