ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୌଳିକ ଭାଷା ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସପ୍ତାହ ପାଳନ

ମୌଳିକ ଭାଷା ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସପ୍ତାହ ପାଳନ 

ନବରଙ୍ଗପୁର-(୨୩|୨)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଭଗତଗୁଡାରେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ପଟ୍ଟନାୟକ ଓ ସହକାରୀ ଶିକ୍ଷକ ନିରଜ ରାଉତରାୟ ଙ୍କ ଆନୁକୁଲ୍ୟରେ ଏକ ସପ୍ତାହ ପର୍ଯ୍ୟନ୍ତ ମୌଳିକ ଭାଷା ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ବିଦ୍ୟାଳୟ ସ୍ତରୀୟ କାର୍ଯ୍ୟକ୍ରମ ରେ ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମ ରେ ଉତ୍ସାହିତ ପାଇଁ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ହରିଜନ ଯୋଗଦାନ କରି ଭାଷା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ କୁ ଅଧିକ ଉତ୍କର୍ଷ ଆଣିବା, କାର୍ଯ୍ୟ ପୁସ୍ତିକାରେ ଛାତ୍ର ଛାତ୍ରୀ ମାନଙ୍କ କାର୍ଯ୍ୟରେ ଶିକ୍ଷକର ପରାମର୍ଶ,ଟ୍ରାକର କାର୍ଯ୍ୟକ୍ରମରେ ପିଲାମାନଙ୍କ ଉନ୍ନତି କୁ ତନଖି କରିବା ସହ ଆସନ୍ତା ଦିନରେ ପିଲାମାନଙ୍କ ଅଗ୍ରଗତି କରିବା,ଗପ କହିବା ,ଗପ ଶୁଣିବା କାର୍ଯ୍ୟ କୁ ଅଧିକ ତ୍ବରାନ୍ବିତ ପାଇଁ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ପରାମର୍ଶ ସହ ଶୈଖିକ ସହଯୋଗ କରିଥିଲେ। ଆସନ୍ତା ୨୦୨୬-୨୭ ସୁଦ୍ଧା ପ୍ରଥମରୁ ତୃତୀୟ ଶ୍ରେଣୀ ସମସ୍ତ ଛାତ୍ରଛାତ୍ରୀ ମୌଳିକ ଭାଷା ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ର ସଫଳତାର ରୂପରେଖ ପ୍ରଦାନରେ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ର ଭୂମିକାକୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶନା ପ୍ରକାରେ କାର୍ଯ୍ୟ କଲେ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଗଠନରେ ଶିକ୍ଷକର ଭୂମିକା ଯୂଗପୋଯୋଗୀ ହେଵ। ପ୍ରଧାନ ଶିକ୍ଷକ ସମସ୍ତକୁ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ ଘୋଷଣା କରିଥିଲେ।ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ର ମୌଳିକ ଭାଷା ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସପ୍ତାହ ପାଳନରେ ସହଯୋଗ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ପରିଚାଳନା କମିଟି, ଗ୍ରାମବାସୀ,ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜିଲ୍ଲା ଶିକ୍ଷାଧିକାରୀଙ୍କ କ୍ଲଷ୍ଟର ସ୍ତରୀୟ ବୈଠକ ପରିଦର୍ଶନ

masiha

ଉତ୍କଳ ଆଲୁମିନାରେ ଖଣି ନିରାପତ୍ତା ସପ୍ତାହ ପାଳିତ

masiha

କୃଷି ଆଜାଦ ବିହନ ସଂଘଠନ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!