ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଧର୍ମଗଡ଼ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ ତମ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳୀ

ଧର୍ମଗଡ଼ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ ତମ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳୀ

ଧର୍ମଗଡ ନିର୍ବାଚନ ମଣ୍ଡଳୀ ର ବୋଡ଼େନ ଠାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୯ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି।

କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳର ଉପ ସଭାପତି ଥବିର ପ୍ରସାଦ ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ରାଜ୍ୟ ସାଧାରଣ ସଂପାଦକ ପୁଷ୍ପେନ୍ଦ୍ର ସିଂହଦେଓ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଜ୍ୟ ସମ୍ପାଦିକା ସୁଶ୍ରୀ ହୀରା ବାଗ,ଜିଲ୍ଲା ସାଧାରଣ ସମ୍ପାଦକ ରାଜୁ ଅଗ୍ରୱାଲ ଓ ଧର୍ମଗଡ ବ୍ଲକ ସଭାପତି ଡାକେ ଲହଜଲ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ

ଓଡ଼ିଶାର ଗୌରବ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିଥଲେ ଏଵଂ ତାଙ୍କର ନୈତିକ ଆଦର୍ଶ, ବଳିଷ୍ଠ ନେତୃତ୍ୱ ଏବଂ ସୁଶାସନ ପାଇଁ ସେ ସଦା ସର୍ବଦା ପ୍ରତ୍ୟକ ଓଡ଼ିଆଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ପ୍ରକାଶ କରିଥିଲେ।

ଏହି ନିର୍ବାଚନ ମଣ୍ଡଳୀ ସ୍ତରୀୟ କାର୍ଯ୍ୟକ୍ରମରେ କଲମପୁର ବ୍ଲକ ସଭାପତି ଅଭି ବାଗ, କୋକସରା ବ୍ଲକ ସଭାପତି ସୁଶାନ୍ତ ବେହେରା, ଧର୍ମଗଡ ମହିଳା ସଭାନେତ୍ରୀ ମମତା ଗୋପାଳ, କଲମପୁର ସଭାନେତ୍ରୀ ମଧୁ ଛନ୍ଦା, ଜିଲ୍ଲା ସମ୍ପାଦକ ରାଜେନ୍ଦ୍ର ନାଏକ, ପ୍ରଶାନ୍ତ ତିୱାରୀ, ବେଣୁ ନାଏକ, ପଞ୍ଚକ ପୋଡ, ଜିଲ୍ଲା ପରିଷଦ ସଭ୍ୟ ଗୋପୀ ମହାନନ୍ଦ ଶଙ୍କର ଜୁଏଡ, ଭବେଶ ଗଏନ୍ତା,ହେମନ୍ତ ମାଝୀ,ନିବେଦିତା ହଂସ ଦୁହିତା ମାଝୀ, ବୈଜୟନ୍ତୀ ପୁଝାରୀ, ରତନ ନାଏକ, ରାଜେନ୍ଦ୍ର ଭୋଇ, ଯୁବ ନେତା ଭବାନୀ ବଣିଆ ସମେତ ବିଜେଡିର ବହୁ ନେତା ସାମିଲ ହୋଇ ବିଜୁ ବାବୁଙ୍କ ଅବଦାନକୁ ସ୍ମରଣ କରିଥିଲେ। ବରିଷ୍ଟ ଆଇନଜିବୀ ରାଜେନ୍ଦ୍ର ମୁନି ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ପ୍ରଣବ ଭଏଁସାଲ ଧନ୍ୟବାଦ୍ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ…

Related posts

ମଣିପୁର ହିଂସା ଓ ମହିଳା ମାନଙ୍କ ଉପରେ ବିଭତ୍ସ ଓ ବର୍ବର ଆକ୍ରମଣ ରୋକିବାରେ ବିଫଳ ବିଜେପି ସରକାର , ବରଖାସ୍ତ ଦାବିରେ ସି ଆଇ ଟି ୟୁ, କୃଷକ ସଭା ଓ କ୍ଷେତ ମଜଦୂର ୟୁନିୟନ ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ

Sunil Chandra Nayak

ବିଜେଡିର 26 ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଜଗତସିଂହପୁର ଜିଲ୍ଲାରେ ବିଶାଳ ସମାବେଶ

Sunil Chandra Nayak

ଗୋଲାମୁଣ୍ଡା ଗ୍ରାମର ୧୧ ଜଣ ଯୁବକ ବିଜେପିରେ ସାମିଲ: ସଙ୍ଗଠନ ହେଲା ମଜବୁତ

Leave a Comment

error: Content is protected !!