ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭେଜିପଦର ଉ. ପ୍ରା. ବିଦ୍ୟାଳୟରେ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ

ଭେଜିପଦର -28/07-(ରୁପ୍ରା ପ୍ରତିନିଧି ପ୍ରଦିପ କୁମାର ସେନାପତିଙ୍କ ରିପୋର୍ଟ )ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଭେଜିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶୁକ୍ରବାର ସଡ଼କ ସୁରକ୍ଷା ନିୟମ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ସାମିଲ ହୋଇଥିଲେ l ପ୍ରଥମେ ପ୍ରଧାନଶିକ୍ଷୟତ୍ରୀ ସ୍ଵର୍ଣ୍ଣଲତା ମହାନ୍ତି ସମସ୍ତଙ୍କୁ ସ୍ୱାଗତ ଜଣାଇ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ l ବରିଷ୍ଠ ଶିକ୍ଷକ ପ୍ରଶାନ୍ତ ଖମାରୀ ସୁରକ୍ଷା ପାଇଁ ଥିବା ଟ୍ରାଫିକ ନିୟମ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ l ଶିକ୍ଷକ ଚିନ୍ମୟ ମହାନ୍ତି ଟ୍ରାଫିକ ନିୟମ ନ ମାନିଲେ କିପରି ଦୁର୍ଘଟଣା ଘଟେ, ତାର ଲାଇଭ ଡେମୋ ଦେଖାଇଥିଲେ l କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ସହକାରୀ ଶିକ୍ଷୟତ୍ରୀ ମିନତୀ ସାହୁ ଓ ସ୍ଵାଗତିକା ନେଗୀ ସହଯୋଗ କରିଥିଲେ l ଶେଷରେ ବିଦ୍ୟାଳୟ କ୍ୟାବିନେଟ ର ପ୍ରଧାନମନ୍ତ୍ରୀ ମାନସ ତାଣ୍ଡି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l

Related posts

ସରକାରଙ୍କ ଦୃଷ୍ଟି ଆଢୁଆଳରେ ରାମକାଶୀ ଜଳପ୍ରପାତ ଏହାର ପାରିପାର୍ଶ୍ବିକ ଉନ୍ନତି ପାଇଁ ଦାବି

ନିଜ ବାସଭବନ ରେ ରଙ୍ଗ ଖେଳିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ   

masiha

ବିଶିଷ୍ଟ ଶ୍ରମିକ ନେତା ବିଷ୍ଣୁ ମହାନ୍ତି ଙ୍କ ବିୟୋଗରେ ଏଚ୍.ଏମ.ଏସ ପକ୍ଷରୁ ବିଜୟ ମହାନ୍ତି ଙ୍କ ଶୋକ ପ୍ରକାଶ

Leave a Comment

error: Content is protected !!