ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଟୋକିମରା ପର୍ଵ ପାଇଁ ଗୁଡ଼ି ଚଢା ଓ ଗଣ୍ଠି ବନ୍ଧା ପୂଜାର୍ଚ୍ଚନା ଅନୁଷ୍ଠିତ 

ଟୋକିମରା ପର୍ଵ ପାଇଁ ଗୁଡ଼ି ଚଢା ଓ ଗଣ୍ଠି ବନ୍ଧା ପୂଜାର୍ଚ୍ଚନା ଅନୁଷ୍ଠିତ 

ଜୁନାଗଡ଼,୯/୧୨(ମ ନିସ )କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଦାସିଗାଁ ପଞ୍ଚାୟତ ବାନ୍ଧନପଲା ଠାରେ ଆସନ୍ତା ଜାନୁଆରୀ ମାସ ୧୨ ତାରିଖ ଦିନ  ଆଦିବାସୀ ସମ୍ପ୍ରଦାୟର ଟୋକିମରା ପର୍ଵ ଅନୁଷ୍ଠିତ ହେବ। ଏ ନେଇ ଆଜି ବାନ୍ଧନପଲା ଠାରେ ରୀତିନୀତି ପରମ୍ପରା ଅନୁଯାୟୀ ଗୁଡ଼ିଚଢା ଓ ଗଣ୍ଠି ବନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଆଦିବାସୀ ଗ୍ରାମର ପୂଜାରୀ ଓ ଯାନୀ ୧୮ଟି ଗ୍ରାମର ଲୋକେ ଉପସ୍ଥିତ ହୋଇଥିଲେ, ବଙ୍କାପଳା, ଦାସିଗାଁ,ତାଲପଦର,ତଳ ବାନନ୍ଦପଲା,ମୁଣ୍ଡି ଛୁଆଁ,ଭଟାପଡା, ସମାପଳା, ଗୁର୍ଜିଗୁଡା, ଚୋର ଖସିଗୁଡା, କନ୍ଦ୍ରୀପଦର,କଳମପୁର ବ୍ଲକ ଓ ଥୁଆମୂଳ ରାମପୁର ବ୍ଲକ ଓ ଜୁନାଗଡ଼ ବ୍ଲକ ର କିଛି ଗ୍ରାମର ଯାନୀ ଓ ପୂଜାରୀ ଗ୍ରାମ ବାସି ସହିତ ଗୁଡ଼ି ଚଢ଼ୀବା ପାଇଁ ଆସିଥିଲେ!  ଏଥିରେ ଉପସ୍ଥିତ ଥିଲେ ଗୌନ୍ତିଆ ଦିପ୍ତିରଞ୍ଜନ ପ୍ରହରାଜ, ନାରାୟଣ ପାଢ଼ୀ,ଶ୍ରୀପ୍ରକାଶ ପ୍ରହରାଜ, ସମିତି ସୌମେନ୍ଦ୍ର ମୁଣ୍ଡ, ଭୁବନ ପ୍ରହରାଜ,ରୋହିତ ବାଗ,ସମ୍ପାଦକ ଜ୍ୟୋତି ସିଂ ମାଝୀ, ସଭାପତି ଚକ୍ରଧର ବେହେରା, ଭବାନୀ କଙ୍କିରିଆ,ଦିନ ନାଗ, ଦଶରଥ ମାଝୀ,ଜୟନ୍ତ ମାଝୀ,ରଜନୀକାନ୍ତ ବେହେରା, ଧୋବଳୁ ସିଂ ମାଝୀ, ଭୋଳା ସିଂ ମାଝୀ, ବିସିକେଶନ ନାଗ, ସୁରେଶ ଚନ୍ଦ୍ର ବଗର୍ତି, ରାଧା ମହନ ବୋକୁଳ,ଯଦୁ ମଣି ଲହଜଳ,ତଥା ଅନେକ ଗ୍ରାମର ଲୋକେ ଉପସ୍ଥିତ ରହିଥିଲେ!

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଗାନ୍ଧୀନଗରରେ ଶ୍ରୀ ଗଣେଶ ପୂଜା 

masiha

ଆଜି ଆରମ୍ଭ ହେଲା କାମନା ଦଣ୍ଡ ଯାତ୍ରା

Sunil Chandra Nayak

ମନ ମୋହୁଛି ବିଶ୍ୱନାଥପୁର ଗଣେଶ ପୂଜା 

masiha

Leave a Comment

error: Content is protected !!