ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା // ଜାଗର

     ___ ଜାଗର ___

                   ଶ୍ଯାମା ପ୍ରସାଦ୍ ବୋଷ୍ 

ଆସୁଛି ଜାଗର ରହି ଉଜାଗର 
ଜାଳିବା ଜାଗର ବତୀ 
ଶିବ ପଞ୍ଚାକ୍ଷରୀ ମନ୍ତ୍ର ତୁଣ୍ଡେ ଧରି 
ପାହିବ ଜାଗର ରାତି । 
ପ୍ରଭୁ ଆଶୁତୋଷ କରିବାକୁ ତୋଷ 
ପ୍ରଭୁ ପାଦେ ରଖି ମତି 
ପୁଷ୍ପ ,ଧୂପ, ଦୀପ, ଭକତି ନୈବିଦ୍ଯ 
ସମର୍ପଣେ ଭାବ ଭକ୍ତି । 
ମହା ଶିବରାତ୍ରୀ ଜାଗର ଯାତ୍ରା ରେ 
ଶିବ ଯେ ପ୍ରଶନ୍ନ ଅତି 
ଶିବାଳୟେ ଭକ୍ତ ଭିଡ ଯମାଇବେ 
ପାଳି ସବୁ ରୀତି ନୀତି । 
ଗୟଶ, ଦୁଦୁରା ବେଲପତ୍ର ଫୁଲ 
କଦଳୀ , ନବାତ,ପତି 
କଞ୍ଚା କ୍ଷୀର ,ମଧୁ,ପଇଡ,ମାଖନ 
ଗଙ୍ଗାଜଳେ ପ୍ରଭୁ ପ୍ରୀତି।  
ଶିବ ଙ୍କ ମହିମା ଅପାର କରୁଣା 
ଜାଗର ର ପୁଣ୍ୟ ତିଥି 
ଭକତି ଭାବରେ ପୂଜିଲେ ଅନ୍ତରେ 
ଶିବଧାମେ ଗତି ମୁକ୍ତି । 
ଓଁ ନମଃ ଶିବାୟ ମନ୍ତ୍ରେ ରଖି ଲୟ 
ଜାଳିବା ଜାଗର ବତୀ 
ମୁଖେ ଶିବ ଶିବ ନାମ ଜପୁଥିବା 
ପାହିବ ଜାଗର ରାତି । 
ଜାଗର ରାତ୍ରୀରେ ଶିବଙ୍କ ସ୍ତୁତିରେ 
ରାତ୍ରୀ ଯାଉଥିବ ବିତି 
ଶିବ କୃପା ବାରି ପଡୁଥିବ ଝରି 
ବଢୁଥିବ ଶିବ ପ୍ରୀତି । 

ଶ୍ଯାମା ପ୍ରସାଦ୍ ବୋଷ୍ 

ଗ୍ରାମ :- ବେଗୁନିଁଆ , ମଲ୍ଲୀକ୍ ସାହି 
ପୋଷ୍ଟ :- ଗୋପ୍ , ଜିଲ୍ଲା :- ପୁରୀ 

Related posts

ସୁଭସ୍ମିତା ମୁଦୁଲି ଙ୍କ କବିତା // ମିଠା ଅନୁଭୂତି

Sunil Chandra Nayak

ରାକେଶ ସାହୁ ଙ୍କ କବିତା // ମିଛେଇ ଝିଅ

Sunil Chandra Nayak

Poem of Prafulla Chandra padhi = In a desire to build

Sunil Chandra Nayak

Leave a Comment

error: Content is protected !!