ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ବିଜୟ କୁମାର ଜେନା ଙ୍କ // ସକାଳର ଜଣାଣ // ଶ୍ରୀ ଜଗନ୍ନାଥ

ସକାଳର ଜଣାଣ

 ଶ୍ରୀ ଜଗନ୍ନାଥ

 ବିଜୟ କୁମାର ଜେନା

ଶ୍ରୀ ଶ୍ରୀ ଅକ୍ଷରରେ ଲକ୍ଷ୍ମୀ ଭକ୍ତି ପ୍ରୀତି
              ଶୋଭା ପ୍ରଦାୟିନୀ ଶକ୍ତି
ସଂସାର କାରିଣୀ ଶକତି ରୂପରେ
               ବିଦ୍ୟମାନ ଯଥା ରୀତି।
ଜ ସୂଚାଉ ଅଛି ଜନ୍ମ କେନ୍ଦ୍ର ସ୍ଥଳ
               ସର୍ବ ଦେବତା ଉତ୍ପତ୍ତି
ଜଗନ୍ନାଥ ମୂର୍ତ୍ତୀ ଆପେ ଜନ୍ମ ଲଭି
               ଜଗନ୍ମୟ ସେହି ଜ୍ୟୋତି।
ଗ ର ଅର୍ଥକୁ ଯେ ଧରି ନେବା ଆମେ
                ଗଭୀର ଗୁହ୍ୟ ଅନନ୍ତ
ସିଏ ତ ଅଟନ୍ତି ଗୋଲକ ବିହାରୀ
                ଦୁଃଖୀ ଦୁଃଖ ସନ୍ତାପିତ।
ନ୍ନା ହିଁ ନିର୍ବିକଳ୍ପ ବ୍ରହ୍ମ ନିରାକାର
              ନିତ୍ଯ ନିର୍ମାୟା ନିର୍ମଳ
ନର୍କ ନିସ୍ତାରଣ ଅବିନାଶୀ ପ୍ରଭୁ
              ନିରୀହର ଅତି ବଳ।
ଥ ଯେ ବୁଝାଉଛି ଧର୍ମ ସୁଦର୍ଶନ
              ଅର୍ଥ କାମ ମୋକ୍ଷ ସ୍ଥାନ
ସ୍ଥାବର ଜଙ୍ଗମ ଅଷ୍ଟାଦଶ ସିଦ୍ଧି
               ସର୍ବ ପ୍ରାଣୀ ହିତେ ଜାଣ।
ଶ୍ରୀ ଜଗନ୍ନାଥ ଙ୍କ ଶରଣ ନିଏ ମୁଁ
              ଦିବା ରାତ୍ର ଏ ସଂସାରେ
ହେ ଆରାଧ୍ୟ ଦେବ ଶୁଣିବ ଗୁହାରୀ
              ଏଇ ଭିକ୍ଷା ଶ୍ରୀ ପୟରେ ।
 ଅବସର ପ୍ରାପ୍ତ ପ୍ରାଧ୍ୟାପକ
 ଶାମୁକା ସାହି ରଣପୁର ନୟାଗଡ଼

Related posts

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା l l ସ୍ମୃତିରେ ସ୍ମୃତିରେ ୨୦୨୨ l l

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା // ସକାଳର ଜଣାଣ // ହେ ପରେମଶ୍ବର

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା l l ବିରହି ଭାଷା l l

Sunil Chandra Nayak

Leave a Comment

error: Content is protected !!