ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବଲାଙ୍ଗିରରେ ଓଡିଶା ରାଜ୍ୟ ସିନିଅର ବ୍ୟାଡମିନ୍ଟନ ପ୍ରତିଯୋଗିତା

୧୩ରୁ ମିନି ଓ ସବଜୁନିଅର , ୧୫ରୁ ରାଜ୍ୟ ସିନିଅର ବ୍ୟାଡମିନ୍ଟନ ଚମ୍ପିଆନସିପ

ସାରା ରାଜ୍ୟରୁ ଭାଗ ନେବେ ୩୫୦ ପ୍ରତିଯୋଗୀ

ବଲାଙ୍ଗିର, ତା୧୧/୦୧- ଗତ ଅକ୍ଟୋବର ମାସରେ ବାଲାଙ୍ଗିର ପିଆର ହାଇସ୍କୁଲ ଷ୍ଟାଡିଅମରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସବଜୁନିଅର ପ୍ରତିଯୋଗିତାର ବିଶେଷ ସଫଳତା ପରେ ପୁଣି ରାଜ୍ୟ ବ୍ୟାଡମିନ୍ଟନ ପ୍ରତିଯୋଗିତା ବାଲାଙ୍ଗିରକୁ ଫେରିଛି । ଭାରତୀୟ ତଥା ରାଜ୍ୟ ବ୍ୟାଡମିନ୍ଟନ ସଂଘର ଅନୁମୋଦନ ଦ୍ୱାରା ପିଆର ହାଇସ୍କୁଲ ଇନଡୋର ବ୍ୟାଡମିନ୍ଟନ ଷ୍ଟାଡିଅମ ଠାରେ ଜିଲ୍ଲା ବ୍ୟାଡମିନ୍ଟନ ସଂଘର ଆନୁକୁଲ୍ୟରେ ଆସନ୍ତା ଜାନୁଆରି ୧୩ରୁ ମିନି ଓ ସବଜୁନିଅର ବିଭାଗର ର‌୍ୟାଙ୍କିଂ ପ୍ରତିଯୋଗିତା ଆରମ୍ଭ ହେଉଥିବାବେଳେ ୧୫ ତାରିଖରୁ ଓଡିଶା ରାଜ୍ୟ ସିନିଅର ଚମ୍ପିଆନସିପ୍ ଅନୁଷ୍ଠିତ ହେବ । ଏଥିରେ ସାରା ରାଜ୍ୟରୁ ପ୍ରାୟ ୩୫୦ ପ୍ରତିଯୋଗୀ ଭାଗ ନେବେ, ଯାହାକୁ ବଲାଙ୍ଗିରବାସୀ ତଥା ବ୍ୟାଡମିନ୍ଟନ ପ୍ରେମୀ ନିଶୁକ୍ଳରେ ଉପଭୋଗ କରି ପ।।ରିବେ ବୋଲି ଜିଲ୍ଲା ବ୍ୟାଡମିନ୍ଟନ ସଂଘ ପକ୍ଷରୁ ଇନଡୋର ଷ୍ଟାଡିଅମରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିଯୋଗିତାର ସାଂଗଠନିକ ସଂପାଦକ ସୁରୁଲାଲ ମଟାରୀ ସୁଚନା ଦେଇଛନ୍ତି । 

ସେ ଆହୁରି ସୁଚନା ଦେଇଛନ୍ତି ଯେ, ବଲାଙ୍ଗିରରେ ଓଡିଶା ରାଜ୍ୟ ସିନିଅର ବ୍ୟାଡମିନ୍ଟନ ଚମ୍ପିଆନସିପ ର ଆୟୋଜନ ବଲାଙ୍ଗିର ପାଇଁ ପ୍ରଥମ । ସାରା ରାଜ୍ୟରୁ ୨୦୦ ବଛା ବଛା ଖେଳାଳି ଏଥିରେ ଭାଗ ନେବେ । ତେଣୁ ପ୍ରତ୍ୟେକ ମ୍ୟାଚ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି । ଯାହା ଆମ ଅଂଚଳର ଖେଳାଳି ତଥା ବ୍ୟାଡମିନ୍ଟନ ପ୍ରେମୀଙ୍କୁ ନୁତନ ଖେଳ କୌଶଳ ଜାଣିବା ପାଇଁ ଖୋରାକ ଯୋଗାଇବ । ଉଭୟ ପୁରୁଷ ଓ ମହିଳା ବର୍ଗର ଖେଳାଳିମାନଙ୍କ ରହିବା ଓ ଖାଇବାର ସୁବନ୍ଦୋବସ୍ତ କରାଯାଇଛି । ବିଜୟ କୁମାର ବାଗ ସିନିଅର ଚମ୍ପିଆନସିପ୍ ର ଚିଫ୍ ରେଫରି ଓ ମ୍ୟାଚ କନ୍ଟ୍ରଲୋର ରହିବେ । ସେହିପରି ୧୩ ତାରିଖରୁ ଓଡିଶା ରାଜ୍ୟ ୯ , ୧୧ ବର୍ଷ ବର୍ଗ ପାଇଁ ମିନି ଓ ୧୫ ଓ ୧୭ ବର୍ଷ ବର୍ଗ ପାଇଁ ସବ ଜୁନିଅର ର‌୍ୟାଙ୍କିଂ ପ୍ରତିଯୋଗିତା ହେବ । ଏଥିରେ ସାରା ରାଜ୍ୟରୁ ପ୍ରାୟ ୧୫୦ ପ୍ରତିଯୋଗି ଭାଗ ନେବାର ସୁଚନା ରହିଛି । ଲକ୍ଷପତି ନନ୍ଦ ଓ ଜୟନ୍ତ ମିଶ୍ର ଏହି ପ୍ରତିଯୋଗିତାର ରେଫରି ତଥା ମ୍ୟାଚ କନ୍ଟୋଲର ଦାଇତ୍ୱ ତୁଲାଇବେ ବୋଲି ଶ୍ରୀ ମଟାରୀ ପ୍ରକାଶ କରିଛନ୍ତି । ଆଜିର ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଘ ସଭାପତି ଗୋପାଲ ପଣ୍ଡା, ଉପ ସଭାପତି ପବିତ୍ର ବେହେରା, ବରିଷ୍ଠ ସଭ୍ୟ, ଉପଦେଷ୍ଟା ବିରେନ୍ଦ୍ର ମିଶ୍ର, ଜୋନାଲ କୋଡିନେଟର ଦେବାଶିଷ ମିଶ୍ର, ଭେନ୍ୟୁ ଇନଚାର୍ଜ ଅନନ୍ତ ବେହେରା ଓ ଫୁଡ୍ ଏକୋମୋଡାସନ ଇନଚାର୍ଜ ମାନସ ମହାନ୍ତି ମଞ୍ଚାସିନ ଥିଲେ ।

ବଲାଙ୍ଗିର ରୁ ଶରତ ଚନ୍ଦ୍ର ମିଶ୍ର ଙ୍କ ରିପୋର୍ଟ୍ 

Related posts

ଡୋଭା ଗ୍ରାମରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା 

Sunil Chandra Nayak

ନେଗିଗୁଡା ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସଵ ଉଦଯାପିତ

Sunil Chandra Nayak

ପ୍ରଥମ ତମ ପ୍ରଜ୍ଞା ମେମୋରିଆଲ ରାଜ୍ୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!