ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣାଠାରେ ଜିଲ୍ଲାପାଳ ଓ ଆରକ୍ଷି ଅଧୀକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ଭବାନୀପାଟଣା ତା୩.୪.୨୦୨୩ // ଆଜି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଓ ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜିଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପ ଜିଲ୍ଲାପାଳ , ଭବାନୀପାଟଣା ଡ ବିଶ୍ୱଜିତ ଦାସଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଜନ ଶୁଣାଣି ଶିବିରରେ ମୋଟ ୮୮ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୭୯ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୯ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୧୮ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା।ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ ଆର୍ଥିକ ସହାୟତା ରୂପେ ନର୍ଲା କିଡ଼ିଂ ର ଯୋସ୍ନା ଶବର ଙ୍କୁ ୧୦୦୦୦ ଟଙ୍କା, ଜୁନାଗଡ ଗଉଡଛେଣ୍ଡିଆ ର ସାଇବତି ଝାଙ୍କର ଙ୍କୁ ୫୦୦୦ ଟଙ୍କା, ଭବାନୀପାଟଣାର ନିକୁ ନାୟକଙ୍କୁ ୨୦୦୦ ଟଙ୍କା, ଜୁନାଗଡ ଭଇଁରିଗୁଡ଼ା ର ମରୁଆ ନାଏକଙ୍କୁ ୫୦୦୦ ଟଙ୍କା ପ୍ରଦାନ କରାଯାଇଥିଲା।ସହକାରୀ ଜିଲ୍ଲାପାଳ ଧୀରୋଜ ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ଭାବରେ ସହଯୋଗ କରିଥଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବିରାଟକାୟ ବୃକ୍ଷ ରାଜରାସ୍ତା ରେ ଉପୁଡ଼ି ପଡ଼ିବାରୁ ଯାତାୟାତ ଠପ୍ ନର୍ଲା ବିଡ଼ିଓ ଏବଂ ଅଗ୍ନିଶମ ବିଭାଗ ର ତୁରନ୍ତ ସହଯୋଗ ରେ ଯାତାୟାତ ସୁଗମ 

Sunil Chandra Nayak

ଧର୍ମଗଡ଼ ଠାରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ

Sunil Chandra Nayak

କ୍ଷୀରବତୀ ହତ୍ୟା ଘଟଣା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ୧୯ ରେ ରାସ୍ତାରୋକ

Sunil Chandra Nayak

Leave a Comment

error: Content is protected !!