ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣାଠାରେ ଜିଲ୍ଲାପାଳ ଓ ଆରକ୍ଷି ଅଧୀକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ଭବାନୀପାଟଣା ତା୩.୪.୨୦୨୩ // ଆଜି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଓ ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜିଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପ ଜିଲ୍ଲାପାଳ , ଭବାନୀପାଟଣା ଡ ବିଶ୍ୱଜିତ ଦାସଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଜନ ଶୁଣାଣି ଶିବିରରେ ମୋଟ ୮୮ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୭୯ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୯ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୧୮ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା।ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ ଆର୍ଥିକ ସହାୟତା ରୂପେ ନର୍ଲା କିଡ଼ିଂ ର ଯୋସ୍ନା ଶବର ଙ୍କୁ ୧୦୦୦୦ ଟଙ୍କା, ଜୁନାଗଡ ଗଉଡଛେଣ୍ଡିଆ ର ସାଇବତି ଝାଙ୍କର ଙ୍କୁ ୫୦୦୦ ଟଙ୍କା, ଭବାନୀପାଟଣାର ନିକୁ ନାୟକଙ୍କୁ ୨୦୦୦ ଟଙ୍କା, ଜୁନାଗଡ ଭଇଁରିଗୁଡ଼ା ର ମରୁଆ ନାଏକଙ୍କୁ ୫୦୦୦ ଟଙ୍କା ପ୍ରଦାନ କରାଯାଇଥିଲା।ସହକାରୀ ଜିଲ୍ଲାପାଳ ଧୀରୋଜ ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ଭାବରେ ସହଯୋଗ କରିଥଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାକ୍ଷୀପୂର୍ଣ୍ଣିମାରେ ‘ନିଶା ନିବାରଣ ବ୍ରତ’ ପାଳନ ନିଶାମୁକ୍ତ ସମାଜ ଗଠନ ପାଇଁ ରାକ୍ଷୀର ପବିତ୍ର ବନ୍ଧନରୁ ସଚେତନତାର ବାର୍ତ୍ତା

Sunil Chandra Nayak

ଜୟ ବାଲାଜି ଷ୍ଟିଲ କାରଖାନା ସମ୍ପ୍ରସାରଣକୁ ଗ୍ରାମବାସୀଙ୍କ ପ୍ରବଳ ବିରୋଧ

Sunil Chandra Nayak

୧- ଏମ.ଡ଼ି.ଆର ୨୦୨୬ ଵିଲକୁ ନେଇ ବନ୍ଧୁଗାଁ ଠାରେ ଗଣ ବିକ୍ଷୋଭ ସହ ରାଲି , ୨- ଏମ.ଏମ.ଡ଼ି.ଆର ୨୦୨୬ ଵିଲ କୁ ନେଇ ଆଦିବାସୀ ଏକତା ମଞ୍ଚ ଓ ହିନ୍ଦୁ ମହାସଭା ମିଳିତ ବୈଠକ 

Sunil Chandra Nayak

Leave a Comment

error: Content is protected !!