ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ମେଡିକାଲ ରେ ଡାକ୍ତର୍ ନିଯୁକ୍ତି କୁ ନେଇ ଜିଲ୍ଲା ପାଲ ଙ୍କୁ ଦାବିପତ୍ର

ଜୁନାଗଡ଼ ମେଡିକାଲ ରେ ଡାକ୍ତର୍ ନିଯୁକ୍ତି କୁ ନେଇ ଜିଲ୍ଲା ପାଲ ଙ୍କୁ ଦାବିପତ୍ର

ଜୁନାଗଡ଼,୧୯/୧୦(ମ ନି ସ)ଜୁନାଗଡ ଗୋଷ୍ଠୀ ସ୍ଵସ୍ଥ୍ଯ କେନ୍ଦ୍ର ରେ ଡାକ୍ତର୍ ନିଯୁକ୍ତି ଦାବି ନେଇ ଜୁନାଗଡ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କଳାହାଣ୍ଡି ଜିଲ୍ଲା ପାଲ ଙ୍କୁ ଦାବିପତ୍ର ଦିଆଯାଇଛି l ମିଲିତ କ୍ରିୟାନୁଷ୍ଠାନ କମିଟୀ ତଥା ସଚେତନତ ସଂଗ୍ରାମ ସମିତି ର କର୍ମ କର୍ତ୍ତା ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଦୀର୍ଘ ଦିନ ରୁ ଡାକ୍ତର ପଦବି ଖାଲି ଥିବା ରୁ ଏହା ପୁରଣ ନେଇ ସରକାର ଠାରେ ଦାବି ରଖିଥିଲେ ,ସରକାର ଅତିଶିଘ୍ର ଏହାପୁରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ନିକଟ ରେ ଓଡିଶା ସ୍ଵସ୍ଥ୍ଯ ବିଭାଗ ପକ୍ଷ୍ୟରୁ କଳାହାଣ୍ଡି ର ବିଭିନ୍ନ ଡାକ୍ତରଖାନା ରେ ବିଭିନ୍ନ ଡାକ୍ତରୀ ପଦ ପୁରଣ୍ ହୋଇଛି। l ହେଲେ ଜୁନାଗଡ଼ ଡାକ୍ତର ଖାନାରେ ଏହି ଡାକ୍ତରୀ ପଦ ପୁରଣ୍ ପାଇଁ ଉପେକ୍ଷା କରାଯାଇଥିବା ସୂଚନା ମିଳିଛି l ଏଥିନେଇ ଜୁନାଗଡ ମିଳିତ କ୍ରିୟାନୁଷ୍ଠାନ କମିଟି ଏବ୍ଂ ସ୍ତାନୀୟ ଜନସାଧାରଣ କ୍ଷୋଭ ପ୍ରକାଶ କରିବା ସହ ପ୍ରତିକ୍ରିୟା ଶିଳ ହୋଇଛନ୍ତି l ଏଥିନେଇ ଆଜି ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଜୁନାଗଡ ଗୋଷ୍ଠୀ ସ୍ଵସ୍ଥ୍ଯ କେନ୍ଦ୍ର ଠାରେ ଆବଶ୍ୟକୀୟ ଡାକ୍ତର ନିଯୁକ୍ତି ନେଇ କଳାହାଣ୍ଡି ଜିଲ୍ଲା ପାଲ ଙ୍କୁ ଏକ ଦାବିପତ୍ର ଦିଆଯାଇଛି l ଏଥିରେ ଦର୍ଶା ଯାଇଚି ଯେ ଜୁନାଗଡ ଗୋଷ୍ଠୀ ସ୍ଵସ୍ଥ୍ଯ କେନ୍ଦ୍ର ଉପରେ ଧର୍ମଗଡ଼ ଉପଖଣ୍ଡ ର ଅର୍ଦ୍ଧାଧିକ ଲୋକେ ନିର୍ଭର କରୁଥିବା ବେଳେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ରେ ମେଡ଼ିସିନ୍ ସ୍ପେଶାଲିଷ୍ଟ ନିଯୁକ୍ତି ସହ ଅସ୍ତ୍ରୋପଚାର ସ୍ପେଶାଲିଷ୍ଟ ଡାଃ ପ୍ରହଲାଦ ନାଏକ ଙ୍କୁ ପୁଣି ଥରେ ଜୁନାଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାକୁ ଦାବି କରାଯାଇଛି l ଏହି ଦାବି ଯଦି ଶୀଘ୍ର ପୂରଣ ନହୁଏ ତାହାହେଲେ ମିଳିତ କ୍ରିୟାନୁଷ୍ଠାନ କମିଟି ପୁଣି ଥରେ ରାଜରାସ୍ତା କୁ ଓହ୍ଲାଇବ ବୋଲି ଚରମ ଚେତାବନୀ ଦେଇଛନ୍ତି l କ୍ରିୟାନୁଷ୍ଠାନ କମିଟି ର ଆବାହକ ହିମାଂଶୁ ଶେଖର ବରାଡ଼, ପ୍ରଭାତ ଦାସ ଓ ସଂଯୋଜକ ତଥା ନଗର୍ ପାଲ ମୁକେଶ ଅଗ୍ରୱାଲ୍ , ସଚେତନ ସଂଗ୍ରାମ ସମିତି ର ଆବାହକ ରଶ୍ମି ରଞ୍ଜନ ନାଏକଏବଂ ଅନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ରହିଏହି ଦାବିପତ୍ର ପ୍ରଦାନ କରିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷୀତି ଙ୍କ ରିପୋର୍ଟ୍ 

Related posts

ପ୍ରତ୍ୟେକ ଶିଶୁ ବିବାହ ଓ ଶିଶୁ ଶ୍ରମିକ ଘଟଣାରେ ଏଫ୍ ଆଇ ଆର୍ ( ପ୍ରଥମ ସୁଚନା ରିପୋର୍ଟ) ଅନିବାର୍ଯ୍ୟ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ 

Sunil Chandra Nayak

ଉଦଯାପିତ ହେଲା ମହାବିଦ୍ୟାଳୟର ସ୍ବତନ୍ତ୍ର ସେବା ଶିବିର

Sunil Chandra Nayak

ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା ଓ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତି ରଥର ୮ମ ବାର୍ଷିକ ଜିଲ୍ଲା ପରିକ୍ରମା

masiha

Leave a Comment

error: Content is protected !!