ସାହିତ୍ୟ ଅଗଣାଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା // ଜାଗର by Sunil Chandra NayakFebruary 18, 2023036 Share0 ___ ଜାଗର ___ ଶ୍ଯାମା ପ୍ରସାଦ୍ ବୋଷ୍ ଆସୁଛି ଜାଗର ରହି ଉଜାଗର ଜାଳିବା ଜାଗର ବତୀ ଶିବ ପଞ୍ଚାକ୍ଷରୀ ମନ୍ତ୍ର ତୁଣ୍ଡେ ଧରି ପାହିବ ଜାଗର ରାତି । ପ୍ରଭୁ ଆଶୁତୋଷ କରିବାକୁ ତୋଷ ପ୍ରଭୁ ପାଦେ ରଖି ମତି ପୁଷ୍ପ ,ଧୂପ, ଦୀପ, ଭକତି ନୈବିଦ୍ଯ ସମର୍ପଣେ ଭାବ ଭକ୍ତି । ମହା ଶିବରାତ୍ରୀ ଜାଗର ଯାତ୍ରା ରେ ଶିବ ଯେ ପ୍ରଶନ୍ନ ଅତି ଶିବାଳୟେ ଭକ୍ତ ଭିଡ ଯମାଇବେ ପାଳି ସବୁ ରୀତି ନୀତି । ଗୟଶ, ଦୁଦୁରା ବେଲପତ୍ର ଫୁଲ କଦଳୀ , ନବାତ,ପତି କଞ୍ଚା କ୍ଷୀର ,ମଧୁ,ପଇଡ,ମାଖନ ଗଙ୍ଗାଜଳେ ପ୍ରଭୁ ପ୍ରୀତି। ଶିବ ଙ୍କ ମହିମା ଅପାର କରୁଣା ଜାଗର ର ପୁଣ୍ୟ ତିଥି ଭକତି ଭାବରେ ପୂଜିଲେ ଅନ୍ତରେ ଶିବଧାମେ ଗତି ମୁକ୍ତି । ଓଁ ନମଃ ଶିବାୟ ମନ୍ତ୍ରେ ରଖି ଲୟ ଜାଳିବା ଜାଗର ବତୀ ମୁଖେ ଶିବ ଶିବ ନାମ ଜପୁଥିବା ପାହିବ ଜାଗର ରାତି । ଜାଗର ରାତ୍ରୀରେ ଶିବଙ୍କ ସ୍ତୁତିରେ ରାତ୍ରୀ ଯାଉଥିବ ବିତି ଶିବ କୃପା ବାରି ପଡୁଥିବ ଝରି ବଢୁଥିବ ଶିବ ପ୍ରୀତି । ଶ୍ଯାମା ପ୍ରସାଦ୍ ବୋଷ୍ ଗ୍ରାମ :- ବେଗୁନିଁଆ , ମଲ୍ଲୀକ୍ ସାହି ପୋଷ୍ଟ :- ଗୋପ୍ , ଜିଲ୍ଲା :- ପୁରୀ