ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫୁଲବାଣୀ ପବ୍ଲିକ ସ୍କୁଲ ରେ ବାର୍ଷିକ ଉତ୍ସବ ୨୦୨୩ ଅନୁଷ୍ଠିତ

 ବକନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ନାରାୟଣୀ ରୋଡ଼ ସ୍ଥିତ ସୁନାମଧନ୍ୟ ସର୍ବ ପୁରାତନ ପବ୍ଲିକ ଇଂଙ୍ଗିଲିସ ମିଡ଼ିୟ ସ୍କୁଲ ପକ୍ଷରୁ ବାର୍ଷିକ ମହୋତ୍ସବ ୨୦୨୩ ବିଦ୍ୟାଳୟ ର ପ୍ରତିଷ୍ଠାତା ତଥା ଫୁଲବାଣୀ ସହରର ପ୍ରତିଷ୍ଠିତ ସମାଜସେବୀ ଶ୍ରୀ ବିପ୍ରଚରଣ ପାତ୍ର ଙ୍କର ସଭାପତିତ୍ୱରେ ପବ୍ଲିକ ସ୍କୁଲ ପରିସରରେ ତା ୧୬/୪ ଓ ୧୭/୪ ଦୁଇ ଦିନ ଧରି ବାର୍ଷିକତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିବା ବେଳେ ବିଦ୍ୟାଳୟ ର କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ସଭାପତି ଶ୍ରୀ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟ ର ପ୍ରିନ୍ସିପାଲ ଶ୍ରୀ ମନୋରଞ୍ଜନ ରଥ ବାର୍ଷିକ ବିବରଣୀ ପାଠ କରିଥିଲେ। ଉକ୍ତ ମହୋତ୍ସବ ର ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ଭାଇସ ଚାନସିଲେର ଗୀତାଞ୍ଜଳି ଦାଶ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କର ବୌଦ୍ଧିକ ଜ୍ଞାନ ର ବିକାଶ ପାଇଁ ଉପଯୁକ୍ତ ଶିକ୍ଷା ଆବଶ୍ୟକ ରହିଛି। ଉତ୍ତମ ଛାତ୍ର ଟିଏ ଗଠନ କରିବାକୁ ହେଲେ ଛାତ୍ରଛାତ୍ରୀ ଅଧ୍ୟୟନରତ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଠାରୁ ବାପା ମାଆ ଙ୍କର ଶତ ପ୍ରତିଶତ କର୍ତ୍ତବ୍ୟ ଓ ଦାୟିତ୍ୱ ରହିଛି ଆଜିର ଶିଶୁ ଭବିଷ୍ୟତ ର ନାଗରିକ ଏଥି ପ୍ରତି ଆମକୁ ଦୃଷ୍ଟି ଦେବାକୁ ହେବ ବୋଲି ମୁଖ୍ୟ ଅତିଥି ଶ୍ରୀମତି ଦାସ କହିଥିବା ବେଳେ ଅତିଥି ମାନଙ୍କଦ୍ୱାରା ବିଦ୍ୟାଳୟ ର ମୁଖପତ୍ର ମନୋସ୍ୱିନୀ ଉନ୍ମୋଚନ କରାଯାଇଥିଲା। ମୁଖ୍ୟ ବକ୍ତା ଭାବେ ଖ୍ୟାତନାମା ସମ୍ଭକାର ତଥା ସାହିତ୍ୟିକ ଅଧ୍ୟାପକ ବିଶ୍ୱରଞ୍ଜନ ଯୋଗ ଦେଇ ପବ୍ଲିକ ସ୍କୁଲ ପରିସର ରେ ସେ ଫୁଲବାଣୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଥିବା ବେଳେ ସୌନ୍ଦର୍ଯ୍ୟ ଭରା ଫୁଲବାଣୀ ରୁ ଯେଉଁ ସ୍ମୃତି ସାଉଁଟି ଥିଲେ ସେହି ଅନୁଭୂତି କୁ ନେଇ ଫୁଲବାଣୀ ର ଚିଠି ଏକ ପୁସ୍ତକ ଉନ୍ମଚନ କରିଥିଲେ। ଏହି ପୁସ୍ତକ ଉନ୍ମୋଚିତ ବେଳେ ପବ୍ଲିକ ସ୍କୁଲ ପ୍ରତିଷ୍ଠାତା ବିପ୍ରଚରଣ ପାତ୍ର ,ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ,ଆଇନଜୀବ,ବରିଷ୍ଠ ନାଗରିକ, ବରିଷ୍ଠ ସାମ୍ବାଦିକ ନଜିର ଆଖତର, ଏବଂ ସମସ୍ତ ଜିଲ୍ଲା ସାମ୍ବାଦିକ ଉପସ୍ଥିତ ଥିଲେ। ବିଦ୍ୟାଳୟ ର ବାର୍ଷିକ ଉତ୍ସବ ସନ୍ଧ୍ୟା ରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଫୁଲବାଣୀ ର ବିକାଶ ନାମରେ ଯେପରି ପ୍ରକୃତିର ସୌନ୍ଦର୍ଯ୍ୟ ନଷ୍ଟ ନ ହୁଏ। ନିଜ ପୁଅ ଝିଅକୁ ଆଦର୍ଶ ଭଲ ଛାତ୍ର ଟିଏ ହେବାକୁ ହେଲେ ମାଆ ସବୁ ସ୍ନେହ ଦେବା ସହ ବାପ ର ସ୍ଥାନ ନେଇଥାଏ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଅଲ ଇଣ୍ଡିଆ ରେଡ଼ିଓ ନିର୍ଦେଶକ ହୃଷିକେଶ ପାଣିଗ୍ରାହୀ ଏବଂ ତାଙ୍କ ଧର୍ମ ପତ୍ନୀ ସାଇକୋଲୋଜିଷ୍ଟ ତଥା ଡେପୁଟି ଡ଼ାଇରେକ୍ଟର ପ୍ରିଜନ ଏକାଡେମୀ ଓଡ଼ିଶା ସୁଦୀପ୍ତା ପାଣିଗ୍ରାହୀ ଯୋଗଦେଇ ଥିଲେ। ଶେଷରେ ବିଦ୍ୟାଳୟ ର ଭାଇସ ପ୍ରିନ୍ସିପାଲ ଧନଞ୍ଜୟ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓଡିଶୀ ନୃତ୍ୟ, ସମ୍ବଲପୁରୀ, ଦେଶାତ୍ମବୋଧକ ନୃତ୍ୟ, ଗର୍ଭା,ହିପପ,ଆଧୁନିକ ନୃତ୍ୟ ଏବଂ ସଚେତନତା ମୂଳକ ସମାଜଧର୍ମୀ ମାନଵ ସେବା ହିଁ ମାଧବ ସେବା ଓ ନିଶା ର କରାଳ ଗ୍ରାସରେ ପରିବାର ଧ୍ୱଂସ, ଇଣ୍ଟରନେଟର କୁ ପ୍ରଭାବରେ ଛାତ୍ରଛାତ୍ରୀ କବଳିତ ଭଳି ନାଟକ ପରିବେଷଣ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ ଏବଂ ରାଜ୍ୟ ସ୍ତରରେ କୃତକାର୍ଯ୍ୟ ହୋଇଥାଏ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

Waltair Division Observes “Rashtriya Ekta Diwas” to Mark Sardar Vallabhbhai Patel’s Birth Anniversary

Sunil Chandra Nayak

ନୂତନ ମନ୍ଦିରର ପ୍ରତିଷ୍ଠା ଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ଓ ପୂଣ୍ଣାହୁତି 

masiha

ଡ଼ାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଶ୍ଵ ପ୍ରାଥମିକ ପ୍ରତିବିଧାନ ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!