ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାବୀ ପୂରଣ ନେଇ ଅଙ୍ଗନବାଡି କର୍ମୀ ଆନ୍ଦୋଳନ ୩୧ ଦିନରେ ପହଞ୍ଚିଲା

ଦିର୍ଘ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ସାରା ରାଜ୍ୟର ବିଭିନ୍ନ ବ୍ଲକ, ଜିଲ୍ଲା ଏବଂ ରାଜଧାନୀ ଭୁବନେଶ୍ଵର ଠାରେ ୮ ଦଫା ଦାବି ନେଇ ଅଙ୍ଗନବାଡ଼ି କର୍ମୀ ମାନଙ୍କ ପକ୍ଷରୁ ଆନ୍ଦୋଳନ ଚାଲିଥିବା ବେଳେ ଫୁଲବାଣୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡ଼ି କର୍ମୀ ମାନଙ୍କ ଦ୍ବାରା ଚାଲିଥିବା ଆନ୍ଦୋଳନ ମଧ୍ୟ ଆଜିକୁ ୩୧ ଦିନରେ ପହଞ୍ଚିଛି । ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ କନ୍ଧମାଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲା ସଭାପତି ଗୋଲକ ବିହାରୀ କହଁର , କନ୍ଧମାଳ ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ନାରାୟଣ କର୍ମୀ , ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ସାହୁ (ଟିକୁ) ଆନ୍ଦୋଳନରତ ଅଙ୍ଗନବାଡ଼ି କର୍ମୀ ମାନଙ୍କ ଆନ୍ଦୋଳନରେ ସାମିଲ ହୋଇ ତାଙ୍କ ସମର୍ଥନ ଉଦ୍ଦେଶ୍ୟରେ ବକ୍ତବ୍ୟ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ରାଜକିଶୋର ପ୍ରଧାନ, ଗୋଲକ ମଲିକ, ଗୋଲକ ପ୍ରଧାନ, ଶୁଶିଲ କହଁର, ବିରେନ୍ଦ୍ର କହଁର , ଅରବିନ୍ଦ ପଟ୍ଟନାୟକ, ଦେବାଶିଷ ସାହାଣୀ ପ୍ରମୁଖ ସାମିଲ୍ ହୋଇଥିଲେ ‌।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ବିଭିନ୍ନ ପଞ୍ଚାୟତରେ ଉନ୍ନତି ମୂଳକ କାର୍ଯ୍ୟ ପରିଦର୍ଶନ ଓ ତଦାରଖ କରି ଚର୍ଚ୍ଚାରେ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା

“ନବ ଭାରତ ସାକ୍ଷର ଟ୍ରେନିଂ କାର୍ଯ୍ୟକ୍ରମ” 

Sunil Chandra Nayak

ଦାବି ପୁରଣ ସକାଶେ ଚତୁର୍ଥ ଶ୍ରେଣୀ କର୍ମଚାରିଙ୍କ ବୈଠକ

Sunil Chandra Nayak

Leave a Comment

error: Content is protected !!