ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ , ମେଦିନୀପୁର ରେ ପୋଷାକ ବିତରଣ ଉତ୍ସବ – ୨୦ ୨୩

ଭବାନୀପାଟଣା ତା.୧୦.୭.୨୩ : – ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ , ମେଦିନୀପୁର ରେ ପୋଷାକ ବିତରଣ ଉତ୍ସବ – ୨୦ ୨୩ ଅବସର ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ‘ ମୁଁ ବି ପଢିବ – ମୁଁ ବି ବଢ଼ିବି ! ମୋ ଗାଁ କୁ ସଂପୂର୍ଣ୍ଣ ସାକ୍ଷର କରିବି !” ଶିଶୁ କେନ୍ଦ୍ରିକ ଶିକ୍ଷା-ଶିକ୍ଷଣ ଭିର୍ତ୍ତୀକ ଏକ ବିଶେଷ କାର୍ଯ୍ୟକ୍ରମ ରେ ମେଦିନୀପୁର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବିଦ୍ୟା ପ୍ରବେଶ କାର୍ଯ୍ୟ ପୁସ୍ତକ ବଣ୍ଟନ ର ଶୁଭାରମ୍ଭ କରାଯାଇ ଶତ ପ୍ରତିଶତ ଛାତ୍ରଛାତ୍ରୀ ନାମଲେଖା ସୁନିଶ୍ଚିତ କରିବା ପାଇଁ ମତ ପ୍ରକାଶ ପାଇଥିଲା । ମୁଖ୍ୟଅତିଥି କେନ୍ଦୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ର ବରିଷ୍ଟ ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମାଳୟା ଦେବୀ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଆଞ୍ଚଳିକ କେନ୍ଦ୍ର ସାଧନ ସଂଯୋଜକ ତୁଳସୀ ସାହୁ , ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ମଞ୍ଜୁରୀ ନାଗ , ଉପାଧ୍ୟକ୍ଷ ଆଶିଷ ପଣ୍ଡା , ବରିଷ୍ଠ ଶିକ୍ଷୟିତ୍ରୀ ସୁନିତୀ ମୁଣ୍ଡ ଯୋଗଦାନ କରି ଶିଶୁ ର ସାମଗ୍ରୀକ ବିକାଶ ରେ ହିଁ ସୁସ୍ଥ ସମାଜ ଗଠନ ସମ୍ଭବ ଏଣୁ ଏହି ଦିଗରେ ପ୍ରୟାସ ଜାରି ରଖିବା ପାଇଁ ଆହ୍ଵାନ ଦେଇଥିଲେ । ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟିତ୍ରୀ ଲକ୍ଷ୍ମୀ ବଗର୍ତ୍ତୀ ଏବଂ ସଭ୍ୟା ମଞ୍ଜରୀ ପଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଶିକ୍ଷୟିତ୍ରୀ ସୁଚେତା ଦାଶ . ପ୍ରତିଭା ଦାଶ , କଲ୍ୟାଣୀ ଦାଶ , ସଂଯୁକ୍ତା ଦାଶ , ନିଶାମଣୀ ଦେଇ ପ୍ରମୁଖ ସହଯୋଗ କରିଥିଲେ । ବିଦ୍ୟାଳୟ କ୍ୟାବିନେଟ ପ୍ରଧାନମନ୍ତ୍ରୀ ଛାତ୍ର କରନ୍‌ ନିଆଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ମସିହା ନିୟୁଜ ସର୍ଭିସ୍ 

Related posts

ଏସବିଆଇ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରତିଷ୍ଠାନ ତରଫରୁ ଏକ 30 ଦିନିଆ ବିୟୁଟି ପାର୍ଲର ଟ୍ରେନିଂ ଶିବିର କାର୍ଯ୍ୟକ୍ରମ ଉଦଘାଟନ     

masiha

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

masiha

କୋଇଡ଼ା ମଣ୍ଡଳ ଟିପ୍ପର ଆଣ୍ଡଟ୍ରକଓନର୍ସ ନବଗଠିତ ଆସୋସେସନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଙ୍କ ଦ୍ୱାରା ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!