ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାବୀ ପୂରଣ ନେଇ ଅଙ୍ଗନବାଡି କର୍ମୀ ଆନ୍ଦୋଳନ ୩୧ ଦିନରେ ପହଞ୍ଚିଲା

ଦିର୍ଘ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ସାରା ରାଜ୍ୟର ବିଭିନ୍ନ ବ୍ଲକ, ଜିଲ୍ଲା ଏବଂ ରାଜଧାନୀ ଭୁବନେଶ୍ଵର ଠାରେ ୮ ଦଫା ଦାବି ନେଇ ଅଙ୍ଗନବାଡ଼ି କର୍ମୀ ମାନଙ୍କ ପକ୍ଷରୁ ଆନ୍ଦୋଳନ ଚାଲିଥିବା ବେଳେ ଫୁଲବାଣୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡ଼ି କର୍ମୀ ମାନଙ୍କ ଦ୍ବାରା ଚାଲିଥିବା ଆନ୍ଦୋଳନ ମଧ୍ୟ ଆଜିକୁ ୩୧ ଦିନରେ ପହଞ୍ଚିଛି । ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ କନ୍ଧମାଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲା ସଭାପତି ଗୋଲକ ବିହାରୀ କହଁର , କନ୍ଧମାଳ ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ନାରାୟଣ କର୍ମୀ , ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ସାହୁ (ଟିକୁ) ଆନ୍ଦୋଳନରତ ଅଙ୍ଗନବାଡ଼ି କର୍ମୀ ମାନଙ୍କ ଆନ୍ଦୋଳନରେ ସାମିଲ ହୋଇ ତାଙ୍କ ସମର୍ଥନ ଉଦ୍ଦେଶ୍ୟରେ ବକ୍ତବ୍ୟ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ରାଜକିଶୋର ପ୍ରଧାନ, ଗୋଲକ ମଲିକ, ଗୋଲକ ପ୍ରଧାନ, ଶୁଶିଲ କହଁର, ବିରେନ୍ଦ୍ର କହଁର , ଅରବିନ୍ଦ ପଟ୍ଟନାୟକ, ଦେବାଶିଷ ସାହାଣୀ ପ୍ରମୁଖ ସାମିଲ୍ ହୋଇଥିଲେ ‌।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ବ୍ରଜରାଜ ସିଂହ ଦେବଙ୍କ ଜୟନ୍ତୀ ସମାରୋହ

Sunil Chandra Nayak

ରାଇରଙ୍ଗପୁରରେ ଜିଲ୍ଲା ଦାବି ନେଇ ଆସନ୍ତା ଏପ୍ରିଲ ୧୦ ରେ ବାମନଘାଟି ଉପଖଣ୍ଡରେ ବାରଘଣ୍ଟିଆ ବନ୍ଦ ନେଇ ପ୍ରସ୍ତୁତି ବୈଠକ

Sunil Chandra Nayak

ସିନାପାଲି ଜୟ ଜଗନ୍ନାଥ ସାମ୍ବାଦିକ ସଂଘରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ଦେଶପ୍ରେମ ଓ ଜାତୀୟତାର ଭାବନାରେ ଉତ୍ସବମୁଖର ସାମ୍ବାଦିକ ସଂଘ ପରିସର

Sunil Chandra Nayak

Leave a Comment

error: Content is protected !!