ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ନନ୍ଦିନୀ ରାଉତ ଙ୍କ କବିତା = ମୋ ନିକିମାମାର ଜନ୍ମଦିନ ପାଇଁ

ମୋ ନିକିମାମାର

          ଜନ୍ମଦିନ ପାଇଁ

      ନନ୍ଦିନୀ ରାଉତ

ତୁ ତ ଝିଅ ନୁହଁ ମୋର ହୀରାଟିଏ
     ତୋତେ ଚାହିଁଦେଲେ ଦୁଃଖ ଘୁଞ୍ଚିଯାଏ।
ମୋର ପ୍ରାଣର ପ୍ରତିମା ଅଟୁ ତୁହି
    ଦିନଯାଏ ବିତି ତୋର ମୁହଁ ଚାହିଁ।
ଟିକି ଦୁନିଆରେ ତୁ ମୋ ରାଜରାଣୀ
     ତୁ ତ ଅଟୁ ଆମପାଇଁ ସୁନାଖଣି।
ମୋର ଅଗଣା ହସୁଛି ତୋର ପାଇଁ
     ବିନା ଘୁଙ୍ଗୁରରେ ଶବ୍ଦ ଶୁଭୁଥାଇ।
ଆମ ପରିବାରେ ତୁ ହସ କୁଳେଇ
     ସ୍ବପ୍ନ ସାଗରରେ ଦେଉ ତୁ ବୁଲେଇ।
ମୋର ଜୀବନ ବୀଣାର ତୁ ଝଙ୍କାର
    ମୋର ଶବ୍ଦସାଗରରେ ଅଳଙ୍କାର।
ତୋର ଚାନ୍ଦମୁହଁ ସତେ ନଭ ଚାନ୍ଦ
     ତୋର ଚାଲିରୁ ଝରଇ ମକରନ୍ଦ।
ସର୍ଵମଙ୍ଗଳେ ରଖନ୍ତୁ ଜଗନ୍ନାଥ
    ଗୁରୁଜନ ଦେବେ ଆଶୀର୍ବାଦ ହାତ।
ମୋର ଆୟୁଷ ନେଇ ତୁ ବଢୁ ଥାଆ
     ସର୍ଵ ଦେବ ଦେବୀ ହ୍ବନ୍ତୁ ତୋର ସାହା।
ବିଦ୍ୟା ଯଶବଳ ହେଉ ତୋ ପ୍ରବଳ
     ତୋତେ ସାହା ହୋଇଥାନ୍ତୁ ଆଦିମୂଳ।
ତୋର ଜନମ ଦିନ ମୁଁ ପାଳୁଥାଏ
    ତୋର ହସଖୁସି ଦେଖି ଦିନ ନିଏ।

          ଅନୁଗୋଳ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା l l ଜଣାଣ l l

Sunil Chandra Nayak

ଦେବୀ ପ୍ରସାଦ ମିଶ୍ର ଙ୍କ କବିତା = ଗୋଟିଏ ସନେଟ୍ ନାରୀ ପାଇଁ

Sunil Chandra Nayak

ସୁଜାତା ଦାସ  ଙ୍କ କବିତା// କିଛି ବ୍ୟଥା କିଛି କଥା 

Sunil Chandra Nayak

Leave a Comment

error: Content is protected !!