ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ସାମ୍ବାଦିକଙ୍କ ବନ୍ଧୁମିଳନ   

 ନବରଙ୍ଗପୁର—–(ମସିହା) ଇଂରାଜୀ ନବ ବର୍ଷ ପାଳନ ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠୀତ ହୋଇଯାଇଛି । ସ୍ଥାନୀୟ ପ୍ରାତ୍ରମୁଣ୍ଡା ଅର୍ନ୍ତଗତ ଚରକବନ ନିକଟରେ ବୁଧବାର ଦିନ ଏହି ବନ୍ଧୁୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠୀତ ହୋଇଥିଲା । ନବରଙ୍ଗପୁର ସଦର ମହକୁମା ଠାରେ ରହିଥିବା ସମସ୍ତ ଜିଲ୍ଲା ସ୍ତରୀୟ ସାମ୍ବାଦିକ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସଂମ୍ପର୍କରେ ବିଚାର ଆଲୋଚନା ହୋଇଥିଲା । ସାମ୍ବାଦିକ ମାନେ ଜିଲ୍ଲାର ବିକାଶ ପାଇଁ ଅନବରତ ଚେଷ୍ଟା ଚଳାଇ ଆସୁଛନ୍ତି । ଏଣିକି ପେଷା ସହ ସମାଜର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟକ୍ଷ ଭାବେ ସାମ୍ବାଦିକ ମାନେ ଏକତ୍ରୀତ ହୋଇ ଉଦ୍ୟମ ଆରମ୍ଭ କରିବେ ବୋଲି ମତ ପ୍ରକାଶ ପାଇଥିଲା । ସାମ୍ବାଦିକ ମାନଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ସମସ୍ତ ସାମ୍ବାଦିକ ମାନେ ଏକତା ଭାବ ରଖି ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ସହମତି ପ୍ରକାଶ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୋଲାମୁଣ୍ଡା ଠାରେ ଜୁଭେଣ୍ଟିକା ଆଉଟ୍‌ରିଚ୍ ପ୍ରୋଗ୍ରାମ ଅନୁଷ୍ଠିତ

Sunil Chandra Nayak

ଭୁର୍ଷାଗୁଡା ମତଦାନ କେନ୍ଦ୍ର ପାଇଁ ବ୍ଲକ ପ୍ରଶାସନ ର ଦ୍ୱାରସ୍ଥ ହେଲେ ଭୁର୍ଷାଗୁଡା ଗ୍ରାମବାସୀ

masiha

ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କୁ ଅସମ୍ମାନ ଘଟଣାରେ ବାମନଘାଟୀ ନାଗରିକ ମଂଚ ତରଫରୁ ଗାନ୍ଧୀ ପ୍ରତିମୂର୍ତ୍ତିରେ ମୌନବ୍ରତ ପ୍ରତିବାଦ 

Leave a Comment

error: Content is protected !!