ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରାମାଞ୍ଚଳ ରେ ଚାଲିଛି ଶୁଶୁକନ୍ୟା ବିବାହ ,  ନିଦାବିଷ୍ଣୁ ପ୍ରଶାସନ , ବୈଠକ ରେ ସୀମିତ ସଚେତନତା କାର୍ଯ୍ୟକ୍ରମ

ଗ୍ରାମାଞ୍ଚଳ ରେ ଚାଲିଛି ଶୁଶୁକନ୍ୟା ବିବାହ ,  ନିଦାବିଷ୍ଣୁ ପ୍ରଶାସନ , ବୈଠକ ରେ ସୀମିତ ସଚେତନତା କାର୍ଯ୍ୟକ୍ରମ

ପାଟଣାଗଡ଼ ହରିଶଙ୍କର ସମ୍ମିଳନୀ କକ୍ଷ ରେ ବୁଧବାର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ କନ୍ୟା ସନ୍ତାନ ମାନଙ୍କ ସମାନତା ଓ ଶିକ୍ଷା ଏବଂ ବାଲ୍ୟ ବିବାହ ବନ୍ଦ କରିବା ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି | ନିର୍ବାଚିତ ପ୍ରତିନିଧି, ସିଡିପିଓ,ସୁପର ଭାଇଜର ସହ ବିଭିନ୍ନ ଲୋକ ମାନଂକୁ ନେଇ ଏହି ସଚେତନତା ଶିବର ହୋଇଥିଲା |ତେବେ ଏହା କାହା ପାଇଁ ବୋଲି ସାଧାରଣ ରେ ପ୍ରତିକ୍ରିୟା ପ୍ରକାଶ ପାଉଛି |ଏବେ ବି ଗ୍ରାମାଞ୍ଚଳ ରେ କମ ବୟସ ନାବାଳିକା ଝିଅ ମାନଙ୍କ ର ବିବାହ କରାଯାଉଥିବା ବେଳେ ଅନେକ ଶିଶୁ ପେଟ ପାଟଣା ପାଇଁ ଦିନ ମଜୁରୀ କାମ କରୁଛନ୍ତି |ତେବେ ବିଭାଗ ପକ୍ଷରୁ କେମିତି ଜାଣି ପାରୁନାହାନ୍ତି ବୋଲି ଦାବି ହେଉଛି |କେବଳ ଦେହରୁ ଦୋଷ ହଟାଇବାକୁ ଯାଇ ଲୋକ ଦେଖାଣିଆ ବୈଠକ କରାଯାଉଥିବା ଅଭିଯୋଗ ହେଉଛି |ଅନ୍ୟପଟେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ଏହାର ତଦାରଖ କରିବା ପାଇଁ ବିଭିନ୍ନ ଅଧିକାରୀ ନିୟୋଜିତ କରିଛନ୍ତି ଏମିତି କି କିଛି ଏନଜିଓ ମଧ୍ୟ୍ୟ କାମ କରୁଛନ୍ତି ତଥାପି କାହିଁକି |ତଥାପି କାହିଁକି ଶିଶୁ ବିବାହ ରୋକାଯାଇ ପାରୁନାହିଁ ବୋଲି ଦାବି ଉଠୁଛି |ଅନୁଷ୍ଠିତ ଏହି ବୈଠକ ରେ ଶିଶୁ ମଙ୍ଗଳ ସମିତିର ପୂର୍ବତନ ସଦସ୍ୟ ଡକ୍ଟର ଗୋଦାବରୀଶ ରଥ,ଜିଲ୍ଲା ସଂଯୋଜକ ସନ୍ଧ୍ୟାରାନୀ ପତି ବାଲ୍ୟ ବିବାହ ବନ୍ଦ୍ କରିବାକୁ ପି ପି ଟି ମାଧ୍ୟମରେ ଜଣାଇଥିବା ବେଳେ ଜିଲ୍ଲା ଶିଶୁ ଶିଶୁ ସୁରକ୍ଷା ୟୁନିଟ ତରଫରୁ ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ଓ ଆଇନଗତ ଦିଗ ଉପରେ ବୁଝାଇ କହିଥିଲେ। କିପରି ସମସ୍ତ ଶିଶୁ କନ୍ୟାଙ୍କୁ ସମାନ ଅଧିକାର ଦେଇ ବାଲ୍ୟ ବିବାହ, ଲୀଙ୍ଗଗତ ବୈସ୍ୟମ୍ୟତ।କୁ ଦୂର କରିବାକୁ ବୁଝାଇ କହିଥିଲେ।ସିଦିପିଓ,ସୁପର ଭାଈଜର ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ଅରୁଣ ଖୁଆଶ ଧନ୍ୟବାଦ୍ ଅର୍ପାନ କରି ସେବା ଶେଷ କରିଥିଲେ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ  ଙ୍କ ରିପୋର୍ଟ୍ 

Related posts

ବିଷ ଖାଇ ଯୁବକ ମୃତ; କାରଣ ଅସ୍ପଷ୍ଟ 

ଉଲ୍ଲେଖନୀୟ ପ୍ରଦର୍ଶନକୁ ସମ୍ମାନ ଜଣାଇ ରାୟଗଡା ଜିଲ୍ଲାକୁ ଆର୍ଥିକ ଅନୁଦାନ ୫ କୋଟି ପ୍ରଦାନ କରିଛନ୍ତି ନୀତିଆୟୋଗ 

masiha

ସଡ଼କ ଦୁର୍ଘଟଣା ,4 ବର୍ଷ ର ଶିଶୁ ମୃତ , ତିନି ଗୁରୁତର ,ନୂଆପଡା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର

Sunil Chandra Nayak

Leave a Comment

error: Content is protected !!