ଭବାନିପାଟଣା ତା ୬.୩.୨୦୨୩:ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ଜିଲ୍ଲା ପ୍ରଶାସନ କଳାହାଣ୍ଡି ର ସହଯୋଗରେ ସ୍ଥାନୀୟ ଇ.ଟି.ସି ପଡିଆ ଏବଂ ଟାଉନ ହଲ ଭବାନୀପାଟଣା ଠାରେ ମାର୍ଚ୍ଚ ୫ ତାରିଖ ଠାରୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଉଦ୍ୟୋଗୀ ସପ୍ତାହ ପାଳନ ହେଉଅଛି । ଏହି ଅବସରରେ ଆଜି ଟାଉନ ହଲରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି . ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର , ଅନ୍ୟତମ ଅତିଥି ରୂପେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂ ଦେଓ , କଳାହାଣ୍ଡି ଜିଲ୍ଲାପାଳ ଶ୍ରୀମତୀ ପି . ଅନ୍ଵେଷା ରେଡ୍ଡୀ , ସାଧାରଣ ପରିଚାଳକ ଜିଲ୍ଲା ଶିଳ୍ପ କେନ୍ଦ୍ର , ଶ୍ରୀ ଦୀପକ ଅଗ୍ରୱାଲ , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଯାମି ସୂର୍ଯ୍ୟ ରାଓ , ଉଦ୍ୟାନ କୃଷି ଉପ ନିର୍ଦେଶକ ଶ୍ରୀ କିଶୋର ମହାଲିଙ୍ଗ ଯୋଗଦାନ କରିଥିଲେ । ମୁଖ୍ୟ ଅତିିଥି ଶ୍ରୀ ସୁଜିତ୍ କୁମାର ଓ ଅନ୍ୟ ଅତିଥି ମାନେ କଳାହାଣ୍ଡିରେ କୃଷି ଓ ଉଦ୍ୟାନ ଭିତ୍ତିକ ଉଦ୍ୟୋଗ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ଵାରା ଉଦ୍ୟୋଗ, ମତ୍ସ୍ୟ, ଛତୁ ସମ୍ପର୍କିତ ,ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅଂଶୀଦାର ହୋଇ ଉଦ୍ୟୋଗ, ପର୍ଯ୍ୟଟନ ସ୍ଥଳୀ ରେ ରିଶୋର୍ଟ, ଏମ ଏସ ଏମ ଇ ରେ ଶିଳ୍ପ ସହ ସ୍ଥାନୀୟ ନିଯୁକ୍ତି ଉପରେ ଗୁରୁତ୍ବ ଦେଇ ସରକାରଙ୍କ ବିଭିନ୍ନ ସ୍କିମ୍ ରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଆହ୍ବାନ କରିଥିଲେ।
ଶ୍ରୀ ରାଜନ ବାବୁ , ବି. ଆର . ଡ଼ି . ଏ ହେଡ଼ , ବେଦାନ୍ତ ଆଲୁମିନା , ଶ୍ରୀ ସଂଜୀବ ସିଂହା , ବରିଷ୍ଠ କ୍ଷେତ୍ରୀୟ ପ୍ରବନ୍ଧକ , ଇଣ୍ଡିଆନ ପୋଟାସ ଲିମିଟେଡ଼ , ଶ୍ରୀ ଭୋଳା ଶଙ୍କର ଧରୁଆ , ଜିଲ୍ଲା ସଂଯୋଜକ ଆପିକାଲ , କଳାହାଣ୍ଡି , ଶ୍ରୀ ସୁଦାମ ଦେହୁରୀ , ଜିଲ୍ଲା ହସ୍ତଶିଳ୍ପ ବିଭାଗ , ଶ୍ରୀ ଧ୍ରୁବ ପ୍ରସାଦ ସିଂ , ମୁଖ୍ୟ ପ୍ରବନ୍ଧକ , ଅଗ୍ରଣୀ ବ୍ୟାଙ୍କ , କଳାହାଣ୍ଡି ଓ ସି. ଟି. ଟି. ସି. ଭବାନୀପାଟଣା ରୁ ଆସିଥିବା ଅଭିଜିତ କୁମାର ସାହୁ ବିଭାଗର ବିଭିନ୍ନ ଯୋଜନା , କାର୍ଯ୍ୟକ୍ରମ ଓ ଏହାକୁ ବିନିଯୋଗ କରି ଉଦ୍ୟୋଗୀ ମାନେ କିପରି ସଫଳ ହୋଇ ପାରିବେ ସେ ସମ୍ପର୍କ ରେ ଆଲୋଚନା କରିଥିଲେ . ଏହି ଉତ୍ସବ ରେ କଳାହାଣ୍ଡି ର ବିଭିନ୍ନ ଉଦ୍ୟୋଗୀ , ଏସ . ଏଚ . ଜି , ଡି ଆଇ ପି ଆର୍ ଓ ,ଅନ୍ୟ ସରକାରୀ ଅଧିକାରୀ ,ଗଣମାଧ୍ୟମ ପ୍ରତିନିଧି ତଥା ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ ।
ଆଲୋଚନା ଚକ୍ର ପରେ ସମ୍ମାନନୀୟ ଅତିଥି ମାନେ ପ୍ରଦର୍ଶନୀ ପରିକ୍ରମା କରିଥିଲେ ଓ ଉଦ୍ୟୋଗୀ ମାନଙ୍କ ସହ ଆଲୋଚନା କରିଥିଲେ ।ଏହି ପ୍ରଦର୍ଶନୀ ପଡିଆ ରେ ୪୦ ଟି ଏମ ଏସ ଏମ ଇ ଏବଂ ଏସ୍ ଏଚ ଜି ଦ୍ଵାରା ବିଭିନ୍ନ ଉଦ୍ୟୋଗିକ ଷ୍ଟଲ୍ ଖୋଲାଯାଇଥିଲା।ଏହି ପ୍ରଦର୍ଶନୀ ମେଳା ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ୯ ତାରିଖ ଦିନ ଟାଉନ ହଲ ଠାରେ ଅନ୍ୟ ଏକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ କରାଯିବ ଓ ଶିଳ୍ପୋଦ୍ୟୋଗୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ।