ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁନିଗୁଡା ବାଇପାସ୍ ରାସ୍ତା ନିର୍ମାଣ ନେଇ ବିଭାଗୀୟ ଅଧିକାରୀଙ୍କ ସହ ବିଜେଡି ଓ ବଣିକ ସଙ୍ଘ ନେତାଙ୍କ ସହ ଆଲୋଚନା

ମୁନିଗୁଡା -29.7.023 ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ସଦରମହକୁମାରେ ଟ୍ରାଫିକ୍ ସମସ୍ୟା ଓ ଅତ୍ୟଧିକ ଗାଡିର ଯାତାୟତକୁ ନେଇ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ। ଏନେଇ ବାଇପାସ୍ ରାସ୍ତା ନିର୍ମାଣ ନିମନ୍ତେ ବିଭିନ୍ନ ସଙ୍ଗଠନ ମାନ ଦାଵି କରି ଆସୁଥିବା ଵେଳେ ବିଜେଡି ବ୍ଲକ ସଭାପତି ରତନଲାଲ ଜୈନ ଓ ବିଜେଡି ଜିଲ୍ଲା ସମ୍ପାଦକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଗୌଡଙ୍କ ମିଳିତ ଉଦ୍ୟମରେ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ପୂର୍ବତନ ସାଂସଦ ଭାଷ୍କର ରାଓଙ୍କ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଗୋଚରକୁ ନେଇଥିଲେ। ଗତକାଲି ପୂର୍ତ୍ତବିଭାଗର ସହକାରୀ ଯନ୍ତ୍ରୀ ଉପେନ୍ଦ୍ର କାପ ଓ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ସେଠି ମୁନିଗୁଡାରେ ପହଂଚି ବିଜେଡିନେତା ଶ୍ରୀ ରତନଜୈନ ଓ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଗୌଡଙ୍କ ସମେତ ବିଜେଡିର ବହୁ ସ୍ଥାନୀୟ ନେତା ଓ କର୍ମୀ ତଥା ଵଣିକ ସଂଘର କର୍ମକର୍ତ୍ତାକଙ୍କ ସହିତ ବାଇପାସ୍ ରାସ୍ତା ନିର୍ମାଣ ନେଇ ଆଲୋଚନା କରିଥିଲେ। ଏହାଛଡା ମୁଖ୍ୟ ରାସ୍ତା କଡରେ ଥିବା ଡ୍ରେନ ସଫା ସମସ୍ୟା ନେଇ ଆଲୋଚନାରେ ବିଭାଗୀର ଅଧିକାରୀ ସଫା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏପରିକି ୫ଟି ସଚିବ ବିଷମକଟକ ଗସ୍ତସମୟରେ ବିଭିନ୍ନ ସଂଗଠନର କର୍ମକର୍ତା ଭେଟି ଵାଇପାସ୍ ରାସ୍ତା ନିର୍ମାଣ ପାଇଁ ଦାବି ଜଣାଇଥିଲେ ଏବଂ ଖୁଵ୍ ଶିଘ୍ର କାର୍ଯ୍ୟକାରୀ ହେଵ ଵୋଲି ସଚିବ ଜବାବ ଦେଇଛନ୍ତି।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବଲାଙ୍ଗୀରରେ ସଡ଼କ ସୁରକ୍ଷା ସପ୍ତାହ ଅବସରରେ ଆଇ ଟି ଆଇ ଠାରେ ସଚେତନତା କାଯ୍ୟକ୍ରମ 

Sunil Chandra Nayak

ବିଡ଼ିଓ ଙ୍କ କବିତା ସଂକଳନ “ବାବୁଲାଲ”ଉନ୍ମୋଚନ

Sunil Chandra Nayak

ପୌରପାଳିକା ନିକଟ, ବ୍ଲକ ସମ୍ମୁଖ ଭେଣ୍ଡିଂଜୋନର ଅପରିଷ୍କାର ପାଣି ଆଉ କେତେ ଦିନ ରାସ୍ତାରେ ଭାସିବ?

masiha

Leave a Comment

error: Content is protected !!